1. କୃଷି ଖବର

Rain Alert: ୫ ପରେ ଆଶ୍ୱସ୍ତି ଆଣିବ କାଳବୈଶାଖୀ

୫ ତାରିଖ ପରେ ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ତ୍ରାହି....

Tanushree Mahapatra
Tanushree Mahapatra
rainfall update of odisha, image source - pexels

rainfall update of odisha, image source - pexels

ରାଜ୍ୟରେ ଗତକିଛିଦିନ ବର୍ଷା କାରଣରୁ କମିଥିଲା ଗରମ l ଯାହା ପୁଣିଥରେ ଆରମ୍ଭ ହୋଇଯାଇଛି l ତେବେ ମେ’ ୫ ତାରିଖ ପରେ ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ତ୍ରାହି ରାଜ୍ୟବାସୀଙ୍କୁ । ଆଗକୁ ପୁଣି ଥରେ ଆଶ୍ୱସ୍ତି ଆଣିବ କାଳବୈଶାଖୀ ବର୍ଷା । ତେବେ ଚଳିତମାସ ୫ ତାରିଖ ଠାରୁ ତାତି କମିବା ସମ୍ଭାବନା ରହିଛି ରାଜ୍ୟରେ । ଏନେଇ ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

ଏହିମାସ ୫ ତାରିଖ ପରଠାରୁ ଦିନ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଘଡଘଡି ସହ ଝଡ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଉପକୂଳ ସହ ଆଭ୍ୟନ୍ତରୀଣ ଓଡିଶାରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି l ଏ ନେଇ ସୂଚନା ଦେଇଛନ୍ତି ବିଭାଗ ।

ରାଜ୍ୟର ଦିନ ତାପମାତ୍ରା ବଢିବା ସହିତ ତତଲା ତାୱାରେ ଭାଜି ହେଉଛି ରାଜ୍ୟ। ଗତକାଲି ଦିନ ସାଢେ ୧୧ ସୁଦ୍ଧା ମୋଟ ୩ ସହରର ତାପମାତ୍ରା ୪୦ ଡିଗ୍ରୀ ଠାରୁ ଅଧିକ ପାର କରିଥିଲା । ତେବେ ଗତକାଲି ୪୦.୬ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ୱର ଦିନ ୧୧ଟା ୩୦ ସୁଦ୍ଧା ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

ବାଲେଶ୍ୱର, ଝାରସୁଗୁଡା ଏବଂ କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ମଧ୍ୟ ରେକର୍ଡ କରାଯାଇଛି । ଅନ୍ୟପଟେ ସମ୍ବଲପୁର ୩୯.୭, ହୀରାକୁଦ ୩୯, ରାଉରକେଲା ୩୮.୪ ଡିଗ୍ରୀ , ଭୁବନେଶ୍ୱର ୩୮ ଡିଗ୍ରୀ , ପୁରୀ ୩୩.୬ ଡିଗ୍ରୀ , ପାରାଦୀପ ୩୨.୪ ଡିଗ୍ରୀ, ଗୋପାଳପୁର ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି । ଏହାରି ମଧ୍ୟରେ ସବୁଠାରୁ ଦୁଃଖର ବିଷୟ ହେଉଛି ଗତକାଲି ଜଣେ ମହିଳା ଶ୍ରମିକ ଯିଏକି କେନ୍ଦୁଝର ଜିଲ୍ଲାର ଜଣେ ଶ୍ରମିକ , ତାଙ୍କ ମୃତ୍ୟୁ ହୋଇଛି l ଏଭଳି ପରିସ୍ଥିତିରେ ରୋକ ଲଗାଇବା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି l

ଅଧିକ ପଢ଼ନ୍ତୁ

Tractor Ke Khiladi: ୩୦୦ ରୁ ୪୦୦ ଚାଷୀ ସାମିଲ

ପଞ୍ଜୁରୀ ମାଛ ଚାଷରୁ ୪ ଲକ୍ଷ ଟଙ୍କା ଲାଭ, ସରକାର ବି ଦେଉଛନ୍ତି ସହାୟତା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments