1. କୃଷି ଖବର

Weather Update: ୫ ଜିଲ୍ଲାରେ ବର୍ଷା ସମ୍ଭାବନା

ଆସନ୍ତା ୪ ରୁ ୫ ଦିନ ମଧ୍ଯରେ ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ହେବ.....

Tanushree Mahapatra
Tanushree Mahapatra
rain alert update, image source - pixeles

rain alert update, image source - pixeles

ଗତ କିଛିଦିନ ହେବ ରାଜ୍ୟରେ ଗରମ ଓ ଗୁଳୁଗୁଳି ବଢ଼ିଥିଲା ଯାହା ଆଗକୁ ଆହୁରି ବଢିବା ନେଇ ଆକଳନ ହୋଇଛି । ତେବେ ଆସନ୍ତା ୪ରୁ ୫ ଦିନ ମଧ୍ଯରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ l ଏ ନେଇ ପାଣିପାଗ କେନ୍ଦ୍ର ବିଭାଗ ଦ୍ୱାରା ଆକଳନ କରାଯାଇଛି ।

ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗର ଶୁଷ୍କ ପବନ ଧୀରେ ଧୀରେ ରାଜ୍ୟକୁ ପ୍ରବେଶ କରୁଛି । ଏହା ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଉଥିବାର କୁହାଯାଉଛି । ତେଣୁ ଆସନ୍ତା ୪ ରୁ ୫ ଦିନ ମଧ୍ଯରେ ତାପମାତ୍ରା ୪ରୁ ୬ଡିଗ୍ରୀ ବୃଦ୍ଧି ହେବ । ସେହିପରି ଗତକାଲି ରବିବାର ଦିନ ରାଜ୍ୟର ୧୦ ସହରର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଥିଲା l ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ତି ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଗତକାଲି ।

୩୯.୯ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଦ୍ବିତୀୟରେ ରହିଥିଲା l ତେବେ ଭୁବନେଶ୍ବରରେ ୩୯.୬ ଡିଗ୍ରୀ, ଜଗତସିଂହପୁର ଓ ନୟାଗଡ଼ରେ  ୩୯.୫ ଡିଗ୍ରୀ, ଭବାନୀପାଟଣା ଓ ଚାନ୍ଦବାଲିରେ ୩୯.୪ ଡିଗ୍ରୀ ରହିଥିଲା l ସେହିପରି ବାରିପଦାରେ ୩୯.୨ ଡିଗ୍ରୀ ଓ କେନ୍ଦ୍ରାପଡ଼ା ଓ ଭଦ୍ରକରେ ୩୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ ହୋଇଛି ।

ତେବେ ସୋମବାର ଅର୍ଥାତ ଆଜି ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାରେ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି । ଅନ୍ୟପଟେ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଭଦ୍ରକ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟପଟେ, ଚଳିତ ଏପ୍ରିଲ ,ମାସ ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ ରାଜ୍ୟରେ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ

ଡାଲିର ଉପଲବ୍ଧତା ସମୀକ୍ଷା କଲେ, ଖାଉଟି ବ୍ୟାପାର ସଚିବ

ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ମୁକାବିଲା ସମୀକ୍ଷା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments