
RBI hikes Repo Rate by another 50 basis points to 5.4%
ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ରେପୋ ଦରରେ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି(Repo Rate Hike ) । ଏହି ଦର ଆଧାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଦେଶର ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଋଣ ପ୍ରଦାନ କରିଥାଏ। ବିଶ୍ବ ଅର୍ଥବ୍ୟବସ୍ଥାର ପ୍ରତିକୂଳ ସ୍ଥିତି, ଘରୋଇ ଆର୍ଥିକ ଗତିବିଧିର ସହନଶୀଳତା, ଉଚ୍ଚ ମୁଦ୍ରାସ୍ଫୀତି ହାର ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ରେପୋ ଦରରେ ଆଉ ୫୦ ପ୍ରତିଶତ ବୃଦ୍ଧି ସହିତ ଏହାକୁ ୫.୪୦%ରେ ନିର୍ଦ୍ଧାରିତ କରାଯାଇଛି ।
ମୁଦ୍ରାସ୍ଫୀତି ଏବଂ ମୁଦ୍ରାସ୍ଫୀତି ଜନିତ ପ୍ରତ୍ୟାଶା ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମିତି ଏହି ନିଷ୍ପତ୍ତି ନେଇଛି । ଷ୍ଟାଣ୍ଡଆଲୋନ୍ ପ୍ରାଥମିକ ଡିଲର (ଏସପିଡି)ମାନେ ଏବେ ସମସ୍ତ ବିଦେଶୀ ମୁଦ୍ରା ବଜାର-କାରବାର (ମାର୍କେଟ ମେକିଂ) ସୁବିଧା ପ୍ରଦାନ କରିବାରେ ସକ୍ଷମ ହେବେ । ତେବେ ଏଥିପାଇଁ କେତେକ ବିବେକପୂର୍ଣ୍ଣ ମାର୍ଗଦର୍ଶିକାକୁ ପାଳନ କରିବାକୁ ହେବ । ବର୍ତ୍ତମାନ ଏହି ସୁବିଧା କେବଳ ଅଧିକୃତ ବର୍ଗ-୧ ଡିଲରମାନଙ୍କୁ ମିଳୁଛି ।
ଏହା ଗ୍ରାହକମାନଙ୍କୁ ନିଜ ବିଦେଶୀ ମୁଦ୍ରା ବିପତ୍ତି ପରିଚାଳନା ନିମନ୍ତେ ବଜାର ନିର୍ମାତା ବା ମାର୍କେଟ ମେକରମାନଙ୍କର ଏକ ବ୍ୟାପକ ସମୂହ ପ୍ରଦାନ କରିବ । ଏହାଦ୍ବାରା ଭାରତରେ ବିଦେଶୀ ମୁଦ୍ରା ବଜାରର ପରିସର ମଧ୍ୟ ବୃଦ୍ଧି ପାଇବ । ଅଫଶୋର ରୁପୀ (ବିଦେଶୀ ଭାରତୀୟ ମୁଦ୍ରା) ଓଭରନାଇଟ୍ ଇଣ୍ଡେକ୍ସଡ୍ ସ୍ବାପ ବଜାରରେ ପ୍ରବାସୀ ଭାରତୀୟ ଏବଂ ଅନ୍ୟ ମାର୍କେଟ ମେକରମାନଙ୍କ ସହିତ କାରବାର କରିବା ଲାଗି ଏସପିଡିମାନଙ୍କୁ ଅନୁମତି ମିଳିବ ।
ଏହି ପଦକ୍ଷେପ ଚଳିତ ବର୍ଷ ଫେବୃଆରୀ ମାସରେ ବ୍ୟାଙ୍କମାନଙ୍କ ପାଇଁ ଘୋଷଣା କରାଯାଇଥିବା ଏକ ସମାନ ପଦକ୍ଷେପ ଅନୁକୂଳ ହେବ । ଏହା ଅନଶୋର ଏବଂ ଅଫଶୋର (ଦେଶରେ ଏବଂ ବିଦେଶରେ) ଓଆଇଏସ ବଜାରରେ ରହିଥିବା ବିଭାଜନକୁ ଦୂର କରିବା ସହିତ ମୁଦ୍ରା ମୂଲ୍ୟ ଆବିଷ୍କାରରେ (ପ୍ରାଇସ ଡିସ୍କଭରୀରେ) ସୁଧାର ଆଣିବ ବୋଲି ଆଶା କରାଯାଉଛି।
Share your comments