1. କୃଷି ଖବର

ଭୂଦାନ ଆନ୍ଦୋଳନର ପ୍ରଣେତା ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଚାର୍ଯ୍ୟ ବିନୋବା ଭାବେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କାର୍ଯ୍ୟକର୍ତ୍ତା ତଥା ଭୂଦାନ ଆନ୍ଦୋଳନର ପ୍ରଣେତା ଥିଲେ ।

Shuvanshu Kar
Shuvanshu Kar
PM remembers Acharya Vinoba Bhave on his Jayanti

PM remembers Acharya Vinoba Bhave on his Jayanti

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ବିନୋବା ଭାବେ(Acharya Vinoba Bhave)ଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ(pm modi) ଟ୍ବିଟ କରି କହିଛନ୍ତି, ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ମନେ ରଖିବା । ତାଙ୍କ ଜୀବନ ଗାନ୍ଧୀ ନୀତିର ଏକ ପ୍ରଦର୍ଶନ ଥିଲା । ସେ ସାମାଜିକ ସଶକ୍ତିକରଣ ପ୍ରତି ଆଗ୍ରହୀ ଥିଲେ ଏବଂ ‘ଜୟ ଜଗତ'ର ଆହ୍ୱାନ ଦେଇଥିଲେ । ଆମେ ତାଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ଏବଂ ଆମ ଦେଶ ପାଇଁ ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତିବଦ୍ଧ ।

ଆଚାର୍ଯ୍ୟ ବିନୋବା ଭାବେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କାର୍ଯ୍ୟକର୍ତ୍ତା ତଥା ଭୂଦାନ ଆନ୍ଦୋଳନର ପ୍ରଣେତା ଥିଲେ । ତାଙ୍କ ମୂଳ ନାମ ବିନାୟକ ନରହରୀ ଭାବେ। ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମ 11 ସେପ୍ଟେମ୍ବର 1895 ରେ ବ୍ରିଟିଶ ଭାରତର ରାଇଗଡରେ ଜନ୍ମଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ମାନ୍ୟତା ପାଇଥିଲେ ବିନୋବା ଭାବେ ।

ବିନୋବା ଭାବେଙ୍କ ପ୍ରାରମ୍ଭିକ ଜୀବନ

ବିନୋବା ଭାବେଙ୍କ ମୂଳ ନାମ ବିନାୟକ ନରହରୀ ଭାବେ । ସେ ମହାରାଷ୍ଟ୍ରର ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିନାୟକ ନରହରି ଶମ୍ଭୁ ରାଓ ଏବଂ ମାଙ୍କ ନାମ ରୁକ୍ମିଣୀ ଦେବୀ । ବିନୋବା ବାବେ ଚାରି ଭାଇଭଉଣୀ ଥିଲେ, ସେମାନଙ୍କ ମଧ୍ୟରୁ ବିନାୟକ ଜ୍ୟେଷ୍ଠ ଥିଲେ । ପିଲାଦିନୁ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ଥିଲେ ବିନୋବା ବାବେ ।

ଶିକ୍ଷା କ୍ଷେତ୍ରରେ ବିନୋବା ଭାବେଙ୍କ ଅବଦାନ ଏବଂ ଚିନ୍ତାଧାରା

ଗାନ୍ଧିଜୀଙ୍କ ଭାଷଣ ଶୁଣିବା ପରେ ବିନୋବା ଭାବେ ଚିଠି ମାଧ୍ୟମରେ କଥା ହୋଇଥିଲେ । ପରେ ଗାନ୍ଧିଜୀ ଏବଂ ବିନୋବା ଭାଭେ 7 ଜୁନ୍ 1916 ରେ ଅହମ୍ମଦାବାଦର ଆଶ୍ରମରେ ସାକ୍ଷାତ ହୋଇଥିଲେ।

ବିନୋବା ଭାବ ଏବଂ ଭୂଦାନ୍ ଆନ୍ଦୋଳନ

ଏହି କାହାଣୀ 1958 ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ତେଲେଙ୍ଗାନାର ପୋଚାମ୍ପାଲି ଗାଁର ହରିଜନମାନେ ବିନୋବା ଭାବଙ୍କୁ 80 ଏକର ଜମି ଦେବା ପାଇଁ ଅନୁରୋଧ କରିଥିଲେ । ସେତେବେଳେ ଆଚାର୍ଯ୍ୟ ବିନୋବା ଭାବେ ଜମି ମାଲିକମାନଙ୍କୁ ଆଗକୁ ଆସି ଗରୀବ ଲୋକଙ୍କୁ ଜମି ଦାନ କରିବାକୁ କହିଥିଲେ।

ଏଥିରୁ ଭୂଦାନ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଭୂଦାନର ଅର୍ଥ ହେଉଛି ଜମି ଦାନ ଦେବା । ସେ ଏହି ଆନ୍ଦୋଳନରୁ 44 ଲକ୍ଷ ଏକର ଜମି ଦାନ କରିଥିଲେ ଏବଂ ପ୍ରାୟ 13 ଲକ୍ଷ ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏହି ଭୂଦାନ ଆନ୍ଦୋଳନ ସହିତ ସେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ ।

ଦିଲ୍ଲୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହେଲା କୃଷି ଜାଗରଣର 26 ତମ ପ୍ରତିଷ୍ଠା ଦିବସ

ବିବାଦୀୟ ପଶ୍ଚିମ ସାହାରା ମରୁଭୂମିରେ 213 ମିଲିୟମ ଡଲାର କୃଷି ପ୍ରକଳ୍ପ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ