1. କୃଷି ଖବର

ଇଷ୍ଟର୍ଣ୍ଣ ଅର୍ଥନୈତିକ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଯୁଦ୍ଧ ଉପରେ କଣ ଦେଲେ ମତ ?

ସପ୍ତମ ଇଷ୍ଟର୍ଣ୍ଣ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି।

Shuvanshu Kar
Shuvanshu Kar
PM Modi virtually addresses Plenary Session of Eastern Economic Forum

PM Modi virtually addresses Plenary Session of Eastern Economic Forum

ସପ୍ତମ ଇଷ୍ଟର୍ଣ୍ଣ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) । ସମସ୍ତ ପ୍ରସଙ୍ଗରେ ଭାରତର ପକ୍ଷ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ (PM Modi) । ସହଯୋଗ ପାଇଁ ଏହି ଫୋରମ୍ ଏକ ପ୍ରମୁଖ ଫୋରମ୍ ବୋଲି ମୋଦି(PM Modi) କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଅପାର ସମ୍ଭାବନା ଅଛି । ଏହି ସମୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ରୁଷ-ୟୁକ୍ରେନ ବିବାଦକୁ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ ।

ମୋଦି ଏହା ମଧ୍ୟ କହିଛନ୍ତି, ଋଷ ଓ ୟୁକ୍ରେନ ଯ଼ୁଦ୍ଧ ଆରମ୍ଭରୁ ଆମେ କୂଟନୀତି ଏବଂ ଆଲୋଚନାର ପଥ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛୁ । ଏହି ବିବାଦର ଅନ୍ତ ଘଟାଇବା ପାଇଁ ଆମେ ସମସ୍ତ ଶାନ୍ତିପୂର୍ଣ୍ଣ ପ୍ରୟାସକୁ ସମର୍ଥନ କରୁ ବୋଲି ଜୋର ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଖୁସି ଯେ ଚଳିତ ମାସ ଭ୍ଲାଡିଭୋଷ୍ଟୋକରେ ଆୟୋଜିତ ସପ୍ତମ ଇଷ୍ଟର୍ଣ୍ଣ ଅର୍ଥନୈତିକ ଫୋରମରେ ମୁଁ ଆପଣଙ୍କ ସହିତ ଯୋଗଦେବାର ଏକ ସୁଯୋଗ ପାଇଛି। ଏହି ମାସରେ, ଭ୍ଲାଡିଭୋଷ୍ଟୋକରେ କନସୁଲେଟ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠାର 30 ବର୍ଷ ପୂରଣ ହେଉଛି । ଏହି ସହରରେ କନସୁଲେଟ୍ ଖୋଲିଥିବା ଭାରତ ପ୍ରଥମ ଦେଶ ଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, 2019 ରେ, ମୁଁ ଏହି ଫୋରମରେ ସାମ୍ନାସାମ୍ନି ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲି । ସେତେବେଳେ ଆମେ ଭାରତର 'Act Far-East' ନୀତି ଘୋଷଣା କରିଥିଲୁ। ଫଳସ୍ୱରୂପ, ରୁଷର Act Far-East ସହିତ ଭାରତର ସହଯୋଗ ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜିର ବିଶ୍ୱବ୍ୟାପୀ ଦୁନିଆରେ ଗୋଟିଏ ଭାଗରେ ଘଟିଥିବା ଘଟଣା ସମଗ୍ର ବିଶ୍ୱ ଉପରେ ପ୍ରଭାବ ପକାଉଛି । ଋଷ ୟୁକ୍ରେନ ଯୁଦ୍ଧ ଏବଂ କୋଭିଡ ମହାମାରୀ ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ଏକ ବଡ ପ୍ରଭାବ ପକାଇଛି। ବିକାଶଶୀଳ ଦେଶମାନଙ୍କ ପାଇଁ ଖାଦ୍ୟ, ସାର ଏବଂ ଇନ୍ଧନ ଅଭାବ ବହୁତ ଚିନ୍ତାର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ପ୍ରାକୃତିକ କୃଷି ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ମୌସୁମୀ ଅଧିବେଶନ ପୂର୍ବରୁ କଣ କହିଲେ ମୋଦି ? ଜାଣନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ