News

ଆସୁଛି ପଶ୍ଚିମା ଝଡ଼ ;୨୪ ଓ ୨୫ରେ ପ୍ରବଳ ବର୍ଷା

ପଶ୍ଚିମା ଝଡ଼ର ପ୍ରଭାବରେ ୨୪ ତାରିଖରୁ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ୨୪ ତାରିଖ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

23 February, 2022 9:55 AM IST By: Sudesna Nayak

ପଶ୍ଚିମା ଝଡ଼ର ପ୍ରଭାବରେ ୨୪ ତାରିଖରୁ ରାଜ୍ୟରେ ପୁଣି ଥରେ ବର୍ଷା (Rain) ହେବ । ୨୪ ତାରିଖ ଓ ୨୫ ତାରିଖରେ ପ୍ରବଳ ବର୍ଷା (Rain)ହେବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ୨୫ ତାରିଖରେ ବିଜୁଳି (lightning) ଘଡଘଡି ସହ ବର୍ଷା (Rain)ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି, ୨୪ ତାରିଖରେ ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସମ୍ୱଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (Rain) ହେବ ।

ଠିକ୍‌ ସେମିତି ୨୫ ତାରିଖରେ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା (Rain) ହେବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ଓଡ଼ିଶାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା (Rain) ହୋଇପାରେ ।

୨୫ ତାରିଖରେ ବିଜୁଳି (lightning) ଓ ଘଡ଼ଘଡି ମାରିବାର ସମ୍ଭାବନା ରହିଛି । ସେଥିପାଇଁ ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୋଳ ଜିଲ୍ଲା, ଢ଼େଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ ଯାଜପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି (Yellow Warning) କରାଯାଇଛି ।

ପ୍ରକାଶ ଥାଉ ଯେ, ଏପ୍ରିଲ (April)ମାସରେ ତାପମାତ୍ରା ସ୍ବାଭାବିକ ରହିବ । ମେ (May)ରୁ ଜୁଲାଇ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିବ‌ାର ସମ୍ଭାବନା ୪୦ରୁ ୬୦% ରହିଛି । ଏପ୍ରିଲ ମାସରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା (Rain) କମ୍‌ ହେବାର ସମ୍ଭାବନା ୪୦% । ମେ (May) ଓ ଜୁନ୍‌ (June) ମାସରେ ଅଧିକ ବର୍ଷା (Rain) ହେବାର ସମ୍ଭାବନା ରହିଥିବା ବେଳେ ଜୁଲାଇ ମାସରେ ବର୍ଷା (Rain) ସ୍ବାଭାବିକ ହୋଇପାରେ । ଯଦି ଉଭୟ ତାପମାତ୍ରା ଓ ବର୍ଷାର ଆକଳନକୁ ବିଚାର କରାଯାଏ, ଜୁନ୍‌ ମାସରେ ଅଧିକ ବର୍ଷା (Rain) ଓ କମ୍‌ ତାପମାତ୍ରା ଇଙ୍ଗିତ ହେଉଛି ଯେ ଜୁନ୍‌ ମାସରେ ମୌସୁମୀର ସ୍ବରୂପ ଠିକ୍‌ ରହିବ । ମେ (May) ମାସର ଆକଳନ ଅନୁଯାୟୀ, ମେ (May)ରେ ଗରମ କମ୍‌ ରହିବା ସହ ମଝିରେ ମଝିରେ ବର୍ଷା (Rain) ହେବ । ସାଧାରଣତଃ ବର୍ଷର ସର୍ବାଧିକ ଗରମ ଏପ୍ରିଲ ମାସରେ ପଡ଼ିଥାଏ । ତେବେ ମଧ୍ୟ ଏପ୍ରିଲ ବେ‌ଳକୁ ଏ ନେଇ ଅଧିକ ସ୍ପଷ୍ଟ ଚିତ୍ର ଆସିବ ।

ଏ ବର୍ଷ ଗ୍ରୀଷ୍ମରେ କମ୍‌ ଗରମ ଅଧିକ ବର୍ଷା;ଜୁନ୍‌ ଓ ଜୁଲାଇରେ ପ୍ରବଳ ଛେଚିବ

ପୁଣି ଭିଜିବ ଓଡିଶା, ଫେବୃଆରୀ ୨୪ ଓ ୨୫ ରେ ପ୍ରବଳ ବର୍ଷା