1. କୃଷି ଖବର

Rozgar Mela:ପ୍ରଧାନମନ୍ତ୍ରୀଙ୍କ ଭେଟି,୭୧ ହଜାର ଜଣଙ୍କୁ ମିଳିବ ଚାକିରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବକମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଯାହାଦ୍ବାରା ମହିଳା , ଦିବ୍ୟାଙ୍ଗ ଓ ଆଶାୟୀ ଜିଲ୍ଲାର ପ୍ରାର୍ଥୀମାନଙ୍କ ପାଇଁ ବିଶେଷ ଲାଭ ହୋଇପାରିବ ।

Sudesna Nayak
Sudesna Nayak
Rozgar Mela pm modi to distribute appointment letters to 71000 recruits today

Rozgar Mela pm modi to distribute appointment letters to 71000 recruits today

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi)ଯୁବକମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଯାହାଦ୍ବାରା ମହିଳା , ଦିବ୍ୟାଙ୍ଗ ଓ ଆଶାୟୀ ଜିଲ୍ଲାର ପ୍ରାର୍ଥୀମାନଙ୍କ ପାଇଁ ବିଶେଷ ଲାଭ ହୋଇପାରିବ ।

ଦେଶରେ ଯୁବଶକ୍ତିଙ୍କ ପାଇଁ ନୂତନ ସୁଯୋଗ ଉପଏବ୍ଧ କରାଇବା ପାଇଁ କେନ୍ଦ୍ର ସରକାର (central government) ଅନେକ ପ୍ରୟାସ କରୁଛନ୍ତି । ଯାହା ଫରେ ସେମାନଙ୍କୁ ନିଜ ପ୍ରତିଭାର ପ୍ରତିପାଦନ ପାଇଁ ସଠିକ୍ ମଞ୍ଚ ମିଳିପାରିବ । ଏନେଇ ଚାଲିଛି ନିଯୁକ୍ତି ମେଳା । ରୋଜଗାର ମେଳାରେ ବର୍ଷକରେ ୧୦ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (pm modi) ସାରା ଦେଶରେ ୪୫ଟି ସ୍ଥାନରେ ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବିତରଣ କରୁଛନ୍ତି ।

ପିଏମଓ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନିଯୁକ୍ତି ମେଳା ହେଉଛି ରୋଜଗାରକୁ ପ୍ରାଥମିକତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi)ଙ୍କ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏକ ପଦକ୍ଷେପ ।

ମଙ୍ଗଳବାର (Tuesday) ସକାଳ ୧୦ଟା ୩୦ରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ନିଯୁକ୍ତିପତ୍ର ବିତରଣ କରାଯାଉଛି । ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି ଓ ରେଲୱେରେ କରାଯାଉଛି ।

ପ୍ରକାଶ ଥାଉ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ନିଯୁକ୍ତି ମେଳା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ (pm modi)୭୧,୦୫୬ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ।

ଏହି ରାଜ୍ୟକୁ 16800 କୋଟି ଭେଟି ଦେବେ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments