1. କୃଷି ଖବର

ମୁମ୍ବାଇ ତାଜମହଲ ପ୍ୟାଲେସରେ ମିଲେଟ ଖାଦ୍ୟ ମହୋତ୍ସବକୁ ମୋଦିଙ୍କ ପ୍ରଶଂସା

ମିଲେଟ ଏକ କ୍ଷୁଦ୍ର ଶସ୍ୟ ହେଲେ ମଧ୍ୟ ଆଜି ଘରେ ଘରେ ପରିଚିତ l ଯାହାକୁ ଆଗରୁ ଗାଁ ରେ ଲୋକେ ବୁଝୁଥିଲେ ଆଜି ତାହା ଦେଶ ବିଦେଶରେ ନିଜ ପରିଚୟ ସୃଷ୍ଟି କରି ପାରିଛି l ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ଲୋକେ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଉପଯୁକ୍ତ l

Tanushree Mahapatra
Tanushree Mahapatra
PM praises SCO Millets Food Festival in Mumbai

PM praises SCO Millets Food Festival in Mumbai

ମିଲେଟ ଏକ କ୍ଷୁଦ୍ର ଶସ୍ୟ ହେଲେ ମଧ୍ୟ ଆଜି ଘରେ ଘରେ ପରିଚିତ l ଯାହାକୁ ଆଗରୁ ଗାଁ ରେ ଲୋକେ ବୁଝୁଥିଲେ ଆଜି ତାହା ଦେଶ ବିଦେଶରେ ନିଜ ପରିଚୟ ସୃଷ୍ଟି କରି ପାରିଛି l ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ଲୋକେ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଉପଯୁକ୍ତ l ୨୦୧୭ ରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଆଜି ଦେଶ ବିଦେଶରେ ପରିଚୟ ପାଇଛି l

ମିଲେଟ ମିଶନରେ ମହିଳାଙ୍କୁ ସାମିଲ କରାଯାଇଛି ଯାହାଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମହିଳାଙ୍କୁ ରୋଜଗାରକ୍ଷମ କରାଇପାରୁଛନ୍ତି l ସବୁଠାରୁ ବଡ କଥା ହେଲା ମିଲେଟ ଚାଷ ପାଇଁ କୌଣସି ଅନୁକୂଳ ପାଗର ଆବଶ୍ୟକତା ନାହିଁ l ଯେ କୌଣସି ମୃତିକା ତଥା ଯେ କୌଣସି ପାଣିପାଗରେ ଏହି ଚାଷ ସମ୍ଭବ l ଏବେ ଆଦିବାସୀ ଲୋକଙ୍କୁ ମଧ୍ୟ ରୋଜଗାର ଦେଇଛି ମିଲେଟ ବା ମାଣ୍ଡିଆ  l ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ରହିଛି ମିଲେଟ ଚାଷରେ l ଲୁଣିଆ ଖାଦ୍ୟ ଠାରୁ ଆରମ୍ଭ କରି ମିଠା ଜାତୀୟ ଖାଦ୍ୟ ପର୍ଯ୍ୟନ୍ତ ଖାଦ୍ୟସାମଗ୍ରୀ ପ୍ରସ୍ତୁତ ହୋଇପାରୁଛି ମିଲେଟ ବା ମାଣ୍ଡିଆ ଦ୍ୱାରା l ଯାହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରୁଛନ୍ତି l ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ନେତାଙ୍କ ପର୍ଯ୍ୟନ୍ତ ମିଲେଟ ତିଆରି ଖାଦ୍ୟ ଖାଉଛନ୍ତି l କାରଣ ମିଲେଟ ବା ମାଣ୍ଡିଆ ରେ ଅନେକ ପୋଷାକ ତତ୍ତ୍ୱ ଯାହା ଶରୀର ପାଇଁ ବେଶ ଭଲ l

ରାଜ୍ୟରେ ରାଜ୍ୟ ସରକାର ଏବଂ କେନ୍ଦ୍ରରେ କେନ୍ଦ୍ର ସରକାର ମିଲେଟ କୁ ପ୍ରତିଟି କ୍ଷେତ୍ରରେ ପ୍ରୋତ୍ସାହିତ କରୁଛନ୍ତି l ଭାରତର ଦାବି ଅନୁଯାୟୀ ମିଳିତ ଜାତିସଂଘ ୨୦୨୩କୁ 'ଅନ୍ତର୍ଜାତୀୟ ମିଲେଟ ବର୍ଷ' (International Year of Millet-2023) ଭାବରେ ଘୋଷଣା କରିଥିଲେ ​​ଏବଂ ଭାରତର ଏହି ଚାହିଦାକୁ ବିଶ୍ୱ ପାଖାପାଖି ୭୨ଟି ଦେଶ ସମର୍ଥନ ଜଣାଇଥିଲେ ।  ୨୦୨୧ ମାର୍ଚ୍ଚରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୨୩କୁ 'ଆନ୍ତର୍ଜାତୀୟ ମିଲେଟ୍ ବର୍ଷ' ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) କିଛି ଦିନ ପୂର୍ବରୁ ଇଟାଲୀର ରୋମରେ 'ଆନ୍ତର୍ଜାତୀୟ ବର୍ଷ ମିଲେଟ୍-୨୦୨୩ (IYM-2023)' ଆରମ୍ଭ କରିଛି ।

ମିଲେଟ ରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି ଯାହା ପାଟିକୁ ସୁଆଦିଆ ଲାଗିବା ସହିତ ଦେହ ପାଇଁ ହିତକର ମଧ୍ୟ l ମିଲେଟ ଏପରି ଏକ ଶସ୍ୟ ଯାହା ବିଶ୍ୱର ଅନେକ ସ୍ଥାନରେ ଏହାର ଚାଷ କରାଯାଇଥାଏ । ବିଶେଷ ଭାବରେ ଶୁଷ୍କ ଅଞ୍ଚଳ(ଯେଉଁଠି ଅନ୍ୟ ଶସ୍ୟ ଉତ୍ପାଦନ ସମ୍ଭବପର ହୋଇନଥାଏ ) ସେପରି ସ୍ଥାନରେ ଏହି ଫସଲ କରାଯିବା ସମ୍ଭବପର ହୋଇଥାଏ । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ର ତଥ୍ୟ ଅନୁଯାୟୀ, ମିଲେଟର ମୁଖ୍ୟ ଉତ୍ପାଦକ ଭାରତ, ଚୀନ୍, ନାଇଜର, ଆଫ୍ରିକା, ନାଇଜେରିଆ, ଋଷ, ଆମେରିକା ଅନ୍ତର୍ଭୁକ୍ତ। କଠିନ ଶସ୍ୟର ଉତ୍ପାଦନ ବର୍ଷକୁ ବର୍ଷ ବୃଦ୍ଧି ପାଉଛି, ୨୦୨୧ ମସିହାରେ ମୋଟ ଶସ୍ୟର ଉତ୍ପାଦନ ୪୫ ନିୟୁତ ଟନ୍ ଥିଲା ।

ମିଲେଟ ପାଇଁ ସବସିଡି ରୁ ଆରମ୍ଭ କରି ଚାଷୀଙ୍କୁ ଅନେକ ମିଳଲେଟ ଯୋଜନାରେ ସାମିଲ କରାଯାଉଛି l ତେବେ ମିଲେଟକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ଦ୍ୱାରା ଅନେକ କାର୍ଯ୍ୟକ୍ରମରେ ମିଲେଟକୁ ସାମିଲ କରାଯାଉଛି l ସେହିଭଳି ଆଜି ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲ ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି l ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମୁମ୍ବାଇର ତାଜମହଲ ପ୍ୟାଲେସରେ ଏସସିଓ ମିଲେଟ ଖାଦ୍ୟ ମହୋତ୍ସବକୁ ପ୍ରଶଂସା କରିଛନ୍ତି । ମୁମ୍ବାଇର ତାଜମହଲ ପ୍ୟାଲେସରେ ଆୟୋଜିତ ଏସସିଓ ମିଲେଟ ଖାଦ୍ୟ ମହୋତ୍ସବରେ ଜଲଗାଓଁର ଜୋୱାର, ନାଗପୁରର ବାଜରା ଏବଂ ଔରଙ୍ଗାବାଦର ରାଗିକୁ ଖାଦ୍ୟସାମଗ୍ରୀ ଭାବେ ସାମିଲ କରାଯିବା ସମ୍ପର୍କରେ ସ୍ଥାନୀୟ ସାଂସଦ ଶ୍ରୀ ମନୋଜ କୋଟକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଥିଲେ । ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ମୁମ୍ବାଇରେ ଶ୍ରୀ ଅନ୍ନକୁ ଲୋକପ୍ରିୟ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ।”

କ’ଣ ଏହି ମିଲେଟ ମିଶନ ? କାହିଁକି ଚାଲିଛି ଏତେ ପ୍ରଚାର ପ୍ରସାର ?

ମିଲେଟ !କେମିତି କରେ ସ୍ୱାସ୍ଥ୍ୟ ରେ ଉନ୍ନତି ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments