ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) ଆଜି ସୋମବାର (Monday)ଠୁ 3 ଦିନିଆ କର୍ଣ୍ଣାଟକ (Karnataka)ଗସ୍ତରେ ଯିବେ । ମହୀଶୂରରେ ଅନୁଷ୍ଠିତ ହେବାକୁ ଥିବା ଦଶହରା ମହୋତ୍ସବର ଉଦଘାଟନ କରିବେ ରାଷ୍ଟ୍ରପତି (President) ।
ସୂଚନା ଅନୁଯାୟୀ, ମହୀଶୂରରେ ଦଶହରା ମହୋତ୍ସବର ଶୁଭାରମ୍ଭ କରିବା ପରେ ପରେ ଡୁବଲି-ଧାରବାଡ ନଗର ନିଗମ ଦ୍ବାରା ଆୟୋଜିତ ‘ପଉରା ସନମାନା’ ସମ୍ମାନ ସମୋରୋହରେ ସାମିଲ ହେବେ ରାଷ୍ଟ୍ରପତି (President) ।
କହିବାକୁ ଗଲେ,28 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି (President)କର୍ଣ୍ଣାଟକ (Karnataka)ରେ ରହିବା ନେଇ ସୂଚନା ମିଳିଛି । ରାଷ୍ଟ୍ରପତି (President) ଭାବେ ଦେଶର ଭାର ସମ୍ଭାଳିବା ପରେ ଏହା ତାଙ୍କ ପ୍ରଥମ କର୍ଣ୍ଣାଟର ଗସ୍ତ ।
ପ୍ରକାଶ ଥାଉ ଯେ, କର୍ଣ୍ଣାଟକ (Karnataka)ର ମହୀଶୂର ସହରରେ ଅନୁଷ୍ଠିତ ହଶହରା ପର୍ବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । 2 ବର୍ଷ କୋରୋନା ପାଇଁ ଉତ୍ସବ ବନ୍ଦ ଥିଲା ମାତ୍ର ଚଳିତ ବର୍ଷ ଏହା ପୁଣି ଆୟୋଜିତ ହେବାକୁ ଯାଉଛି । ଏହା ଏକ ୧୦ ଦିନିଆ ପର୍ବ ଯାହା ବିଜୟାଦଶମୀ ଦିନ ଶେଷ ହେବ ।
Share your comments