1. କୃଷି ଖବର

ଏବେ ଚାଷୀଙ୍କୁ ପ୍ରତି ମାସରେ ମିଳିବ ୩୦୦୦ ଟଙ୍କା!

ଏ କଥା ସମସ୍ତେ ଜାଣିଛନ୍ତି କୃଷକ ହେଉଛନ୍ତି ଦେଶର ମେରୁଦଣ୍ଡ । ତାଙ୍କ ବିନା ଉପସ୍ଥିତି ରେ ଆଗକୁ ବଢିବା ଯେପରି ଅସମ୍ଭବ l ହୁଏତ ଆଜି ସାରା ଦେଶ ଚାଷ ଅନୁନ୍ୟ କ୍ଷେତ୍ର ସହିତ ଚାଷ କ୍ଷେତ୍ର ରେ ଭଲ ପ୍ରଦର୍ଶନ କରି ଆଗକୁ ବଢୁଛି l ଚାଷୀ ଓ ଚାଷ କୁ ଏହାକୁ ଦୃଷ୍ଟିରେ ରଖି ସରକାର ନିରନ୍ତର କୃଷକ ଅନୁକୂଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

Tanushree Mahapatra
Tanushree Mahapatra
Pradhan mantri kisan maan dhan yojana farmers get 3000 per month

Pradhan mantri kisan maan dhan yojana farmers get 3000 per month

ଏ କଥା ସମସ୍ତେ ଜାଣିଛନ୍ତି କୃଷକ ହେଉଛନ୍ତି ଦେଶର ମେରୁଦଣ୍ଡ । ତାଙ୍କ ବିନା ଉପସ୍ଥିତି ରେ ଆଗକୁ ବଢିବା ଯେପରି ଅସମ୍ଭବ l ହୁଏତ ଆଜି ସାରା ଦେଶ ଚାଷ ଅନୁନ୍ୟ କ୍ଷେତ୍ର ସହିତ ଚାଷ କ୍ଷେତ୍ର ରେ ଭଲ ପ୍ରଦର୍ଶନ କରି ଆଗକୁ ବଢୁଛି l ଚାଷୀ ଓ ଚାଷ କୁ ଏହାକୁ ଦୃଷ୍ଟିରେ ରଖି ସରକାର ନିରନ୍ତର କୃଷକ ଅନୁକୂଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମୋଦି ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme) ଆରମ୍ଭ କରିଥିଲେ ।

ବର୍ତ୍ତମାନ ଏଥିରେ ୧୧.୫ କୋଟି କୃଷକ ପଞ୍ଜୀକରଣ କରି ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ୬୦୦୦ ଟଙ୍କାର ଲାଭ ଉଠାଉଛନ୍ତି । ଏଥି ସହିତ କୃଷକମାନେ ବାର୍ଦ୍ଧକ୍ୟ ବୟସରେ ବାର୍ଷିକ ୩୬୦୦୦ ଟଙ୍କା ପେନସନ ମଧ୍ୟ ପାଇଥାନ୍ତି । ଆୟ ପରିଚାଳନା ପାଇଁ ସରକାର ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଆରମ୍ଭ କରିଛନ୍ତି । ଏହା ଅଧୀନରେ କୃଷକମାନେ ମାସିକ ୩୦୦୦ ଟଙ୍କା କିମ୍ବା ବାର୍ଷିକ ୩୬୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଲାଭ ଉଠାନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଚାଷୀ ଏହି ପେନସନ ଯୋଜନା ଅନ୍ତର୍ଗତ ହୋଇ ନିଜକୁ ପଞ୍ଜିକୃତ କରିଛନ୍ତି  । ୨ ହେକ୍ଟର କିମ୍ବା ୫ ଏକର ପର୍ଯ୍ୟନ୍ତ ଚାଷ ଜମି ଥିବା ସମସ୍ତ ୧୨ କୋଟି ଚାଷୀଙ୍କୁ ସରକାର ଏହାର ସୁବିଧା ଦେବାକୁ ଯୋଜନା କରିଛନ୍ତି ଏବେ । ୧୮ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହେଉଥିବା ଚାଷୀଙ୍କୁ ମାସିକ ୫୫ ଟଙ୍କା କିସ୍ତି ଦେବାକୁ ପଡିବ ଏବଂ ୪୦ ବର୍ଷ ବୟସରେ ଏହି ଯୋଜନାକୁ ଆସୁଥିବା ଚାଷୀଙ୍କୁ ମାସିକ ୨୦୦ ଟଙ୍କା କିସ୍ତି ଦେବାକୁ ହେବ । ସେମାନଙ୍କ ଯୋଗଦାନର ସମାନ ହିଁ ସରକାର ତରଫରୁ ଯୋଗଦାନ କରାଯିବ । ଏହାଦ୍ୱାରା ଚାଷୀ ଉଚିତ ଲାଭ ପାଇପାରିବ ନିଜ ଚାଷ କ୍ଷେତ୍ର ପାଇଁ l

ଏହା ୧୮ ରୁ ୪୦ ବର୍ଷ ବୟସର ଚାଷୀଙ୍କ ପାଇଁ ଏକ ସ୍ବେଚ୍ଛାକୃତ ଏବଂ ଯୋଗଦାନ ଆଧାରିତ ପେନସନ ଯୋଜନା । ଏହି ପେନସନ ଯୋଜନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫ କୋଟି ଚାଷୀଙ୍କୁ ୬୦ ବର୍ଷ ପୂରଣ କରିବା ପରେ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ ଦିଆଯିବ । ୨ ହେକ୍ଟର କିମ୍ବା ୫ ଏକର ପର୍ଯ୍ୟନ୍ତ ଚାଷଜମି ଥିବା ସମସ୍ତ ୧୨ କୋଟି ଚାଷୀଙ୍କୁ ସରକାର ଏହାର ସୁବିଧା ଦେବାକୁ ଯୋଜନା କରିଛନ୍ତି ।

ଯଦି କୃଷକମାନେ ପ୍ରଧାନମନ୍ତ୍ରୀ ସମ୍ମାନ ନିଧିରେ ପଞ୍ଜୀକୃତ ହୋଇଛନ୍ତି ଏବଂ ସେମାନେ ଏହି ଯୋଜନାର ଲାଭ ପାଉଛନ୍ତି । ତେବେ ମାନଧନ ଯୋଜନା ପାଇଁ ଏହିପରି କୃଷକମାନଙ୍କୁ ପୃଥକ ପଞ୍ଜୀକରଣ କରିବାର କୌଣସି ଆବଶ୍ୟକତା ନାହିଁ । ଏହି କୃଷକମାନେ ବାର୍ଷିକ ୩୬ ହଜାର ଟଙ୍କା ପେନସନ୍ ସ୍କିମ୍ ମାଗଣାରେ ପାଇପାରିବେ । ସରକାର ଆପଣଙ୍କଠାରୁ କୌଣସି କାଗଜ ମାଗିବେ ନାହିଁ । ଏହି ଯୋଜନା ଆପଣଙ୍କ ବୃଦ୍ଧାବସ୍ଥା ପାଇଁ ଏକ ବଡ଼ ସାହାରା ହେବ । କେନ୍ଦ୍ର କୃଷି ମନ୍ତ୍ରଣାଳୟ ଏଭଳି ବ୍ୟବସ୍ଥା କରିଛି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ମିଳିଥିବା ୬୦୦୦ ଟଙ୍କା ମଧ୍ୟରୁ ଏହି ଅର୍ଥ ସିଧାସଳଖ ମାନଧନ ଯୋଜନା ପାଇଁ ମଧ୍ୟ କଟାଯିବ । ଚାଷୀଙ୍କୁ ପକେଟରୁ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏହି ଲୋକମାନେ ଚାହିଁଲେ ପ୍ରିମିୟମ ଦେବାକୁ ଏକ ନୂତନ ବିକଳ୍ପ ବାଛିପାରିବେ । ଯେଉଁଥିରେ ପ୍ରିମିୟମ ପିଏମ କିସାନ ସମ୍ମାନ ନିଧି ରାଶିରୁ କଟାଯିବ ।

ଯଦି ପଲିସିଧାରୀ କୃଷକଙ୍କ ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ପତ୍ନୀଙ୍କୁ ୫୦ ପ୍ରତିଶତ ଅର୍ଥାତ ମାସିକ ୧୫୦୦ ଟଙ୍କା ମିଳିବା ଜାରି ରହିବ ବର୍ଷ କୁ ବର୍ଷ  । ଯେତିକି ପ୍ରିମିୟମ ଚାଷୀ ଦିଅନ୍ତୁ, ସେଥିକି ହିଁ କେନ୍ଦ୍ର ସରକାର ଦେବେ ଯାହାଦ୍ୱାରା ଏହାର ଡବଲ ଫାଇଦା ନେବେ ଚାଷୀ ଭାଇ ଭଉଣୀ  । ଯଦି କେହି ପଲିସି ମଝିରେ ଛାଡିବାକୁ ଚାହାଁନ୍ତି, ତେବେ ଜମା ହୋଇଥିବା ଟଙ୍କା ଏବଂ ଏହାର ସରଳ ସୁଧ ଫେରି ମିଳିବ । ତେବେ ଏହାଦ୍ୱାରା କୌଣସି କ୍ଷତି ପହଞ୍ଚିବ ନାହିଁ ଚାଷୀଙ୍କୁ l

ଏହି ଚାଷୀଙ୍କୁ ମିଳିବନି PM Kisanର ପରବର୍ତ୍ତୀ କିସ୍ତି, ଜାଣନ୍ତୁ କାହିଁକି...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments