1. କୃଷି ଖବର

୬ ଜୁନ୍‌ରେ ଜମ୍ମୁ ଏବଂ କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ

ଚେନାବ ସେତୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ (PM)– ବିଶ୍ୱର ସର୍ବୋଚ୍ଚ ରେଲୱେ ଆର୍ଚ୍ଚ ବ୍ରିଜ। ଅଞ୍ଜି ସେତୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ – ଭାରତର ପ୍ରଥମ କେବୁଲ ଷ୍ଟେଡ୍ ରେଳ ବ୍ରିଜ। କାଟରାରେ ୪୬,୦୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ।

Sudesna Nayak
Sudesna Nayak
PM to visit Jammu and Kashmir on 6th June, pic credit- @narendramodi

PM to visit Jammu and Kashmir on 6th June, pic credit- @narendramodi

ଚେନାବ ସେତୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ (PM)– ବିଶ୍ୱର ସର୍ବୋଚ୍ଚ ରେଲୱେ ଆର୍ଚ୍ଚ ବ୍ରିଜ। ଅଞ୍ଜି ସେତୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ – ଭାରତର ପ୍ରଥମ କେବୁଲ ଷ୍ଟେଡ୍ ରେଳ ବ୍ରିଜ। କାଟରାରେ ୪୬,୦୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi) ଜୁନ୍ ୬ ତାରିଖ ଦିନ ଜମ୍ମୁ ଏବଂ କାଶ୍ମୀର ଗସ୍ତ କରିବେ । ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୧ଟା ସମୟରେ ଚେନାବ ସେତୁ ଉଦ୍‌ଘାଟନ କରିବେ ଏବଂ ସେତୁ ଡେକ୍ ପରିଦର୍ଶନ କରିବେ । ଏହା ପରେ, ସେ ଅଞ୍ଜି ସେତୁ ପରିଦର୍ଶନ ଏବଂ ଉଦ୍‌ଘାଟନ କରିବେ । ସେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ପରେ, ସେ କାଟରାଠାରେ ୪୬,୦୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବା ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଚେନାବ ଏବଂ ଅଞ୍ଜି ରେଳ ସେତୁ (Chenab and Anji rail bridges)

ନଦୀଠାରୁ ୩୫୯ ମିଟର ଉଚ୍ଚତାରେ ଅବସ୍ଥିତ ଚମତ୍କାର ସ୍ଥାପତ୍ୟ ଚେନାବ ରେଳ ସେତୁ ହେଉଛି ବିଶ୍ୱର ସର୍ବୋଚ୍ଚ ରେଲୱେ ଆର୍ଚ୍ଚ ବ୍ରିଜ । ଏହା ଏକ ୧୩୧୫ ମିଟର ଲମ୍ବା ଷ୍ଟିଲ ଆର୍ଚ୍ଚ ବ୍ରିଜ ଯାହାକୁ ଭୂକମ୍ପ ଏବଂ ପବନ ପରିସ୍ଥିତିର ମୁକାବିଲା କରିବା ପାଇଁ ଡିଜାଇନ କରାଯାଇଛି । ଏହି ସେତୁ ଯୋଗୁଁ ଜମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ପାଇବ । ଏହି ସେତୁ ଉପରେ ବନ୍ଦେ ଭାରତ ଟ୍ରେନ ଜରିଆରେ କାଟରା ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା କରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିବ, ଯାହା ବର୍ତ୍ତମାନର ଯାତ୍ରା ସମୟକୁ ପ୍ରାୟ ୨-୩ ଘଣ୍ଟା କମାଇଦେବ ।

ଅଞ୍ଜି ସେତୁ ହେଉଛି ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ ଯାହା ଆହ୍ୱାନପୂର୍ଣ୍ଣ ଅଞ୍ଚଳରେ ଦେଶର ସେବା କରିବ ।

ସଂଯୋଗୀକରଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପ

ପ୍ରଧାନମନ୍ତ୍ରୀ (Prime Minister)ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (ୟୁଏସ୍‌ବିଆର୍‌ଏଲ୍‌) ପ୍ରକଳ୍ପକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରାୟ ୪୩,୭୮୦ କୋଟି ଟଙ୍କା ମୂଲ୍ୟର ଏହି ୨୭୨ କିଲୋମିଟର ଲମ୍ବା

ୟୁଏସ୍‌ବିଆରଏଲ୍ ପ୍ରକଳ୍ପରେ ୩୬ଟି ସୁଡଙ୍ଗ (୧୧୯ କିଲୋମିଟର ବ୍ୟାପି) ଏବଂ ୯୪୩ଟି ସେତୁ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସବୁଦିନିଆ, ସୁଗମ ରେଳ ସଂଯୋଗ ସ୍ଥାପନ କରିବ ଯାହା କ୍ଷେତ୍ରୀୟ ଗତିଶୀଳତାକୁ ପରିବର୍ତ୍ତନ କରିବ ଏବଂ ସାମାଜିକ-ଅର୍ଥନୈତିକ ଏକୀକରଣକୁ ଆଗେଇ ନେବାର ଲକ୍ଷ୍ୟ ରଖିଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ ମାତା ବୈଷ୍ଣୋଦେବୀ କାଟରାରୁ ଶ୍ରୀନଗର ମଧ୍ୟରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଟ୍ରେନଗୁଡିକ ଉକ୍ତ ଅଞ୍ଚଳର ବାସିନ୍ଦାମାନଙ୍କ ସମେତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ଦ୍ରୁତ, ଆରାମଦାୟକ ଏବଂ ନିର୍ଭରଯୋଗ୍ୟ ବିକଳ୍ପ ଯାତ୍ରାର ସୁଯୋଗ ପ୍ରଦାନ କରିବ ।

ବିଶେଷକରି ସୀମାନ୍ତ ଅଞ୍ଚଳରେ ଶେଷ ମାଇଲ ସଂଯୋଗକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ବିଭିନ୍ନ ସଡକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ । ସେ ଜାତୀୟ ଜାତୀୟ ରାଜପଥ-୭୦୧ରେ ରଫିଆବାଦରୁ କୁପୱାଡା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ଏବଂ ଏନ୍‌ଏଚ-୪୪୪ରେ ଶୋପିଆନ ବାଇପାସ ରାସ୍ତା ନିର୍ମାଣ ଶିଳାନ୍ୟାସ କରିବେ ଯାହାର ମୂଲ୍ୟ ୧,୯୫୨ କେଟି ଟଙ୍କାରୁ ଅଧିକ ହେବ । ସେ ଶ୍ରୀନଗରର ଜାତୀୟ ରାଜପଥ-୧ର ସଂଗ୍ରାମ ଜଙ୍କସନ୍‌ରେ ଦୁଇଟି ଫ୍ଲାଏଓଭର ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହି ପ୍ରକଳ୍ପଗୁଡିକ ଟ୍ରାଫିକ ଭିଡ କମ କରିବା ସହ ଯାତ୍ରୀମାନଙ୍କ ପାଇଁ ଟ୍ରାଫିକ ପ୍ରବାହକୁ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ କାଟରାଠାରେ ୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶ୍ରୀ ମାତା ବୈଷ୍ଣୋ ଦେବୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏକ୍ସଲେନ୍ସର ମଧ୍ୟ ଶିଳନ୍ୟାସ କରିବେ । ଏହା ରିଆସି ଜିଲ୍ଲାରେ ପ୍ରଥମ ମେଡିକାଲ କଲେଜ (first medical college)ହେବ, ଯାହା ଏହି ଅଞ୍ଚଳର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

pib.gov.in

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଯୁବକଙ୍କୁ ତାଲିମ

ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା ବୈଠକ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ