1. କୃଷି ଖବର

ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର, ସରକାର କଲେ ବଡ ପରିବର୍ତ୍ତନ...

ରାସନ୍ କାର୍ଡଧାରୀଙ୍କ ପାଇଁ ସରକାରଙ୍କର ବଡ଼ ଘୋଷଣା । ଏଣିକି ହିତାଧିକାରୀଙ୍କୁ ମିଳିବ ଫାଇଦା । ଏବେ ଆପଣମାନଙ୍କୁ ରାସନ୍ ନେବା ପାଇଁ ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ, କେବଳ ଏତିକି ନୁହେଁ ଏହି ପଦକ୍ଷେପରେ ଲୋକଙ୍କୁ ଲାଭ ମିଳିବା ଆରମ୍ଭ ହୋଇ ଗଲାଣି ।

Sudesna Nayak
Sudesna Nayak
Ration card Update NEWS

Ration card Update NEWS

ରାସନ୍ କାର୍ଡଧାରୀ (Ration Card)ଙ୍କ ପାଇଁ ସରକାରଙ୍କର ବଡ଼ ଘୋଷଣା । ଏଣିକି ହିତାଧିକାରୀଙ୍କୁ ମିଳିବ ଫାଇଦା । ଯଦି ଆପଣ ଜଣେ ରାସନ୍ କାର୍ଡଧାରୀ ଆଉ ପ୍ରତି ମାସରେ ଆପଣ ସରକାରଙ୍କ ତରଫରୁ ଚଲାଯାଉଥିବା ରାସନ୍ ଯୋଜନାର ଫାଇଦା ଉଠାଉଛନ୍ତି, ତେବେ ଏହି ଖବର ହିଁ ଆପଣମାନଙ୍କ ପାଇଁ ବହୁତ ଜରୁରୀ ଅଟେ ।

ସୂଚନା ଅନୁଯାୟୀ, ଏବେ ଆପଣମାନଙ୍କୁ ରାସନ୍ (Ration) ନେବା ପାଇଁ ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ, କେବଳ ଏତିକି ନୁହେଁ ଏହି ପଦକ୍ଷେପରେ ଲୋକଙ୍କୁ ଲାଭ ମିଳିବା ଆରମ୍ଭ ହୋଇ ଗଲାଣି । ତେବେ ପ୍ରକୃତରେ ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି କି ଜୁଲାଇ ୨୦୨୨ ଶେଷ ସୁଦ୍ଧା ସମସ୍ତ ରାସନ୍ କାର୍ଡଧାରୀ (Ration Card)ଙ୍କ ରାସନ୍ କାର୍ଡ ଡିଜିଟାଲ୍ (Digital Ration Card)ହୋଇଯିବ । ଡିଜିଟାଲ୍ ରାସନ୍ କାର୍ଡ ଜୁଲାଇ ଶେଷ ସୁଧା ସାରା ରାଜ୍ୟରେ ବିତରଣ କରିଦିଆଯିବ ।

ଏହି କାର୍ଡ଼ରେ ହିତାଧିକାରୀଙ୍କୁ ଅନେକ ପ୍ରକାର ଫାଇଦା ମିଳିବ । ରାସନ୍ କାର୍ଡ (Ration Card)କୁ ଡିଜିଟାଲ୍ (Digital) କରିବା ଯୋଜନା ୨୦୨୦ ରୁ ଆରମ୍ଭ କରାଯାଇଛି । କିନ୍ତୁ ଗତ ୨ ବର୍ଷ କୋଭିଡ୍ ଯୋଗୁଁ ଏହି ଯୋଜନା ପୁରା ହୋଇ ପାରିନାହିଁ । ଏଣିକି ସରକାରଙ୍କ ତରଫରୁ କୁହାଯାଇଛି କି ଜୁଲାଇ ୨୦୨୨ ଶେଷ ସୁଧା ସମସ୍ତଙ୍କୁ ଡିଜିଟାଲ୍ କାର୍ଡ (Digital Card)ଦିଆଯିବ ।

ପ୍ରକାଶ ଥାଉ ଯେ, ମେ ୨୦୨୨ ସୁଧା ରାଜ୍ୟରେ ୧୨ ଲକ୍ଷ ୫୮ ହଜାର ୫୪୪ ରାସନ କାର୍ଡଧାରୀଙ୍କୁ ଡିଜିଟାଲ୍ ରାସନ୍ କାର୍ଡ ବିତରଣ କରାଯାଇସାରିଛି ।

Ration card Update: ସରକାର କଲେ ବଡ ଘୋଷଣା, ବନ୍ଦ ହେବ ମାଗଣା ରାସନ …

ମାଗଣା ରାସନ ଉପରେ ସରକାରଙ୍କ କଡା ଆଭିମୁଖ୍ୟ, ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments