1. କୃଷି ଖବର

ଆସିଲା ଖୁସି ଖବର, ଏଣିକି ଚିଠି ସହ ଡାକରେ ଡେଲିଭରି ହେବ ଚକୁଳି ପିଠା ଆଣ...

ଭାରତୀୟ ଡାକ ବିଭାଗର ନୂଆ ପ୍ରୟାସ । ଝନଝଟ୍‌ରୁ ମୁକ୍ତି ମିଳିବ । ଘରେ ଘରେ ପହଞ୍ଚିବ ଦୋସା ଓ ଇଡିଲିର ପିଠଉ । ଏବେ ଡାକରେ ଘରେ ଆସି ପହଞ୍ଚିବ ଚକୁଳି ଆଣ ।

Sudesna Nayak
Sudesna Nayak
Postal Department begins delivery of dosa batter at doorsteps in bengaluru

Postal Department begins delivery of dosa batter at doorsteps in bengaluru

ଭାରତୀୟ ଡାକ ବିଭାଗ (Postal Department)ର ନୂଆ ପ୍ରୟାସ । ଝନଝଟ୍‌ରୁ ମୁକ୍ତି ମିଳିବ । ଘରେ ଘରେ ପହଞ୍ଚିବ ଦୋସା ଓ ଇଡିଲିର ପିଠଉ । ଏବେ ଡାକରେ ଘରେ ଆସି ପହଞ୍ଚିବ ଚକୁଳି ଆଣ ।

କହିବାକୁ ଗଲେ, ବେଙ୍ଗାଲୁରୁ (Bengaluru)ସହରରେ ଏହି ସେବା ଆରମ୍ଭ କରିଛି ଡାକ ବିଭାଗ । ସୋମବାର ଦିନ ସହରର କିଛି ଘରେ ପ୍ରଥମ ବ୍ୟାଚ୍ ପ୍ୟାକେଟ୍ ବିତରଣ କରାଯାଇଛି । ଏହି ଚକୁଳି ଆଣ ଡେଲିଭରି କରି ଡାକ ବିଭାଗ ପ୍ରଚୁର ଲାଭ କରୁଛି । ଦକ୍ଷିଣୀ ରାଜ୍ୟ ଗୁଡ଼ିକରେ ଇଡଲି, ଦୋସା ଭଳି ଖାଦ୍ୟର ଚାହିଦା ଅଧିକ ଥିବାବେଳେ ଭବିଷ୍ୟତରେ ଏହି ବ୍ୟବସାୟରେ ବୃହତ ରାଜସ୍ୱକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ ହୋଇଛି । ତେବେ ଆଗାମୀ ସମୟରେ କର୍ଣ୍ଣାଟକ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହି ସେବା ଆଦୃତ ହୋଇପାରିବ ବୋଲି ଆଶା ରଖାଯାଇଛି ।

କର୍ଣ୍ଣାଟକ ସର୍କଲର ମୁଖ୍ୟ ତଥା ପୋଷ୍ଟମାଷ୍ଟର ଜେନେରାଲ (ସିପିଏମଜି) ଏସ ରାଜେନ୍ଦ୍ର କୁମାର କହିଛନ୍ତି, ବେଙ୍ଗାଲୁରୁରେ Hallimane group ପାଇଲଟ ପ୍ରୋଜେକ୍ଟ ଆକାରରେ ପିଠଉ ବିତରଣ ଆରମ୍ଭ କରିଛି । ସୋମବାର ଦିନ ପ୍ରକଳ୍ପ ଆରମ୍ଭ ହେଉହେଉ ତତକ୍ଷଣାତ୍ ପିଠଉ ପାଇଁ ସମୁଦାୟ ୨୨ଟି ଅର୍ଡର୍‌ ଆସିଥିଲା । ତେବେ ବୁକିଂ କରିବା ତୁରନ୍ତ ପରେ ହିଁ ପାର୍ସଲ ବିତରଣ ପାଇଁ ଡାକ ବିଭାଗ ଚେଷ୍ଟା କରିବ ।

ଛୋଟ ଆକାରରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଲୋକପ୍ରିୟତା ହାସଲ କଲେ, ଖାଦ୍ୟ ବ୍ୟବସାୟରେ ଜଡ଼ିତ ବିଭିନ୍ନ କମ୍ପାନୀ ଗୁଡ଼ିକର ପକ୍ଷରୁ ଅଧିକ ସଂଖ୍ୟାରେ ବୁକିଂ ଆସିବ ବୋଲି ଆଶା କରାଯାଉଛି । ଏହା ଡାକ ବିଭାଗ (Postal Department)ପାଇଁ ଏକ ଆକର୍ଷଣୀୟ ବ୍ୟବସାୟ ସୁଯୋଗ ମଧ୍ୟ ହୋଇପାରେ ।

ନିୟମିତ ଡାକ ବିତରଣ କରୁଥିବା କର୍ମଚାରୀମାନେ ବର୍ତ୍ତମାନ ଏହି କାର୍ଯ୍ୟ କରିବେ । ଜନସାଧାରଣଙ୍କ ମଧ୍ୟରେ ଏହି ସେବାର ଆଦୃତି ଲାଭ କଲେ ଭବିଷ୍ୟତରେ ଏକ ଉତ୍ସର୍ଗୀକୃତ ଦଳ ଗଠନ କରାଯାଇପାରିବ ବୋଲି ହିଁ ସିପିଏମଜି କହିଛନ୍ତି ।

ପ୍ରକାଶ ଥାଉ ଯେ, ଅନ୍ୟପଟେ ଖାଦ୍ୟ ବିତରଣ ଆପ୍ ସହିତ ଏହି ସେବାର କୌଣସି ପ୍ରତିଯୋଗିତା ନାହିଁ ବୋଲି ସେ କହିଛନ୍ତି । ଖାଦ୍ୟ ବିତରଣ ଆପ୍ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । କାରଣ ଡାକ ବିଭାଗ କେବଳ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବ । ତେବେ Hallimane କିମ୍ବା ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକ ଉତ୍ପାଦକୁ ସତେଜ ରହିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜିଂ ବ୍ୟବସ୍ଥା କରିବା ଉଚିତ । ଏପରି ହେଲେ ହିଁ କର୍ଣ୍ଣାଟକ ସହ ଅନ୍ୟ ରାଜ୍ୟକୁ ପିଠଉ ବିତରଣ କରିବା ଦିଗରେ ଚିନ୍ତା କରିହେବ ।

Post Office ଗ୍ରାହକଙ୍କ ପାଇଁ ବଡ଼ ଖବର! ଏପ୍ରିଲ ୧ରୁ ବଦଳିଯିବ ନିୟମ,ଜାଣନ୍ତୁ ନଚେତ ଭୋଗିବେ ସମସ୍ୟା...

Post Office! BIGGEST Scheme! ଟଙ୍କା ରଖିଲେ ହୋଇଯିବ ଡବଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments