1. କୃଷି ଖବର

୧୧ରୁ ରାଜ୍ୟରେ ବଢ଼ିବ ବର୍ଷା

ଜୁନ ମାସ ଆରମ୍ଭରୁ ରାଜ୍ୟରେ ଲାଗି ରହିଛି ବର୍ଷା l ଲଗାତାର ବର୍ଷା ଯୋଗୁଁ ଦେଶରେ କେତେକ ରାଜ୍ୟ ଏବେ ଜଳବନ୍ଦୀ ଘେରରେ ରହିଛି l କିଛି କିଛି ରାଜ୍ୟରେ ଜଳମଗ୍ନ ହେବା ହେତୁ ମୁଖ୍ୟ ରାସ୍ତା ଗୁଡିକ ଛିନ୍ନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି l

Tanushree Mahapatra
Tanushree Mahapatra
Rain will increase from 11th july , image source - imd bbsr

Rain will increase from 11th july , image source - imd bbsr

ଜୁନ ମାସ ଆରମ୍ଭରୁ ରାଜ୍ୟରେ ଲାଗି ରହିଛି ବର୍ଷା l ଲଗାତାର ବର୍ଷା ଯୋଗୁଁ ଦେଶରେ କେତେକ ରାଜ୍ୟ ଏବେ ଜଳବନ୍ଦୀ ଘେରରେ ରହିଛି l କିଛି କିଛି ରାଜ୍ୟରେ ଜଳମଗ୍ନ ହେବା ହେତୁ ମୁଖ୍ୟ ରାସ୍ତା ଗୁଡିକ ଛିନ୍ନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି l ତେବେ ସେହିପରି ଓଡିଶା ରାଜ୍ୟରେ ୧୧ତାରିଖ ୮ଜିଲ୍ଲାରେ ପ୍ରବଳ ବର୍ଷା ବର୍ଷିବା ସମ୍ଭାବନା ରହିଚି ।

ଅନ୍ୟପଟେ୧୨ ତାରିଖରେ ୧୦ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟରେ ୧୩ ତାରିଖ ଯାଏ ଏଭଳି ପାଗ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି । ତେବେ ପୂର୍ବ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । କିନ୍ତୁ ଏବେ ରାଜ୍ୟରେ ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହେବା ଯୋଗୁଁ ଚାଷୀ ଚିନ୍ତାରେ ଅଛନ୍ତି । କାରଣ ବର୍ଷା ଏ ପର୍ଯ୍ୟନ୍ତ ସଠିକ ପରିମାଣରେ ହୋଇନାହିଁ ଯାହା ଚାଷ କାର୍ଯ୍ୟରେ ଆବଶ୍ୟକ ହୋଇଥାଏ l ପୂର୍ବ ୧ ଜୁନରୁ ଆଜି ଯାଏ ମାତ୍ର ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି ରାଜ୍ୟରେ ।

ଗତକାଲି ରବିବାର ଦିନ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ରୁ ପ୍ରବଳ ବର୍ଷା ହୋଇଛି । ଯେଉଁଥିପାଇଁ ରାସ୍ତା ଗୁଡିକ ଜଳମଗ୍ନ ହୋଇଛି  l ସେହିପରି ଆଜି ତଥା ସୋମବାର ଦିନ ମଧ୍ୟ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ମୌସୁମୀଜନିତ ନିମ୍ନ ଚାପରେଖା ସୋମବାର ରାଜସ୍ଥାନର ଜୈସାଲମେର୍‌ରୁ ବାହାରି, ଆଜ୍‌ମେର୍‌, ଶିବପୁରୀ, ସିଦ୍ଧି, ଡାଲ୍‌ଟନ୍‌ଗଞ୍ଜ ଦିଗ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବ-ଦିଗରେ ମଣିପୁର ଯାଏଁ  ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିବ  । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ତେବେ ଆଗାମୀ ୧୧ ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିବ ବୋଲି ଆଶା ରହିଛି । 

ସେହିପରି ରାଜ୍ୟର କେତେକ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

ସେହିପରି ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ବର୍ଷ ମୌସୁମୀ ଋତୁରେ ୧ ଜୁନ୍‌ରୁ ଆଜି ୯ ଜୁଲାଇ ପର୍ଯ୍ୟନ୍ତ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୨୯୫ ମିମି ତୁଳନାରେ ୨୫% କମ୍‌ ରହିଛି । ଏହି ସମୟ ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୩୭.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ୨୯୨.୫ ମିମି ତୁଳନାରେ ୫୦% ଅଧିକ ରହିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ବର୍ଷାର ପରିମାଣ କମ୍‌ ରହିଥିବା ବେଳେ ୧୨ ଓ ୧୩ ତାରିଖରେ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ ବୋଲି ବିଭାଗ ସୂଚନା ଦେଇଛି । ବର୍ଷା ସମ୍ଭାବନା ମଧ୍ୟ ରହିଛି ରାଜ୍ୟରେ । ତେବେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିପାରେ ବୋଲି କୁହା ଯାଇଛି । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments