1. କୃଷି ଖବର

Red Warning: ୯ ଜିଲ୍ଲାକୁ ରେଡ୍ ଆଲର୍ଟ

୪୪.୮ ଡିଗ୍ରୀ ସହ ବାରିପଦା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର....

Tanushree Mahapatra
Tanushree Mahapatra
red alert for state, image source - pexels

red alert for state, image source - pexels

ଗ୍ରୀଷ୍ମ ଲହରୀ ରାଜ୍ୟରେ ଜାରି ରହିଛି l ଆଞ୍ଚଳିକ ପାଣିପାଗ ଅନୁଯାୟୀ ରାଜ୍ୟରେ ଆଜି ଅପରିବର୍ତ୍ତିତ ରହିବ ପାଗ, ଜାରି ରହିବ ତାତି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ବି ତାତି ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି ।

ସିଭିୟର ହିଟୱେଭ ନେଇ କିଛି ଜିଲ୍ଲାଙ୍କ ସୂଚନା ଦିଆଯାଇଛି l ଆଜି ୯ଟି ଜିଲ୍ଲା- ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଭଦ୍ରକ, ମୟୂରଭଞ୍ଜ,ଅନୁଗୁଳ ଓ କଟକ ସହର ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ l

ସୋମବାର ଅର୍ଥାତ ଗତକାଲି ରାଜ୍ୟର ମୋଟ ୪ ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବାବେଳେ ୪୪.୮ ଡିଗ୍ରୀ ସହ ବାରିପଦା ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ।

ଅନୁଗୁଳରେ ୪୪.୩, ବୌଦ୍ଧରେ ୪୪.୧ ଓ ତାଳଚେରରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ୩୨ଟି ସହରରେ ୪୦ ଡିଗ୍ରୀ ଉପରେ ଥିଲା ପାରଦ ।

ତେବେ ୧୨ ସ୍ଥାନରେ ଦିନର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି l ତେବେ ଏହିଭଳି ଆଉ ୨ ଦିନ ତାତିରୁ ତ୍ରାହି ନାହିଁ ରାଜ୍ୟବାସୀଙ୍କୁ । ବିଭିନ୍ନ ଜିଲ୍ଲାକୁ ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ରେଡ୍ ଓ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି l ସେପଟେ,ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ

Onion Storage Tips: ପିଆଜ ଷ୍ଟୋରେଜରେ ନଷ୍ଟ ହେଉଛି କି ?

Mahindra OJA: ଭାରତର ସବୁଠାରୁ ଲୋକପ୍ରିୟ ଟ୍ରାକ୍ଟର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments