1. କୃଷି ଖବର

ବିକାଶମୂଳକ କାର୍ଯ୍ୟକ୍ରମରେ ପ୍ରତାପ ଷଡ଼ଙ୍ଗୀ

ସେ ୨୦୨୪ ପଯ୍ୟନ୍ତ ଅନେକ ବିକାଶମୂଳକ କାର୍ଯ୍ୟ

Tanushree Mahapatra
Tanushree Mahapatra
Pratap Sarangi in the development programme

Pratap Sarangi in the development programme

ଅତି ସରଳ ଜୀବନ ରଖିଥିବା ପ୍ରତାପ ଷଡ଼ଙ୍ଗୀ ମୋଦି ସରକାରଙ୍କ ଦ୍ଵିତୀୟ ପାଳି ସରକାରରେ ସାଂସଦ ଭାବେ ଶପଥ ନେଇଥିଲା l ସାଂସଦ ଭାବେ ଜିଲ୍ଲାର ମଙ୍ଗ ଧରିବା ପରେ କରିଥିଲେ ଅନେକ ବିକାସମୂଳକ କାର୍ଯ୍ୟ l ପିଲାଦିନୁ RSS ସହ ଜଡ଼ିତ ରହିଛନ୍ତି ସେ। ୨୦୦୪ ଏବଂ ୨୦୦୯ ମସିହା ବିଧାନସଭା ନିର୍ବାଚନରେ ନୀଳଗିରି ବିଧାନସଭା ଆସନରୁ ସେ ଦୁଇ ଥର ବିଧାୟକଭାବେ ନିର୍ବାଚିତ ହୋଇଥିଲେ ।

ତେବେ ପୂର୍ବରୁ ୨୦୧୪ରେ ସେ ବିଜେପି ପାଇଁ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନିଜ ସରଳ ଜୀବନଯାପନ ପାଇଁ ଏବଂ ସ୍ୱଚ୍ଛ ବ୍ୟକ୍ତିତ୍ୱକୁ ପାଇଁ ପରିଚିତ l ଗାଁ ପରିବେଶକୁ ଭଲ ପାଉଥିବା ମଣିଷଟି ସର୍ବଦା କୁଟୀର ଶିଳ୍ପ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚେଷ୍ଟା କରିଥାନ୍ତି ଯାହାଦ୍ୱାରା ପ୍ରକୃତିର କୌଣସି କ୍ଷୟକ୍ଷତି ହେବ ନାହିଁ l

୨୦୧୯ ମସିହାରେ ନିର୍ବାଚନ ଜିତିବା ପରେ ସେ ୨୦୨୪ ପଯ୍ୟନ୍ତ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି ଜିଲ୍ଲାରେ l ସେ ସର୍ବଦା ଜିଲ୍ଲାବାସୀଙ୍କ ପାଇଁ ନୂଆ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି l ଯାହା ଆଶା ତାଙ୍କର ପୂରଣ ମଧ୍ୟ ହୋଇଛି l ତେବେ ଆସନ୍ତୁ ଏହି ୫ ବର୍ଷ ମଧ୍ୟରେ ସେ କରିଥିବା ସମସ୍ତ କାର୍ଯ୍ୟକ୍ରମ ଉପରେ ନଜର ପକାଇବା l

ତାଙ୍କ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ବାଲିଆପାଳ ବ୍ଲକରେ ୮ ଟି ସଡ଼କ ପାଇଁ  ୨୪ କୋଟିରୁ ଅଧିକ ଅର୍ଥରାଶି ମଂଜୁର ହୋଇଥିଲା l ନୀଳଗିରି ବ୍ଲକରେ ୧୨ ଟି ନୂଆ ସଡ଼କ ପାଇଁ ୪୧ କୋଟି ଟଙ୍କା ମଂଜୁର ହୋଇଥିଲା l ଔପଦା ବ୍ଲକର ୩ଟି ନୂଆ ସଡ଼କ ପାଇଁ ୯ କୋଟିରୁ ଅଧିକ ଟଙ୍କା ମଂଜୁର ହୋଇଥିଲା l ବସ୍ତା ବ୍ଲକର ୫ଟି ନୂଆ ସଡ଼କ ପାଇଁ ୧୭ କୋଟି ଟଙ୍କା ମଂଜୁର ହୋଇଛି l କେବଳ ଏତିକି ନୁହେଁ ଅନ୍ୟାନ୍ୟ ବ୍ଲକ ପାଇଁ ମଧ୍ୟ କେନ୍ଦ୍ର ଦ୍ୱାରା ସାଂସଦ ପ୍ରତାପ ଅନେକ କୋଟି ଟଙ୍କା ମଂଜୁର କରାଇଛନ୍ତି l

ବାଲେଶ୍ୱର ଭୋଗରାଇ ନିର୍ବାଚନ ମଣ୍ଡଳୀ ପାଇଁ MSME ଅନୁମୋଦନ କ୍ରମେ ୩ କୋଟି ୨୭ ଲକ୍ଷ ଟଙ୍କାର ଏକ ବାଉଁଶ କ୍ଲଷ୍ଟର ପ୍ରତିଷ୍ଠା କରାଯାଇଛି l ଯାହାଦ୍ୱାରା ୭୦୦ ପରିବାର ଉପକୃତ ହେଉଛନ୍ତି l କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଷ୍ଟେସନ ଯୋଜନାରେ ବାଲେଶ୍ୱର ଷ୍ଟେସନକୁ ସାମିଲ କରାଯାଇ ଆଧୁନିକୀକରଣ ପାଇଁ ୨୩ କୋଟି ଟଙ୍କା ମଂଜୁର ହୋଇଛି l ଜଳେଶ୍ୱର ରାଜଘାଟ ଠାରେ ରେଳ ଓଭରବ୍ରିଜ ନିର୍ମାଣ କରାଯାଇଛି l ଯାହାଦ୍ୱାରା ସେଠାରେ ଯାତ୍ରୀଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ l ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମକୁ ସୁଦିନିଆ ପକ୍କା ରାସ୍ତା ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି l ଯାହାକୁ ପୂର୍ଣ୍ଣ କରିଛନ୍ତି ଏବଂ ଜିଲ୍ଲାର ସଡ଼କ ପରିବର୍ତ୍ତନ କରିବାରେ ସଫଳ ମଧ୍ୟ ହୋଇଛନ୍ତି l ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କୌଣସି ଅସୁବିଧା ମଧ୍ୟ ରହିନାହିଁ ଜିଲ୍ଲାରେ l

ଅଧିକ ପଢ଼ନ୍ତୁ

Zucchini benefits: ବିପି ଓ ଡାଇବେଟିସ କଣ୍ଟ୍ରୋଲ କରିବ ଏହି ପରିବା

ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ: କୃଷି ଜଳସେଚନରେ ଆଣିଲେ ବୈପ୍ଲବିକ ପରିବର୍ତ୍ତନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments