News

ଅଗଷ୍ଟ ୯ ଯାଏଁ କାଚିବ ବର୍ଷା

ରାଜ୍ୟରେ ବଢିବ ବର୍ଷା । ଆଗକୁ ତିନି ଦିନ ରାଜ୍ୟରେ କାଚିବ ବର୍ଷା । ୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

06 August, 2022 10:35 AM IST By: Sudesna Nayak

ରାଜ୍ୟରେ ବଢିବ ବର୍ଷା (Rain)। ଆଗକୁ ତିନି ଦିନ ରାଜ୍ୟରେ କାଚିବ ବର୍ଷା (Rain)। ୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ହେବ ।

ସୂଚନା ଅନୁଯାୟୀ,ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ 7 ତାରିଖରେ ଏକ ଲଘୁଚାପ (low pressure)ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା (Rain) ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ (Orange Warning)ଜାରି କରିଛି ।

6 ତାରିଖରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର କିଛି ସ୍ଥାନରେ ପ୍ରବଳ ବର୍ଷା (Rain) ହୋଇପାରେ । 7 ତାରିଖରେ ପୁରୀ ସମେତ ଦକ୍ଷିଣ ଓଡ଼ିଶା (Odisha)ର କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା (Rain)ସମ୍ଭାବନା ଅଛି । ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ପୁରୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ, 8 ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ସମ୍ଭାବନା ଅଛି । 9 ତାରିଖରେ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ଜିଲ୍ଲାରେ କାଚିବ ବର୍ଷା (Rain)ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ବଢିବ ବର୍ଷା, ଆସୁଛି 2ଟି ଲଘୁଚାପ

ଆସନ୍ତା ୫ରୁ ବଢିବ ବର୍ଷା,୧୪ ଜିଲ୍ଲାରେ କାଚିବ