1. କୃଷି ଖବର

ଶିକ୍ଷାରେ ପ୍ରତାପ ଷଡ଼ଙ୍ଗୀଙ୍କ ଭୂମିକା

ଶିକ୍ଷା କ୍ଷେତ୍ରରେ ପିଲାଙ୍କ ପାଇଁ ପ୍ରଦାନ କରାଯାଇଥିବା ଆର୍ଥିକ ପାଣ୍ଠି

Tanushree Mahapatra
Tanushree Mahapatra
Release Status to the State govt. of Odisha during last 4 years

Release Status to the State govt. of Odisha during last 4 years

୨ ଥର ବିଧାୟକ ରହିବା ପରେ ପରେ ୨୦୧୯ରେ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ପ୍ରତାପ ଷଡ଼ଙ୍ଗୀ l ବିଧାୟକ ରହିଥିବା ସମୟରେ ସେ ନିଜ ଅଂଚଳ ପାଇଁ ଉନ୍ନତ ମୂଳକ କାର୍ଯ୍ୟ କରିଥିଲେ l ଯାହା ପାଇଁ ସେ ନିଜ ଅଂଚଳର ଅଞ୍ଚଳବାସୀଙ୍କ ପାଇଁ ପ୍ରିୟପାତ୍ର ହୋଇପାରିଥିଲେ l ପରେ ଏହି ଭଲ ପାଇବା ତାଙ୍କୁ ସାଂସଦ ପଦବୀ ପାଇଁ ନିର୍ବାଚିତ ହେବାରେ ସଫଳ କରିଥିଲା l

ଅନେକ ଥର ନିଜ ପାଖରେ ଥିବା ପଦବୀର ଉଚିତ ବ୍ୟବହାର କରି ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରିଛନ୍ତି l ଯାହାର ଫାଇଦା ତାଙ୍କ ଅଂଚଳର ଲୋକେ ଉଠାଉଛନ୍ତି l ଅନେକ ଥର ନିଜ ଦାବି ଅନୁଯାୟୀ ସେ ସରକାରଙ୍କ ଠାରୁ ଜିଲ୍ଲାବାସୀଙ୍କ ପାଇଁ ଅନୁଦାନ ଯୋଗାଇଛନ୍ତି ଯାହାକି ଚାଷୀ ମୁଲିଆ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ସରକାରୀ ସୁବିଧା ପାଇଛନ୍ତି l ବୃଦ୍ଧ ବୃଦ୍ଧା ନିଜ ଭତ୍ତା ଟଙ୍କା ପାଇବାରୁ ଆରମ୍ଭ କରି ଚାଷୀ ମଣ୍ଡିରେ ଆଜି ଉଚିତ ମୂଲ୍ୟ ପାଉଛି ନିଜ ଅମଳର l

କେବଳ ଏତିକି ନୁହେଁ ଜିଲ୍ଲାର ଛାତ୍ରଛାତ୍ରୀ ମଧ୍ୟ ଅନେକ ସୁବିଧା ପାଇଛନ୍ତି l ପଛୁଆ ବର୍ଗର ଜନଜାତିଙ୍କ ପାଇଁ ସେ ଅନେକ ଶିକ୍ଷା ବ୍ୟବସ୍ଥା କରିଛନ୍ତି l ସାଂସଦ ରହିଥିବା ସମୟରେ ୨୦୧୯ - ୨୦୨୩ ମସିହାରେ ସେ ସରକାରୀ ସ୍ତରରେ ଅନେକ ଅନୁଦାନ ପ୍ରଦାନ କରିଛନ୍ତି l ଯାହା ଜିଲ୍ଲାର ଶିକ୍ଷାକୁ ମଜବୁତ କରିଛି l ବିଭିନ୍ନ ଯୋଜନା ମାଧ୍ୟମରେ ତାଙ୍କ ସାଂସଦ ରହିଥିବା ସମୟରେ ପିଲାଙ୍କୁ ଦିଆଯାଇଥିବା ସୁବିଧା ଗୁଡିକ -

ପ୍ରି ମାଟ୍ରିକ ସ୍କଲାରସିପ ( OBC, EBC & DNT ) ପାଇଁ ୭୧୭.୦୦ ଲକ୍ଷ ଟଙ୍କା ୨୦୧୯-୨୦୨୦ ମସିହାରେ ୧.୨୧ ଲକ୍ଷ ପିଲାଙ୍କ ପାଇଁ ପ୍ରଦାନ କରାଯାଇଥିଲା ଜିଲ୍ଲାକୁ l ୨୦୨୦ - ୨୧ ରେ ୮୨୫.୦୦ ଲକ୍ଷ ଟଙ୍କା ୧.୩୭ ଲକ୍ଷ ପିଲାଙ୍କ ପାଇଁ ପ୍ରଦାନ କରାଯାଇଥିଲା l ୨୦୨୧-୨୨ ୭୮୮.୯୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା l ୨୦୨୨-୨୩ ୭୫୪.୬୦୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା l

ପୋଷ୍ଟ ମାଟ୍ରିକ ସ୍କଲାରସିପ (OBC, EBC & DNT) ପାଇଁ ୬୪୨୯.୦୦ ଲକ୍ଷ ଟଙ୍କା ୨୦୧୯-୨୦୨୦ ମସିହାରେ ୧.୧୫ ଲକ୍ଷ ପିଲାଙ୍କ ପାଇଁ ପ୍ରଦାନ କରାଯାଇଥିଲା ଜିଲ୍ଲାକୁ l ୨୦୨୦ - ୨୧ ରେ ୧୨୦୦.୦୦ ଲକ୍ଷ ଟଙ୍କା ୧.୧୧ ଲକ୍ଷ ପିଲାଙ୍କ ପାଇଁ ପ୍ରଦାନ କରାଯାଇଥିଲା l ୨୦୨୧-୨୨ ୬୨୪୪.୭୩ ଲକ୍ଷ ତାଙ୍କ ୧.୮୦ ଲକ୍ଷ ପିଲାଙ୍କ ପାଇଁ ପ୍ରଦାନ କରାଯାଇଥିଲା l ୨୦୨୨-୨୩ ୩୩୪୦.୮୦ ଲକ୍ଷ ଟଙ୍କା  ୧.୯୪ ଲକ୍ଷ ପିଲାଙ୍କ ପାଇଁ ପ୍ରଦାନ କରାଯାଇଥିଲା l ଓବିସି ବର୍ଗ ପୁଅ ଓ ଝିଅଙ୍କ ପାଠ ପଢା ପାଇଁ ହଷ୍ଟେଲ ନିର୍ମାଣ ଭଳି କାର୍ଯ୍ୟ ସେ କରିଛନ୍ତି ଜିଲ୍ଲାରେ l ୨୦୨୨ - ୨୩ ଆର୍ଥିକ ବର୍ଷରେ ୩୫୬.୫୪ ଲକ୍ଷ ଟଙ୍କା ୯୦୦ ଟି ହଷ୍ଟେଲ ନିର୍ମାଣ ପାଇଁ ପ୍ରଦାନ କରାଯାଇଥିଲା l

ଗତ 4 ବର୍ଷ ମଧ୍ୟରେ ରାଜ୍ୟର ଏସସି ଛାତ୍ରମାନଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଥିଲା l ୨୦୧୯ -୨୦ ଆର୍ଥିକ ବର୍ଷରେ ୯୬ ଜଣଙ୍କୁ ୩ ,୯୪ ,୮୩ ,୭୫୮ ଟଙ୍କା ପ୍ରଦାନ କରାଯାଇଥିଲା l ୨୦୨୦ -୨୧ ଆର୍ଥିକ ବର୍ଷରେ ୮୪ ଜଣଙ୍କୁ ୨ ,୭୩ ,୯୪ ,୩୧୮ ଟଙ୍କା ପ୍ରଦାନ ହୋଇଥିଲା l ୨୦୨୧ -୨୨ ଆର୍ଥିକ ବର୍ଷରେ ୮୪ ଜଣଙ୍କୁ ୨ ,୭୭ ,୩୯ ,୭୮୩ ଟଙ୍କା ପ୍ରଦାନ ହୋଇଥିଲା l ୨୦୨୨ -୨୩ ଆର୍ଥିକ ବର୍ଷରେ ୭୯ ଜଣଙ୍କୁ ୨ ,୬୧ ,୮୦ ,୯୨୦ ଟଙ୍କା ପ୍ରଦାନ ହୋଇଥିଲା l ୨୦୧୩ -୨୪ ଆର୍ଥିକ ବର୍ଷରେ ୬୫ ଜଣଙ୍କୁ ୧ ,୩୭ ,୯୨ ,୦୧୧ ଟଙ୍କା ପ୍ରଦାନ ହୋଇଥିଲା l ମୋଟ ୧୭୯ ଜଣ ପିଲାଙ୍କୁ ୧୩ ,୪୫ ,୯୦ ,୭୯ କୋଟି ଟଙ୍କା ପ୍ରଦାନ ହୋଇଥିଲା l   

ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ପ୍ରତାପ ନନାଙ୍କ ଭୂମିକା

ରେଳ ସେବା ବିକାଶ ପାଇଁ ବ୍ୟାପକ ପଦକ୍ଷେପ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments