1. କୃଷି ଖବର

ପୁଣି ବର୍ଷା ର ଚେତାବନୀ !

ରାଜ୍ୟ ର ୧୬ ଟି ଜିଲ୍ଲା ରେ ବର୍ଷା ସମ୍ଭାବନା ୨୭ ଯାଏ ଜାରି ରହିବ ବର୍ଷା ! ୨୬ ,୨୭ ରେ ଧୀବରଙ୍କ ସମୁଦ୍ର ମନା

KJ Staff
KJ Staff

ରାଜ୍ୟ ର ୧୬ ଟି ଜିଲ୍ଲା ରେ ବର୍ଷା ସମ୍ଭାବନା
୨୭ ଯାଏ ଜାରି ରହିବ ବର୍ଷା !
୨୬ ,୨୭ ରେ ଧୀବରଙ୍କ ସମୁଦ୍ର ମନା

ଫେବୃଆରୀ ୨୫ ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମେତ ରାଜ୍ୟ ର ୧୬ ଟି ଜିଲ୍ଲା ରେ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ |ଆସନ୍ତା ୨୭ ତାରିଖ ଯାଏ ଏହି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି |
ସୋମବାର ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି |ସେହିପରି ଦକ୍ଷିଣ ଓଡ଼ିଶାରେ ମଧ୍ୟ କିଛି ସ୍ଥାନ ରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର |ଓଡ଼ିଶାରେ ମୟୁଭଞ୍ଜ ,ଯାଜପୁର ,ଭଦ୍ରକ,କେନ୍ଦୁଝର ରେପ୍ରବଳ ବର୍ଷା ର ଆକଳନ କରାଯାଇଛି |ସେହିପରି କଟକ ,କେନ୍ଦ୍ରାପଡ଼ା,ଢେଙ୍କାନାଳ ଅଙ୍ଗୁଳ ଓ କନ୍ଧମାଳ ଜିଲ୍ଲାରେ ଘଡଘଡି ସମେତ ବର୍ଷା ହେବ |

ଉପକୂଳ ଓଡିଶା ଓ ଉତ୍ତର ପଶ୍ଚିମ ବାଂଗପ ସାଗର ରେଘଣ୍ଟା ପ୍ରତି ୪୦ ତୁ ୫୦ କି .ମି ବେଗରେ ପବନ ହୋଇବ ତେଣୁ ଆସନ୍ତା ୨୬ ଓ ୨୭ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର କୁ ଯିବାରୁ ବାରଣ କରାଯାଇଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments