
rain in odisha news Heat Wave will rise again from the 24th
ଏବେ ନିର୍ଘାତ୍ ଖରା ପ୍ରକୋପରୁ ଟିକିଏ ଆଶ୍ୱସ୍ତି ମିଳିଛି । ରାଜ୍ୟ ତମାମ ଖସିଛି ପାରଦ । ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବହୁ ମାତ୍ରାରେ କମିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ରେ ସାମାନ୍ୟ କମିଛି । ଦିନେ ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବାରୁ ଏଭଳି ସ୍ଥିତି ହିଁ ରହିବ ।
ସୂଚନା ଅନୁଯାୟୀ, ମାତ୍ର ୨୪ ତାରିଖରୁ ପୁଣି ତାତି (HOT)ବଢ଼ିବ । ସପ୍ତାହେ ପର୍ଯ୍ୟନ୍ତ ଗ୍ରୀଷ୍ମରେ ଭାଜି ହେବ ସାରା ରାଜ୍ୟ । ୨୮ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ରେ ପାରଦ ୪୬ ଡିଗ୍ରୀ ଛୁଇଁପାରେ ।
ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ ହିଁ, ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବଢ଼ିବ ଖରା ପ୍ରକୋପ । ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୨-୪୩ ଡିଗ୍ରୀ ରହିପାରେ । ୨୮ ତାରିଖ ବେଳକୁ ପୂରା ନିଆଁ ବର୍ଷିଲା ଭଳି ତାତି ଅନୁଭୂତ ହେବା ଆଶଙ୍କା ରହିଛି ।
୨୮, ୨୯ ଓ ୩୦ରେ ଭୀଷଣ ଗ୍ରୀଷ୍ମପ୍ରବାହ (Heat Wave) ହୋଇପାରେ । ତାପମାତ୍ରା ୪୫-୪୬ ଡିଗ୍ରୀ ପହଞ୍ଚିପାରେ । ସେତେବେଳେ ଉପକୂଳ ଓଡ଼ିଶା (ODISHA)ରେ ପାରଦ ୪୦ ଡିଗ୍ରୀ ଟପିବା ଆଶଙ୍କା ରହିଛି । ମୁଖ୍ୟତଃ ଉତ୍ତର ପଶ୍ଚିମ ଭାରତ ପଟୁ ତତଲା ପବନ ପ୍ରବାହିତ ହେବା ସହ ସାମୁଦ୍ରିକ ପବନ ପ୍ରବାହ ବନ୍ଦ ରହିବା କାରଣରୁ ତାପମାତ୍ରା ହୁ ହୁ ହୋଇ ବଢ଼ିବ । ଏଭଳି ସ୍ଥିତି ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ । ଆସନ୍ତା ୨୪ ତାରିଖରୁ ହିଁ ମେ ୧ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରକୋପରୁ ନିସ୍ତାର ମିଳିବା ଆଶା କମ୍ ।
ବର୍ତ୍ତମାନ ଓଡ଼ିଶାକୁ ଆର୍ଦ୍ର ବାୟୁ ପ୍ରବାହିତ ହେଉଥିବାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମ୍ ରହିବା ସମ୍ଭାବନା ଅଛି । ଶୁକ୍ରବାର (Friday) ଉପକୂଳ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ହୋଇପାରେ । ଏହି ସମୟରେ ତାପମାତ୍ରା ୪୦ ଡିଗ୍ରୀରୁ କମ୍ ରହିବା ସମ୍ଭାବନା ଅଛି । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସି ଆସିପାରେ । ୨୩ରୁ ସାମାନ୍ୟ ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ତାତି (HOT)ଗତକାଲିଠାରୁ ୨ ରୁ ୩ ଡିଗ୍ରୀ କମିଛି ।
ଗୁରୁବାର ଉପକୂଳ ଓଡ଼ିଶାରେ ତାପମାତ୍ରା ୩୨ ରୁ ୩୬ ଡିଗ୍ରୀ ଭିତରେ ଥିବାବେଳେ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ରେ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ପାଖାପାଖି ଥିଲା । କେବଳ ୯ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର୍ କରିଥିବାବେଳେ ୪ ଟି ସ୍ଥାନରେ ତାତି ୪୨ ଡିଗ୍ରୀ ଟପିଥିଲା । ଉଭୟ ସୋନପୁର ଏବଂ ସୁନ୍ଦରଗଡ଼ ତାପମାତ୍ରା ୪୨.୫ ଡିଗ୍ରୀ ଲେଖାଏଁ ଥିବାବେଳେ ବଲାଙ୍ଗିର ୪୨.୨, ଟିଟିଲାଗଡ଼ ୪୨.୨, ଝାରସୁଗୁଡ଼ା ୪୦.୮, ଅନୁଗୁଳ ୪୦.୧, ସମ୍ବଲପୁର ୪୦.୮, ଭବାନୀପାଟଣା ୪୧.୨, ବରଗଡ଼ ୪୧, ନୂଆପଡ଼ା ୩୧ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୬.୮ ଡିଗ୍ରୀ ଥିବାବେଳେ କଟକ ୩୫.୬ ଡିଗ୍ରୀ ଥିଲା ।
ପ୍ରକାଶ ଥାଉ ଯେ, ପାଣିପାଗ ବିଭାଗ ଆକଳନ କରିଛି, ଶୁକ୍ରବାର (Friday) ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, କନ୍ଧମାଳ, କଳାହାଣ୍ଡି ଜିଲ୍ଲା, ନୟାଗଡ଼ ଜିଲ୍ଲା, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ଏବଂ ବାଲେଶ୍ୱରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଥିବାବେଳେ କେତେକ ଜାଗାରେ ବର୍ଷା (RAIN) ସହ ପବନ ହୋଇପାରେ । ଶନିବାର (Saturday) ମଧ୍ୟ କେତେକ ଜାଗାରେ କାଳବୈଶାଖୀ ଆଶଙ୍କା ଅଛି ।
Share your comments