News

ମିଲେଟ୍ସ କାଫେ ଉଦ୍ଘାଟନ କଲେ କୃଷିମନ୍ତ୍ରୀ

ମିଲେଟ୍ସ ପ୍ରେମୀ ମାନଙ୍କ ପାଇଁ ଏକ ଭଲ ଖବର ,20 ଜାନୁଆରୀ ଶୁକ୍ରବାର ଦିନ ଛତିଶଗଡର ରାୟପୁରରେ ଥିବା ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ ପରିସରରେ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ ଆନୁଷ୍ଠାନିକ ଭାବେ "ମିଲେଟ କାଫେ" ର ଉଦଘାଟନ କରିଛନ୍ତି।

21 January, 2023 12:51 AM IST By: KJ Staff

ଆପଣମାନେ ଚା ଆଉ କଫିର କାଫେ ବିଷୟରେ ଜାଣିଥିବେ l ହେଲେ କେବେ ମିଲେଟ୍ସ କାଫେ(millets cafe) ବିଷୟରେ ଶୁଣିଛନ୍ତି କି ?ମିଲେଟସ୍ ହେଉଛି ଏପରି ଏକ ସମ୍ପୂର୍ଣ୍ଣ ଶସ୍ୟ ଯାହା ପ୍ରୋଟିନ୍(protrin ), ପୋଷକ ତତ୍ତ୍ୱ(nutrients ) ଏବଂ ଆଣ୍ଟିଅକ୍ସିଡାଣ୍ଟରେ(antioxidant ) ପରିପୂର୍ଣ୍ଣ | ମିଲେଟ୍ସ  ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ରେ ବହୁତ ସାହାଯ୍ୟ କରିପାରେ  , ଯେପରିକି ଆପଣଙ୍କ ରକ୍ତରେ ଶର୍କରା (blood sugar) ଏବଂ କୋଲେଷ୍ଟ୍ରଲ (cholesterol) କମାଇବା l

ମିଲେଟ୍ସ ପ୍ରେମୀ ମାନଙ୍କ ପାଇଁ ଏକ ଭଲ ଖବର ,20 ଜାନୁଆରୀ ଶୁକ୍ରବାର ଦିନ ଛତିଶଗଡର ରାୟପୁରରେ ଥିବା ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ ପରିସରରେ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ ଆନୁଷ୍ଠାନିକ ଭାବେ "ମିଲେଟ କାଫେ" ର ଉଦଘାଟନ କରିଛନ୍ତି।

  ସୁସ୍ଥ ସ୍ନାକ୍ସ ଯୋଗାଇବ ମିଲେଟ୍ସ କାଫେ

 ରାୟପୁରରେ  ଆରମ୍ଭ ହୋଇଥିବା ଏହି ମିଲେଟ୍ କାଫେରେ finger millet  (ମାଣ୍ଡିଆ),great millet  (ଜୁଆରା), spiked millet (ବାଜ୍ରା), Italian millet (କଙ୍ଗୁ), kodo millet (କୋଡୁଆ), barnyard millet(ଖିରା) ଏବଂ little millet(ସୁଆନ)  ଭଳି  ଫସଲରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ - ଇଡଲି, ଡୋସା, ପୋହା, ଉପମା, ଭୁଜିଆ, ଖିରୀ , ହାଲୱା,ରସାବଳି ଇତ୍ୟାଦି ଉପଲବ୍ଧ ହବ  | ଛତିଶଗଡର ପାରମ୍ପାରିକ ଖାଦ୍ୟ ଥେଟ୍ରି , ଖୁରମା , ଆରିସା, ଚାକୋଲି, ପିଡିଆ ଭଳି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ   ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ |

 ଏହି ମିଲେଟ୍ କାଫେ ମାଣ୍ଡିଆ  ଫସଲ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଚେଷ୍ଟା କରିବ | ଏହା ଏକ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଦେଶର ପ୍ରଥମ ମିଲେଟ୍ସ  କାଫେ  | କୃଷି ବିଭାଗ କେନ୍ଦ୍ର , ରାୟପୁର ଏହି ମିଲେଟ କାଫେକୁ ପରିଚାଳିତ କରିବେ ଏବଂ ଏଥିରେ ପ୍ରସ୍ତୁତ ମାଣ୍ଡିଆ ଖାଦ୍ୟ  ମହିଳା  ସ୍ୱୟଂ  ସହାୟକ ଗୋଷ୍ଠୀ ଦ୍ୱାରା  ପ୍ରସ୍ତୁତ ହେବ l ଯାହା ରାଜ୍ୟର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବ l

କୃଷି ମନ୍ତ୍ରୀ  ଉପଦେଷ୍ଟା ପ୍ରଦୀପ ଶର୍ମା, କୃଷି ଉତ୍ପାଦନ କମିଶନର ଡକ୍ଟର କମଲପ୍ରୀତ ସିଂ, ଜାତୀୟ ବିହନ ନିଗମର ଚେୟାରମ୍ୟାନ୍ ଏବଂ ପରିଚାଳନା ନିର୍ଦ୍ଦେଶକ , ଦିଲ୍ଲୀରୁ ମନିନ୍ଦର ଦ୍ୱିବେଦୀ, ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଅରବିନ୍ଦ କୁମାର , ଆନ୍ତର୍ଜାତୀୟ ସେମି ଏରିଡ୍ ଟ୍ରପିକାଲ୍ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ICRISET) ର ଡେପୁଟି ଡାଇରେକ୍ଟର ଜେନେରାଲ୍ କେ. ସି. ପାଇକ୍ରା, ଅତିରିକ୍ତ ନିର୍ଦ୍ଦେଶକ କୃଷି ଇଞ୍ଜିନିୟରିଂ ଜି.କେ.ପଢ଼ୀଆ  , ଛତିଶଗଡ ବିହନ ବିକାଶ ନିଗମର ଅତିରିକ୍ତ ନିର୍ଦ୍ଦେଶକ ଆର.କେ ., ଅତିରିକ୍ତ ନିର୍ଦ୍ଦେଶକ ଉଦ୍ୟାନ କୃଷି ଭୁପେନ୍ଦ୍ର ପାଣ୍ଡେ ଏବଂ ବରିଷ୍ଠ ଅଧିକାରୀ ତଥା ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ ପ୍ରଶାସନର ବୈଜ୍ଞାନିକଙ୍କ ସମେତ କୃଷି ଏବଂ ଉଦ୍ୟାନ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  |

ଭାରତ ସରକାରଙ୍କ ଏହି ଅଭିନବ ମିଲେଟ୍ ପ୍ରୟାସ କୁ ଆଜି ସାରା ବିଶ୍ୱ ପ୍ରଶଂସା କରୁଛି ଆଉ ଅନ୍ୟ ଦେଶମାନେ ନିଜ ଦେଶ ର ଲୋକମାନଙ୍କୁ ମଧ୍ୟ ମିଲେଟସ ଚାଷକରିବାକୁ ପ୍ରୋତ୍ସାହିତ କରୁଛନ୍ତୁ  |  ଏହାଦ୍ୱାରା ମିଲେଟ ପୁଣିଥରେ  ସ୍ୱାସ୍ଥ୍ୟର ଯତ୍ନ ନେଉଥିବା ଲୋକଙ୍କ ରୋଷେଇ ଘରେ ଫେରିପାଇଛି | ମିଲେଟ୍ ଗ୍ଲୁଟିନ ମୁକ୍ତ ( glutine free)ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର | ମିଲେଟ  ଆପଣଙ୍କୁ ଓଜନ ହ୍ରାସ (weight loss)କରିବାରେ ସାହାଯ୍ୟ  କରିବା ସହିତ  ଫିଟନେସ୍ ପ୍ରସଂଶଙ୍କର ଏକ ପ୍ରିୟ ଖାଦ୍ୟ ଭାବରେ ଦେଖାଦେଇଛି  | ବର୍ଷର କେଉଁ ସମୟ ଥାଉନା କାହିଁକି ମିଲେଟ ଆଜି  ସବୁବେଳେ ବଜାରରେ  ଉପଲବ୍ଧ |

ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ

ଘରେ ତିଆରି କରନ୍ତୁ ମାଣ୍ଡିଆ ଲଡ଼ୁ, ଜାଣନ୍ତୁ ପ୍ରସ୍ତୁତୀ ପ୍ରଣାଳୀ....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)