1. କୃଷି ଖବର

RAIN UPDATE: ବର୍ଷା ପରେ ରାଜ୍ୟରେ ବଢ଼ିଯିବ ତାତି

ରାଜ୍ୟରେ ଧୀରେ ଧୀରେ କମୁଛି ଶୀତ l ବଢୁଛି ତାତି l ଅନ୍ୟପଟେ ରାଜ୍ୟରେ ପାଗ ବଦଳୁଛି l ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତାକାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Tanushree Mahapatra
Tanushree Mahapatra
Rain forecast of odisha , image source - pexels.com

Rain forecast of odisha , image source - pexels.com

ରାଜ୍ୟରେ ଧୀରେ ଧୀରେ କମୁଛି ଶୀତ l ବଢୁଛି ତାତି l ଅନ୍ୟପଟେ ରାଜ୍ୟରେ ପାଗ ବଦଳୁଛି l ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତାକାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ତଥା ବୁଧବାର ଏବଂ ଗୁରୁବାର ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ଥିବା ବେଳେ ୧୫ ଓ ୧୬ ତାରିଖରେ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ।

ଆସନ୍ତାକାଲି ଅର୍ଥାତ ୧୪ ତାରିଖରେ କେବେଳ ଝାରସୁଗୁଡ଼ା ଜିଲ୍ଲା ପାଇଁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାପରେ ରାଜ୍ୟରେ ୧୫ ଓ ୧୬ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବଲାଙ୍ଗୀର, ମୟୂରଭଞ୍ଜ, ସୁନ୍ଦରଗଡ଼, ସୋନପୁର, ବରଗଡ଼, ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରାଯାଇଛି ।

ବଳକା ଥିବା ଅନ୍ୟାନ୍ୟ ଜିଲ୍ଲାରେ କୌଣସି ବର୍ଷା ସମ୍ଭାବନା ନାହିଁ । ଏହି ସବୁ ଜିଲ୍ଲାରେ ପାଗ ଥଣ୍ଡା ଏବଂ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି । ତେବେ ଜାତୀୟ ପାଣିପାଗ ବିଭାଗ ମୁତାବକ ପଶ୍ଚିମବଙ୍ଗର ସମୁଦ୍ର ଏବେ ଅଶାନ୍ତ ରହିଛି ଯେଉଁଥିପାଇଁ ଏଭଳି ପାଣିପାଗ ପରିବର୍ତ୍ତନ ହେଉଥିବା ନଜିର ରହିଛି ।

ଯାହାର ପ୍ରଭାବ ଓଡ଼ିଶା ଉପରେ ପଡୁଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ସରସ୍ୱତୀ ପୂଜା ବର୍ଷାରେ ଭିଜିବା ସମ୍ଭାବନା ଦେଖା ଦେଇଛି । ଅନ୍ୟପଟେ ରାଜ୍ୟରେ ବର୍ଷା ହେବାପରେ ବଢ଼ିଯିବ ଗରମ l ତାତି ବଢିବା ସହିତ ରାଜ୍ୟରେ ଶୀତ ପ୍ରଭାବ ଧୀରେ ଧୀରେ କମିଯିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments