News

President Draupadi Murmu Tweets: କାରଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦ୍ରୌପଦୀ ମୁର୍ମୁ

ଆଜି ହେଉଛି କାରଗିଲ ବିଜୟ ଦିବସ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଟ୍ୱିଟ କରି କାରଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦ୍ରୌପଦୀ ମୁର୍ମୁ ।

26 July, 2022 12:03 PM IST By: Sudesna Nayak

ଆଜି ହେଉଛି କାରଗିଲ ବିଜୟ ଦିବସ (Kargil Vijay Diwas) । ରାଷ୍ଟ୍ରପତି ହେବା ପରେ ପ୍ରଥମ ଟ୍ୱିଟ କରି କାରଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦ୍ରୌପଦୀ ମୁର୍ମୁ (Draupadi Murmu) ।

ସୂଚନା ଅନୁଯାୟୀ, ଦେଶର 15 ତମ ରାଷ୍ଟ୍ରପତି (President Of India) ରୂପେ ଶପଥ ଗ୍ରହଣ କରିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ (Draupadi Murmu) । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ।

ଜୁଲାଇ 25ରେ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଶପଥ ନେଇଛନ୍ତି ମୁର୍ମୁ । ଭାରତର ପ୍ରଧାନ ବିଚାରପତି ଏନ.ଭି ରାମଣା ଦ୍ରୌପଦୀ ମୁର୍ମୁ (Draupadi Murmu)ଙ୍କୁ ଶପଥ ପାଠ କରାଇଛନ୍ତି ।

ଆଜି ହେଉଛି କାରଗିଲ ବିଜୟ ଦିବସ (Kargil Vijay Diwas) । ଯାହାକୁ ନେଇ ଆଜି ପାକିସ୍ତାନ ବିରୋଧରେ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଟ୍ୱିଟ କରି କାରଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦ୍ରୌପଦୀ ମୁର୍ମୁ (Draupadi Murmu) ।

ପ୍ରକାଶ ଥାଉ ଯେ, ଦ୍ରୌପଦୀ ମୁର୍ମୁ (Draupadi Murmu)ଓଡିଶା (ODISHA)ର ଝିଅ । ସେ ଅତ୍ୟନ୍ତ ଗରିବ ସାଧାରଣ ଆଦିବାସୀ ପରିବାରର ଝିଅ ଅଟନ୍ତି । ଦ୍ରୌପଦୀ ମୁର୍ମୁ (Draupadi Murmu) ରାଷ୍ଟ୍ରପତି (President)ପଦରେ ଶପଥ ଗ୍ରହଣକୁ ନେଇ ଓଡିଶା (ODISHA) ସମେତ ସାରା ଦେଶରେ ଖୁସିର ମାହୋଲ ଖେଳି ଉଠିଛି ।

ଶପଥ ଗ୍ରହଣ ପରେ ଦ୍ରୌପଦୀ ମୁର୍ମୁ କଲେ ପ୍ରଥମ ଟ୍ୱିଟ, କଣ କହିଲେ ଜାଣନ୍ତୁ...

ରାଷ୍ଟ୍ରପତି ପଦରେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)