
Pratap Nana returned to the Delhi residence
ଦିଲ୍ଲୀ ବାସ ଭବନକୁ ଫେରିଲେ ପ୍ରତାପ ନାନା l ବାଲେଶ୍ୱର ଲୋକସଭା ଆସନରେ ବିଜୟୀ ଲାଭ କରିବା ପରେ ଦିଲ୍ଲୀସ୍ଥିତ ନିଜ ବାସ ଭବନକୁ ଫେରିଛନ୍ତି ସେ l ନୀଳଗିରିରରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ପରେ ପ୍ରତାପ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇ ମୋଦି ସରକାରରେ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ।
ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହେବା ପରେ ତାଙ୍କ ନିଆରା ଜୀବନ ଶୈଳୀକୁ ନେଇ ଅନେକ ଥର ଜାତୀୟ ଏବଂ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ୨୦୧୯ ନିର୍ବାଚନରେ ପ୍ରତାପଙ୍କୁ ବାଲେଶ୍ୱର ଲୋକସଭା ଆସନ ପାଇଁ ଟିକେଟ ମିଳିଥିଲା ଓ ନିଜ ଚେଷ୍ଟା ବଳରେ ବାଜି ମାରି ନେଇଥିଲେ ସେ । ଏହି ବିଜୟ ପରେ ସେ ଲାଗିପଡ଼ିଥିଲେ ନିଜ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ପାଇଁ l
ନିଜର ଏହି କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ବାଧାର ସମ୍ମୁଖୀନ ହୋଇ ମଧ୍ୟ କେବେ ହାର ମାନି ନାହାନ୍ତି l କରୋନା ମହାମାରୀ ପ୍ରତିକୂଳ ପରିସ୍ଥିତି ପାଇଁ ୨୦୨୦ - ୨୧ , ୨୦୨୧-୨୨ ଆର୍ଥିକ ବର୍ଷର ସାଂସଦ ପାଣ୍ଠି ସ୍ଥଗିତ ଥିବା ସତ୍ତ୍ୱେ ବାଲେଶ୍ୱର ସାଂସଦ ପ୍ରତାପଙ୍କ ପ୍ରଚେଷ୍ଟାରେ ବାଲେଶ୍ୱର ଲୋକସଭା କ୍ଷେତ୍ରରେ ୨୦୧୯ - ୨୪ ବର୍ଷରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି l ବାଲେଶ୍ୱରବାସୀଙ୍କୁ ଏକ ନୂଆ ପରିବେଶ ଦେଇଛନ୍ତି ସେ l ଆଜି ଗାଁ ଗାଁ ରେ ସୁବିଧା ରହିଛି ରାସ୍ତା , ଜଳ , ଘର , ଅଙ୍ଗନବାଡ଼ି ଭଳି ଅନ୍ୟାନ୍ୟ ସୁବିଧା l
ଆଉ ଆଜି ଜିଲ୍ଲାର ଉନ୍ନତି ପାଇଁ କରିଥିବା କାର୍ଯ୍ୟ ଲୋକଙ୍କ ଭରସା ଜିତିବାରେ ସାହାଯ୍ୟ କରିଛି ପ୍ରତାପଙ୍କୁ l ଗତକାଲି ବିଳମ୍ବିତ ରାତିରେ ନିଜ ଦିଲ୍ଲୀସ୍ଥିତ ବାସଭବନକୁ ଫେରିବା ଖୁସିରେ ତାଙ୍କ ସହକର୍ମୀ ଅନେକ ଆୟୋଜନ କରିଥିଲେ ନନାଙ୍କ ପାଇଁ l ପ୍ରଥମେ ତାଙ୍କୁ ବନ୍ଦାଇଥିଲେ ଗୃହ ପ୍ରବେଶ ସମୟରେ ତାଙ୍କ ସହକର୍ମୀ l ପ୍ରତାପ ଘରେ ପ୍ରବେଶ କରିବା ପରେ ଶ୍ରୀ ଗଣେଶଙ୍କୁ ଆଳତି କରି ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରିଥିଲେ l ଏହାପରେ ତାଙ୍କ କର୍ମୀ ଏକାଧିକ ଭୋଟ ନେଇ ଜିତିଥିବା ପ୍ରତାପଙ୍କୁ ଶୁଭେଚ୍ଛା ଜଣାଇଥିଲେ l କର୍ମୀଙ୍କୁ ଧନ୍ୟବାଦ ଦେଇ ନିଜ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ନନା l ଏବେ ଦେଖିବାକୁ ବାକି ରହିଲା କେନ୍ଦ୍ର ଆସନରେ ତାଙ୍କୁ କେଉଁ ଦାୟିତ୍ୱ ପ୍ରଦାନ କରୁଛନ୍ତି ସରକାର ?
ଅଧିକ ପଢ଼ନ୍ତୁ
Share your comments