1. କୃଷି ଖବର

ଅକ୍ଟୋବର 17ରେ Agri Startup Conclave ଉଦଘାଟନ କରିବେ ମୋଦି

କେନ୍ଦ୍ର ଓ କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁଯାଉଛି ଏଗ୍ରି ଷ୍ଟାର୍ଟଅପ କନକ୍ଲେଭ ଓ କିସାନ ସମ୍ମିଳନ । ଆସନ୍ତା 17 ଓ 18 ଅକ୍ଟୋବର ନୂଆଦିଲ୍ଲୀ ସ୍ଥିତ IARI ମେଳା ପଡିଆରେ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀର ଉଦଘାନଟନ କରିବେ ।

Sudesna Nayak
Sudesna Nayak
pm modi will inaugurate agri startup conclave and kisan sammelan for 15000 farmers

pm modi will inaugurate agri startup conclave and kisan sammelan for 15000 farmers

କେନ୍ଦ୍ର ଓ କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁଯାଉଛି ଏଗ୍ରି ଷ୍ଟାର୍ଟଅପ କନକ୍ଲେଭ ଓ କିସାନ ସମ୍ମିଳନ(Agri Startup Conclave & Kisan Sammelan) । ଆସନ୍ତା 17 ଓ 18 ଅକ୍ଟୋବର ନୂଆଦିଲ୍ଲୀ ସ୍ଥିତ IARI ମେଳା ପଡିଆରେ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଏହି ସମ୍ମିଳନୀର ଉଦଘାନଟନ କରିବେ ।

କୃଷି ଷ୍ଟାର୍ଟଅପ ଦ୍ବାରା ବିଭିନ୍ନ କ୍ଷେତ୍ରରେ ହୋଇିଥିବା କାର୍ଯ୍ୟର ପ୍ରଦର୍ଶନୀ, କୃଷି ଇନପୁଟ, କୃଷି ପ୍ରଯୁକ୍ତିବିଦ୍ୟାରେ ନାବାଚାର ଓ ବିଭିନ୍ନ ଚାଷୀ ସହଯୋଗୀ ଅଭ୍ୟାସ ଏହି ମେଳାର ମୂଳ ଉଦ୍ଦେଶ୍ୟ ରହିଛି ।

ଏହି କାର୍ଯ୍ୟକ୍ରମରେ 13,500 କୃଷକ ଅଂଶଗ୍ରହଣ କରିବେ,ଜାଣନ୍ତୁ...

17 ଅକ୍ଟୋବର ଏହି ଏଗ୍ରି ଷ୍ଟାର୍ଟଅପ କନକ୍ଲେଭ ଓ କିସାନ ସମ୍ମିଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖାପାଖି 1500 ଷ୍ଟାର୍ଟଅପ, 13,500 ଚାଷୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ।

 

ଏହାସହିତ ବରିଷ୍ଠ ବୈଜ୍ଞାନିକ, କୃଷି ବିଶେଷଜ୍ଞ, ନୀତି ନିର୍ମାତା, ସରକାରୀ ଅଧିକାରୀ ସମ୍ମିଳନୀରେ ଯୋଗ ଦେଇ ଦେଶର କୋଣ ଅନୁକୋଣରେ ଥିବା ଚାଷୀଙ୍କୁ ନିଜର ଅଭିଜ୍ଞତା ବାଣ୍ଟିବେ । ପ୍ରଦର୍ଶନୀରେ କୃଷି ଏବଂ ସହଯୋଗୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପଗୁଡିକର 300 ଷ୍ଟଲ ଲାଗିବ ।

ପ୍ରକାଶ ଥାଉ ଯେ, କ୍ଷୂଦ୍ର ଓ ସୀମାନ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (pm kisan samman nidhi)ଯୋଜନା ଆରମ୍ଭ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଚାଷୀଙ୍କୁ ପିଏମ କିସାନର ଦ୍ବାଦଶ କିସ୍ତି ଟଙ୍କା (pm kisan samman nidhi 12th installment)ମଧ୍ୟ ହସ୍ତାନ୍ତର କରାଯିବ ।

PM Kisan Scheme:ଦୀପାବଳୀ ପୂର୍ବରୁ ଚାଷୀଙ୍କୁ ଉପହାର

Digital Agriculture Mission: କୃଷି ଟେକ୍ନୋଲୋଜୀ ଉପରେ ତୋମାରଙ୍କ ଗୁରୁତ୍ବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments