1. କୃଷି ଖବର

ରେଳ ସେବା ବିକାଶ ପାଇଁ ବ୍ୟାପକ ପଦକ୍ଷେପ

ଓଡ଼ିଶାକୁ ୫୨୪ କୋଟି ଟଙ୍କା ଅଧିକ....

Tanushree Mahapatra
Tanushree Mahapatra
railway budjet of odisha 2024-25, image source - pexels

railway budjet of odisha 2024-25, image source - pexels

ଦେଶରେ ସରକାର ସର୍ବଦା ସାଧାରଣ ଲୋକଙ୍କୁ ସମସ୍ୟାକୁ ନଜରଫାରେ ରଖି ବଜେଟ ଉପସ୍ଥାପନ କରିଥାନ୍ତି l ଯାହାର ପ୍ରଭାବ ଦେଶବାସୀଙ୍କ ଉପରେ ପଡ଼ିଥାଏ l ତେବେ ପ୍ରତିବର୍ଷ ଏହି ବଜେଟ ଉପସ୍ଥାପନ ହୋଇଥାଏ l ତେବେ ଏହି ରେଳ ବଜେଟକୁ ପ୍ରଥମେ ଇଂରେଜମାନେ ୧୯୨୪ ମସିହାରେ ଆରମ୍ଭ କରିଥିଲେ । ଯାହା ରେଳ ବଜେଟ ଏବଂ କେନ୍ଦ୍ରୀୟ ବଜେଟକୁ ୨୦୧୬ ଯାଏ ଅଲଗା ଅଲଗା ଉପସ୍ଥାପନ କରାଯାଉଥିବା ଦେଖିବାକୁ ମିଳିଥିଲା ।

ତେବେ ୨୦୧୭ ମସିହାରେ ଏହି ଦୁଇ ବଜେଟକୁ ଏକା ସହ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା । ଏହି ବଜେଟ ନୀତିକୁ ଯାଞ୍ଚ କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା ଦେଶରେ । ଏହା ପରେ ପରେ ୨୦୧୭ ମସିହାରେ ଅରୁଣ ଜେଟଲୀ ମିଳିତ ୟୁନିୟନ ବଜେଟ ଉପସ୍ଥାପନ କରିଥିଲେ ଯେଉଁଥିରେ ରେଳ ବଜେଟକୁ ସାମିଲ କରାଯାଇଥିଲା ।

ତେବେ ନିକଟରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା ଅନ୍ତରୀଣ ବଜେଟ ୨୦୨୪-୨୫ । ବଜେଟ ଉପସ୍ଥାପନ ହୋଇଥିବା ରେଳ ବଜେଟରେ ଏଥର ଓଡ଼ିଶା ରାଜ୍ୟକୁ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବା ନେଇ କୁହାଯାଇଥିଲା । ତେବେ ବଜେଟ ପରେ କୁହାଯାଇଥିଲା ଯେ ରାଜ୍ୟରେ ରେଳପଥ ସମ୍ପ୍ରସାରଣ କାମ ଜୋରସୋରରେ ଦୌଡ଼ିବ । ଏହାସହିତ ଅପହଞ୍ଚ ଅଞ୍ଚଳକୁ ମଧ୍ୟ ରେଳ ଗଡ଼ିବ ଯାହାର ସୁବିଧା ଅପହଞ୍ଚ ଇଲାକାରେ ରହୁଥିବା ଲୋକେ ପାଇବେ । ସେହିପରି ଅତ୍ୟଧିକ ବ୍ୟସ୍ତବହୁଳ ରେଳପଥର ସମ୍ପ୍ରସାରଣ କରାଯିବ ରାଜ୍ୟରେ ।

ରାଜ୍ୟରେ ଦୁଇ ଲାଇନ ରେଳପଥ ହେବ ୪ ଲାଇନ ବିଶିଷ୍ଟ । ୪ ଲାଇନକୁ କରାଯିବ ୬ ଲାଇନ୍‌ ବିଶିଷ୍ଟ ।  ରେଳ ବ୍ରିଜ୍‌ ହେବା ସହିତ,  ଭୂତଳ ବାଇପାସ୍‌ ରେଳ ପାଇଁ ନିର୍ମାଣ ହେବ ରାସ୍ତା । ତେଣୁ ରେଳ ବଜେଟରେ ଓଡ଼ିଶାକୁ ନେଇ ଏହି ମେଗା ବ୍ୟୟବରାଦ କରିଥିଲେ ମୋଦି ସରକାର । ଅନ୍ୟପଟେ ୨୦୨୩-୨୪ରେ ଓଡ଼ିଶାକୁ ରେଳ ବଜେଟରେ ମିଳିଥିଲା ମୋଟ ୧୦ ହଜାର ୧୨ କୋଟି ଟଙ୍କା । କିନ୍ତୁ ଏଥର ଓଡ଼ିଶାକୁ ୫୨୪ କୋଟି ଟଙ୍କା ଅଧିକ ମିଳିବ ବୋଲି କୁହାଯାଇଥିଲା ।

 ୨୦୨୨-୨୩ରେ ମିଳିଥିଲା ୯୭୩୪ କୋଟି ଟଙ୍କା । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି, ରେଳ ବଜେଟରେ ଓଡ଼ିଶାକୁ କେନ୍ଦ୍ର ସରକାର ତଥା ମୋଦି ସରକାର ବେଶ୍‌ ଗୁରୁତ୍ୱ ଦେଇଛନ୍ତି । ଅନ୍ୟ ଉପ ସରକାର ଅମଳରେ ୨୦୦୯ରୁ ୨୦୧୪ ମସିହା ପର୍ୟ୍ୟନ୍ତ ରେଳ ବଜେଟରେ ଓଡ଼ିଶାକୁ ବାର୍ଷିକ ମାତ୍ର ୮୩୮ କୋଟି ଟଙ୍କା ପ୍ରଦାନ କରାଯାଉଥିଲା । ମୋଦି ସରକାରଙ୍କ ସମୟରେ ରାଜ୍ୟରେ ରେଳ ସେବାର ବିକାଶ ପାଇଁ ଅନେକ ବ୍ୟାପକ ପଦକ୍ଷେପ ନିଆଯାଇଛି ଯାହାଦ୍ୱାରା ସାଧରଣ ଜନତାଙ୍କୁ ଅନେକ ଲାଭ ମିଳିପାରିଛି । ସେହିପରି ଏଥର ମଧ୍ୟ ବଜେଟରେ ଓଡ଼ିଶାକୁ ରେଳ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କା ମିଳିଛି l ଯାହା ଆଗାମୀ ଦିନରେ ଓଡ଼ିଶା ରେଳ ସେବାକୁ ଆହୁରି ଉନ୍ନତ କରିବ l

ଅଧିକ ପଢ଼ନ୍ତୁ

ବିକାଶମୂଳକ କାର୍ଯ୍ୟକ୍ରମରେ ପ୍ରତାପ ଷଡ଼ଙ୍ଗୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments