1. କୃଷି ଖବର

ରବି ଋତୁରେ ରୟଲସୀମା !!

ବର୍ଷ ବର୍ଷ ଧରି ମରୁଡ଼ି ଏବଂ ଅନାବୃଷ୍ଟି ପାଇଁ ଚର୍ଚ୍ଚାରେ ରହିଆସିଛି ଆନ୍ଧ୍ର ପ୍ରଦେଶର ରୟଲସୀମା l କିନ୍ତୁ ଏହି ଅଞ୍ଚଳରେ ଚଳିତ ବର୍ଷ ଅଧିକ ପରିମାଣର ରବି ଫସଲ କରାଯାଇଛି ଏବଂ ଏହାର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଯାଇଛି l ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି ପଡ଼ିଆ ପଡ଼ୁଥିବା ଜମିରେ ଚଳିତ ବର୍ଷ ସବୁଜିମା ଭରିଯାଇଛି l ଏହି ଅଞ୍ଚଳର କୃଷକମାନେ ଆଗ୍ରହ ପ୍ରକାଶ କରି ଅଧିକ ଜମିରେ ଫସଲ କରିଛନ୍ତି l ଚଳିତ ବର୍ଷ ରବି ଋତୁରେ ରେକର୍ଡ ପରିମାଣର ଫସଲ ଅମଳ ହେବାର ଲକ୍ଷ୍ୟ ରଖାଯାଇଛି l

Sugyan Kumar Nayak
Sugyan Kumar Nayak
Rayalseema Agriculture

ଖବରରୁ ଜଣାଯାଇଛି ଯେ, ଏହି ଅଞ୍ଚଳରେ ଚଳିତ ବର୍ଷ ୩୦% ଅଧିକ ଜମି ଚାଷ କରାଯାଇଛି l ଗତ ଦଶବର୍ଷ ଧରି ଯେଉଁ ସବୁ ଜମି ପଡ଼ିଆ ରହିଥିଲା ସେହି ସବୁ ଜମିରେ ଏବେ ସୁନାର ଫସଲ ହସୁଛି l ବିଗତ ବର୍ଷ ନଭେମ୍ବର ମାସରେ ହୋଇଥିବା ନିଭାର ବାତ୍ୟାରେ ଏହି ଅଞ୍ଚଳରେ ପ୍ରଚୁର ବୃଷ୍ଟିପାତ ହୋଇଥିଲା ଏବଂ ଭୂତଳ ଜଳ ସ୍ତରରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଥିଲା l ଏହାର ସୁଯୋଗ ନେଇ  କୃଷକମାନେ ସମସ୍ତ ପଡ଼ିଆ ଜମିରେ ସବୁଜିମା ଭରା କ୍ଷେତ ସୃଷ୍ଟି କରିପାରିଛନ୍ତି l

କୃଷକ ବନ୍ଧୁ ଟ୍ରାକ୍ଟର !!

ସାଧାରଣତଃ ରବି ଋତୁରେ ଚିତୋର, କଡପା, କୁରନୁଲ, ଏବଂ ଅନନ୍ତପୁରମ ପ୍ରଭୃତି ଅଞ୍ଚଳରେ ୧୪ ଲକ୍ଷ ଏକର ଜମିରେ ଚାଷ କରାଯାଉଥିବା ବେଳେ ଏହି ବର୍ଷ ଏହା ୨୦ ଲକ୍ଷ ଏକରକୁ ବୃଦ୍ଧି ପାଇଛି l ଏହି ଚାରିଗୋଟି ଜିଲ୍ଲାରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରଭାବରୁ ପ୍ରାୟ ୬୪ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି ବୋଲି ଜଣାପଡିଛି l ଏ ସମ୍ପର୍କରେ ଜଣେ ବରିଷ୍ଠ କୃଷି ଅଧିକାରୀ କୁହନ୍ତି, ରୟଲସୀମା ଅଞ୍ଚଳରେ ଜଳସେଚନର ପୁନରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ୱାଇଏସ ଜଗମୋହନ ରେଡି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି l କେନାଲଗୁଡ଼ିକୁ ଅଧିକ ଆଧୁନିକୀକରଣ କରାଯାଇଛି l ଯାହା ଫଳରେ ଭବିଷ୍ୟତରେ କୃଷକମାନେ ଜଳସେଚନ ସୁବିଧାର ପ୍ରଚୁର ଲାଭ ଉଠାଇ ପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments