News

ପୁଣି ଭିଜିବ ଓଡିଶା, ୨ ଦିନ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା

ପୁଣି ଭିଜିବ ଓଡିଶା । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

04 February, 2022 10:37 AM IST By: Sudesna Nayak

ପୁଣି ଭିଜିବ ଓଡିଶା (Odisha) । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା (Rain)ହେବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ବରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି (lightning) ଘଡ଼ଘଡ଼ି ସହ ବର୍ଷା (Rain)ହୋଇପାରେ ।

ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି (lightning)ଘଡ଼ିଘଡ଼ି ସହ ବର୍ଷା (Rain)ଏବଂ ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା, ବାଲେଶ୍ୱର ଜିଲ୍ଲା କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର (IMD)ପକ୍ଷରୁ ଆକଳନ କରାଯାଇଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ପୂର୍ବ ଆକଳନ ଅନୁଯାୟୀ ଫେବୃଆରି ୪ ତାରିଖ ଓ ୫ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain)ହେବାର ସମ୍ଭାବନା ରହିଛି ।

ତେବେ ଶୁକ୍ରବାର (Friday) ସକାଳୁ ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା (Rain),କେନ୍ଦ୍ରାପଡ଼ା ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ଦେବଗଡ଼ ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ଯାଜପୁର ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲାରେ ସ୍ବଳ୍ପ ଏବଂ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ହାଲୁକା ବର୍ଷା (Rain) ହୋଇପାରେ ।

ଶୁକ୍ରବାର (Friday)ରାତିରେ ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୪ ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବ । ପରବର୍ତ୍ତୀ ୩ ଦିନ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଅପରିବର୍ତ୍ତିତ ରହିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣରେ କ୍ରମଶଃ ବଢ଼ିବ । ସୋମବାର ସୁଦ୍ଧା ପ୍ରାୟ ୩ ଡିଗ୍ରି ବଢ଼ିବ ।

ଭୁବନେଶ୍ୱର (Bhubaneswar) ସମେତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ଶୁକ୍ରବାର (Friday)ଓ ଶନିବାର (Saturday)ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରି କମି ସୋମବାର (Monday) ଠାରୁ ପୁଣି କ୍ରମଶଃ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପ୍ରକାଶ ଥାଉ ଯେ, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲାରେ (Friday)ଓ ଶନିବାର (Saturday) ରାତିରେ କୁହୁଡ଼ି (Fog)ହେବାକୁ ଥିବା ବେଳେ ଗୁରୁବାର ଓ ଶୁକ୍ରବାର ରାତିରେ ଉତ୍ତର ଓଡ଼ିଶାରେ କୁହୁଡ଼ି ପଡ଼ିବ ।

ଆଜି ଠୁ ପୁଣି ଭିଜିବ ଓଡିଶା, ୟେଲୋ ୱାର୍ଣ୍ଣିଂ ଜାରି

୨ଦିନ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)