
President of India Droupadi Murmu Murmu is the inspiration for India's greener future
ଦେଶର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ(Former President Dr A.P.J. Abdul Kalam) ଏମିତି ଜଣେ ସ୍ଫୁଲିଙ୍ଗ ଥିଲେ, ଯିଏ କୋଟି କୋଟି ଭାରତୀୟଙ୍କ ମଧ୍ୟରେ କିଛି କରି ଦେଖାଇବାର ଉତ୍ସାହ ରୂପକ ଅଗ୍ନିକୁ ଦେଇଥିଲେ ଡେଣା । ସବୁଜ ପୃଥିବୀକୁ ନେଇ ତାଙ୍କ ଭିତରେ ରହିଥିଲା ଅନେକ । ଏଥିପାଇଁ ସେ ନିଜେ ଦଶଟି ଗଛ ଲଗାଇବା ସହିତ ପରିବାର ଓ ପଡୋଶୀ ମଧ୍ୟ କିଭଳି ଦଶ ଦଶଟି ଗଛ ଲଗାଇବେ, ଏଥିପାଇଁ ଶପଥ ନେଇଥିଲେ । କୋଟି କୋଟି ଲୋକଙ୍କ ପାଇଁ କୋଟି କୋଟି ଗଛ ଥିଲା ତାଙ୍କର ଭିଜନ ।
ସମ୍ବିଧାନର ସୁରକ୍ଷା ହେଉଛି ଜଣେ ଭାରତୀୟ ରାଷ୍ଟ୍ରପତି(President of India)ଙ୍କ ପ୍ରାଥମିକ କର୍ତ୍ତବ୍ୟ । ହେଲେ ଏହା ଛଡା ସେମାନଙ୍କର କାର୍ଯ୍ୟ ଏବଂ ଶବ୍ଦ ସମଗ୍ର ଦେଶ ପାଇଁ ପ୍ରେରଣା ହେବାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଗୁରୁବାର ଦେଶକୁ ମିଳିଛି ଆଉ ଜଣେ ନୂଆ ରାଷ୍ଟ୍ରପତି । ଓଡିଶାର ଝିଅ ହୋଇଛନ୍ତି ରାଇସିନାର ରାଣୀ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ(Droupadi Murmu) । ରାଜନୈତିକ କ୍ୟାରିଅର ସହ ପରିବେଶ ସୁରକ୍ଷାକୁ ନେଇ କରିଥିବା କାର୍ଯ୍ୟ କାରଣରୁ ମଧ୍ୟ ବେଶ ପରିଚିତ ଥିଲେ ଦ୍ରୌପଦୀ ।
କେବଳ ବନ୍ୟବିଭାଗ ସରକାରଙ୍କ ଉପରେ ନିର୍ଭର କରି କେବେହେଲେ ପରିବେଶର ସୁରକ୍ଷା କରାଯାଇପାରିବ ନାହିଁ । ମିଲିତ ସହଯୋଗ ହିଁ ପରିବେଶର ସୁରକ୍ଷା କରିପାରିବ । ଝାଡଖଣ୍ଡର ରାଜ୍ୟପାଳ ଥିବା ସମୟରେ ଏହି କଥା କହିଥିଲେ ଦ୍ରୌପଦୀ ମୁର୍ମୁ ।
ଦ୍ରୌପଦୀଙ୍କ ମରାମର୍ଶରେ Grow-Trees.com ନାମକ ଏକ ସାମାଜିକ ସଂଗଠନ 50 ଲକ୍ଷ ବୃକ୍ଷ ରୋପଣରେ ସକ୍ଷମ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ସାଆନ୍ତାଳୀ ସମ୍ପ୍ରଦାୟ ଜନଜାତିଙ୍କ ସହଯୋଗରେ ଏହି ସଂଗଠନ ଶିମିଳିପାଳ ଅଭୟାରଣ୍ୟର ପାଖାପାଖି 2,750 ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଏହି ବୃକ୍ଷ ରୋପଣ କରିଥିଲା ।
ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣ ପରେ ପରିବେଶ ଓ ପ୍ରକୃତିକୁ ନେଇ ମହତ୍ବପୂର୍ଣ୍ଣ ବାର୍ତ୍ତା ଦେଇଥଇଲେ ଦ୍ରୌପଦୀ ମୁର୍ମୁ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, ମୁଁ ସେହି ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି ଯାହା ହଜାର ହଜାର ବର୍ଷ ଧରି ପ୍ରକୃତି ସହ ସହାବସ୍ଥାନ କରି ଆସିଛି । ମୁଁ ଜଙ୍ଗଲ ଓ ଜଳଉତ୍ସ ଗୁଡିକର ଗୁରୁତ୍ୱ କଣ ମୋ ଜୀବନରେ ବୁଝିଛି ।
ଯେହେତୁ ଦ୍ରୌପଦୀ ମୁର୍ମୁଙ୍କ ପରି ଉତ୍ସାହୀ ପରିବେଶ ପ୍ରେମୀ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧଆନିକ ପଦବୀରେ ବସିଛନ୍ତି, ସେ ଲକ୍ଷ ଲକ୍ଷ ଲୋକଙ୍କୁ ଭାରତ ପାଇଁ ସବୁଜ ଭବିଷ୍ୟତର ପ୍ରତିଶ୍ରୁତି ଦେବେ ବୋଲି ଆଶା ଓ ବିଶ୍ବାସ ରହିଛି ।
ପ୍ରକୃତି ଉପରେ କଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ? ଜାଣନ୍ତୁ...
Share your comments