କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଶାସନିକ ଅଧଇକାରୀ ପ୍ରେମଚନ୍ଦ୍ର ଚୌଧୁରୀ । 2010 ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟା ସଂଗଠନରେ କାର୍ଯ୍ୟ କରୁଥିଲେ । ଚୌଧୁରୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଜୁନ୍ 16 ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଦିକାରୀ ସ୍ତରରେ ବଡ ଅଦଳବଦଳ କରାଯାଇଥିଲା । ଚୌଧୁରୀଙ୍କୁ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ସେ WODC ସିଇଓ ଭାବରେ ନିଜ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଛନ୍ତି । ଯେଉଁଥିରେ ସେ ଜୁନ୍ 2021ରେ WODC ସିଇଓ ଭାବରେ ନିଯୁକ୍ତ ହୋଇଥିଲେ ପ୍ରେମଚନ୍ଦ୍ର ।
“କେବଳ ଖାଦ୍ୟ ପାଇଁ ନୁହେଁ ,ବଜାର ଲକ୍ଷ ରେ ଉତ୍ପାଦନ କଲେ କୃଷକଙ୍କ ସ୍ଥିତି ବଦଳିବ ": ଡଃ ନଗେଶ ବାରିକ
ମେ'ରେ ବଢିଛି କୃଷି ଶ୍ରମିକଙ୍କ ଖୁଚୁରା ମୁଦ୍ରସ୍ଫୀତି
ଭୁବନେଶ୍ୱରର ମ୍ୟୁନିସିପାଲିଟି କମିଶନର ଭାବରେ କୋରୋନାର ପ୍ରଥମ ତରଙ୍ଗ ସମୟରେ ଚୌଧୁରୀଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ ରହିଥିଲା । ଭୁବନେଶ୍ୱର ତଥା ଏହାର ଆଖପାଖରେ COVID ଡାକ୍ତରଖାନା ଏବଂ COVID କେୟାର ସେଣ୍ଟରରରେ ବେଶ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲେ ପ୍ରେମଚନ୍ଦ୍ର ।
ଏହାପୂର୍ବରୁ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ରହିଥିବା ଡ. ଏମ ମୁଥୁକୁମାରଙ୍ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ । ନାଗରିକ ସଂଗଠନର ମୁଖ୍ୟ ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ, ସାଧାରଣ ଲୋକଙ୍କ ସହ ଯୋଡିହେବା ଏବଂ ସଚେତନତା ଦିଗରେ ଚୌଧୁରୀଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ପ୍ରେମଚନ୍ଦ୍ର ଚୌଧୁରୀ ଗଞ୍ଜାମର କଲେକ୍ଟର ଭାବରେ ମଧ୍ୟ ନିଜ ଦାୟିତ୍ବ ତୁଲାଇଛନ୍ତି ।
Share your comments