
Manoj Kumar Menon and Rohitashwa Gakhar with the Krishi Jagran Team
କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ତେବେ, ଆଜି(ବୁଧବାର) କୃଷି ଜାଗରଣ ପାଇଁ ଏକ ବିଶେଷ ଦିନ । ଆଜି (ବୁଧବାର) କୃଷି ଜାଗରଣ ଚୌପାଲରେ ଯୋଗ ଦେଇଛନ୍ତି MANOJ KUMAR MENON(EXECUTIVE DIRECTOR, ICCOA) ଓ ROHITASHWA GAKHAR (DIRECTOR OPERATIONS , ICCOA) ।
ସୂଚନା ଅନୁଯାୟୀ, ଜୈବିକ ସାର (organic farming)ରେ ଉତ୍ପାଦନ ଫସଲର ଚାହିଦା ଏବେ ବଜାରରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ ଚାଷ ପାଇଁ ମୁଖ୍ୟତଃ ସମସ୍ତେ ଜୈବିକ ପଦ୍ଧତିକୁ ଆପଣାଉଛନ୍ତି । ଜୈବିକ ପଦ୍ଧତିରେ ଚାଷ (organic farming)କରି ଚାଷୀ (profitable)ଅଧିକ ଲାଭବାନ ହେଉଥିବା ମଧ୍ୟ ହେଉଥିବାର ଦେଖିବାକୁ ମିଳୁଛି । କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜୈବିକ ଖତର ପ୍ରୟୋଗ ଆବଶ୍ୟକ ହୋଇଥାଏ । ଏହି ବିଷୟରେ ଆଲୋଚନା ହୋଇଥିଲା ।

Manoj Kumar Menon and Rohitashwa Gakhar with the Krishi Jagran Team
ପ୍ରାକୃତିକ ଚାଷ (natural farming) ଦ୍ୱାରା ପରିବେଶ, ମାଟି ଏବଂ ଜଳର ପ୍ରଦୂଷଣକୁ ରକ୍ଷା କରାଯାଇଥାଏ । ପ୍ରାକୃତିକ ଚାଷ ଆମ ଜମିକୁ ସୁରକ୍ଷିତ ରଖିବା ବ୍ୟତୀତ ଏକ ସୁସ୍ଥ ଜୀବନଯାପନରେ ସହାୟକ ବୋଲି ମନୋଜ କୁମାର ମେନନ (MANOJ KUMAR MENON,EXECUTIVE DIRECTOR, ICCOA) କହିଛନ୍ତି ।

Manoj Kumar Menon and Rohitashwa Gakhar with the Krishi Jagran Team
ପ୍ରକାଶ ଥାଉ ଯେ, ଜାଣି ରଖନ୍ତୁ ଯେ, ଦେଶରେ ପ୍ରାକୃତିକ ଚାଷ (natural farming) କୁ ଆଗକୁ ବଢାଇବା ପାଇଁ କ୍ରମାଗତ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ପ୍ରାକୃତିକ ଚାଷ (natural farming) କେବଳ ଚାଷ ନୁହେଁ, ବରଂ ମାଟି ମା, ଗୋମାତା ଓ ପଶୁ ସେବା । ଏହା ଜରିଆରେ ଚାଷୀ (Doubling of Farmers Income)ଙ୍କ ଆୟ ପାଇଁ ସ୍ରୋତ ଖୋଲିଥାଏ ।
Share your comments