News

ସହଜ ହେବ ଜଳପଥରେ ଯାତ୍ରା, ଓଡିଶାର 2ଟି ସ୍ଥାନରେ ମିଳିବ ସୁବିଧା

ଭାରତ ସରକାର ମୋଟ୍‌ ୧୯୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ୨ଟି ସ୍ଥାନ ସମେତ ଦେଶର ୪୫ଟି ସ୍ଥାନରେ ରୋ ପେକ୍ସ ଫେରୀ ସେବା ପ୍ରକଳ୍ପ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।

27 July, 2022 11:08 AM IST By: Shuvanshu Kar

ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବା(Ro-Pax ferry service )କୁ ପ୍ରୋତ୍ସାହନ ଦେଉଛି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ(Ministry of Ports, Shipping and Waterways) । ଏହି ଜଳ ଆଧାରିତ ପରିବହନ ବ୍ୟବସ୍ଥାକୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଏବଂ ଯାତ୍ରା ସମୟ ହ୍ରାସ କରିବାର ଏକ ଉନ୍ନତ ମାର୍ଗ ଭାବେ ବିବେଚନା କରାଯାଉଛି । ଏହା ମଧ୍ୟ ସଡ଼କ, ରେଳ ମାର୍ଗରେ ଟ୍ରାଫିକ ଭିଡ଼ କମାଇବା ସହିତ ଶବ୍ଦ ପ୍ରଦୂଷଣ ହ୍ରାସ କରିବ । ବିଭିନ୍ନ ସୁବିଧାଜନକ ମାର୍ଗରେ ଉପକୂଳ ଜାହାଜ ଚଳାଚଳକୁ ପ୍ରେତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସେବାକୁ କାର୍ଯ୍ୟକାରୀ କରାଯାଉଛି ।

ଭାରତ ସରକାର ମୋଟ୍‌ ୧୯୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ୨ଟି ସ୍ଥାନ ସମେତ ଦେଶର ୪୫ଟି ସ୍ଥାନରେ ରୋ ପେକ୍ସ ଫେରୀ ସେବା ପ୍ରକଳ୍ପ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ବିଭିନ୍ନ ସ୍ଥାନରେ ଫେରୀ ଘାଟ ନିର୍ମାଣ କରାଯାଇ ଜଳମାର୍ଗରେ ଯାତାୟାତ ପାଇଁ ସୁଗମ ବ୍ୟବସ୍ଥା କରାଯାଇଛି ।

ଗୁଜରାଟର ଘୋଗା-ହାଜିରା ମଧ୍ୟରେ ରୋ-ପେକ୍ସ ଫେରୀ ସେବା ଆରମ୍ଭ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ମୁମ୍ବାଇରୁ ମାଣ୍ଡୱା ମଧ୍ୟରେ ଏହି ଜଳମାର୍ଗ ଖୋଲିଛି । ଏସବୁ ପ୍ରକଳ୍ପ ମାଧ୍ୟମରେ ଏବେ ସୁଦ୍ଧା ୭ ଲକ୍ଷ ଯାତ୍ରୀ ଏବଂ ୧.୫ ଲକ୍ଷ ବାହନ ପରିବହନ କରାଯାଇଛି । ଆଗକୁ ଗୁଜରାଟର ପିପାଭାଓ ଏବଂ ମୂଲଦ୍ବାରକା ଏବଂ ମହାରାଷ୍ଟ୍ରର ଘୋଡ଼ବନ୍ଦର, ଭେଲଦୁର, ୱସାଇ, କାଶିଡ, ରେୱାସ, ମନୋରୀ ଏବଂ ଜେଏନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ । ତା’ଛଡ଼ା ଆନ୍ଧ୍ରପ୍ରଦେଶରେ ୪ଟି, ତାମିଲନାଡ଼ୁ ଓ ଗୋଆରେ ଗୋଟିଏ ଲେଖାଏଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶାର ଦୁଇଟି ସ୍ଥାନରେ ରୋ ପେକ୍ସ ଫେରୀ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଉପକୂଳରେ ରୋ- ରୋ ଏବଂ ରୋ-ପେକ୍ସ ଫେରୀ ସେବା ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହା ଫେରୀ ସେବାର ବିକାଶ ଏବଂ ପରିଚାଳନାକୁ ସମରୂପ ଦେବ ଏବଂ ସୁବ୍ୟବସ୍ଥିତ କରିବ । ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରିବା ସହିତ ଅହେତୁକ ବିଳମ୍ବ ଦୂର କରିବ ଏବଂ ଗ୍ରାହକଙ୍କ ପାଇଁ ଡିଜିଟାଲ ହସ୍ତକ୍ଷେପର ପ୍ରଚଳନ କରିବ ।

ଆରମ୍ଭ ହେଲା ନଦୀ ଭିତ୍ତିକ ବନ୍ଦର, ଏଥର ଜଳପଥ ହେବ ସୁଗମ

ରାଜ୍ୟସଭାରେ ଉଠିଲା ଓଡିଶା ନଦୀ ଜଳ ବିବାଦ ପ୍ରସଙ୍ଗ, ଜାଣନ୍ତୁ କଣ କହିଲେ ମନ୍ତ୍ରୀ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)