1. କୃଷି ଖବର

Heavy Rain Alert: ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଆଜି ସୁନ୍ଦରଗଡ଼, ନୟାଗଡ଼, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର କଳାହାଣ୍ଡି , ଗଞ୍ଜାମ, ରାୟଗଡ଼ା,ମୟୂରଭଞ୍ଜରେ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ।

Tanushree Mahapatra
Tanushree Mahapatra
rain and thunderstorm likely till 10th may, image source- pexels

rain and thunderstorm likely till 10th may, image source- pexels

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟରେ ଅଧିକ ଗରମ ଅନୁଭୂତ ହେବନାହିଁ। ତେବେ କିଛି କିଛି ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସୁନ୍ଦରଗଡ଼, ନୟାଗଡ଼, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର କଳାହାଣ୍ଡି , ଗଞ୍ଜାମ, ରାୟଗଡ଼ା,ମୟୂରଭଞ୍ଜରେ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଉତ୍ତର ଓଡ଼ିଶା ସହ ଅନ୍ୟ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଆସନ୍ତା ୪, ୫ ଓ ୬ ତାରିଖରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ l ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ଆଜି ଅର୍ଥାତ ମେ ୨ ଓ ୩ ତାରିଖରେ ଓଡ଼ିଶାରେ ୭୦ କିମି ପ୍ରତି ଘଣ୍ଟା ପବନ ସହିତ ଘଡ଼ଘଡ଼ି, ବିଜୁଳି ଏବଂ କୁଆପଥର ସହ ବର୍ଷା ପୂର୍ବାନୁମାନ କରିଛି। ଦେଶରେ ଅନ୍ୟ ରାଜ୍ୟରେ ତାପମାତ୍ରା ଅଧିକ ରେକର୍ଡ ହୋଇଥିବା ସମୟରେ ଓଡିଶାରେ ବର୍ଷା ହେବା ଯୋଗୁଁ ତାପମାତ୍ରା କମ ରହିଛି l

ମେ ୨ ତାରିଖ ପାଇଁ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଏବଂ ନୂଆପଡ଼ାର କିଛି ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି l ଏହି ଅଞ୍ଚଳଗୁଡ଼ିକରେ ହାଲୁକାରୁ ମଧ୍ୟମ ଘଡ଼ଘଡ଼ି, ପ୍ରବଳ ପବନ, ବିଜୁଳି ମାରିବା ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ସମୟରେ ବାସିନ୍ଦାମାନଙ୍କୁ ଘରେ ରହିବାକୁ, ଗଛ ତଳେ ଆଶ୍ରୟ ନ ନେବାପାଇଁ ଏବଂ ବିଜୁଳି ଆଘାତରୁ ରକ୍ଷା ପାଇବାକୁ ବୈଦ୍ୟୁତିକ ଉପକରଣକୁ ବିଚ୍ଛିନ୍ନ କରିବା ପାଇଁ ଚେତାବନୀ ଦିଆଯାଇଛି । କଚ୍ଚା ଘର କିମ୍ବା ଦୁର୍ବଳ ଘରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି l

Read more 

କିପରି କରିବେ କଦୋ ବା କୋଦ ଚାଷ ? ଆସନ୍ତୁ ଜାଣିବା….

ରାମ ସନ୍ତୋଷଙ୍କ ସଫଳ କାହାଣୀ: କାହିଁକି ମହିନ୍ଦ୍ରା ୨୭୫ ଡିଆଇ ଟିୟୁ ପିପି ତାଙ୍କର ପ୍ରଥମ ପସନ୍ଦ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ