News

ଧରାପଡିଲା ମମତା ବାନାର୍ଜୀ ସରକାରଙ୍କ ମିଛ! ଗତ ବର୍ଷ ଆତ୍ମହତ୍ୟା କରିଥିଲେ 122 ଚାଷୀ

ଚାଷୀ ମୃତ୍ୟୁକୁ ନେଇ ବଡ ଖୁଲାସା । ସୂଚନା ଅଧିକାର ବଳରେ ପ୍ରକାଶ ପାଇଛି ଯେ ପଶ୍ଚିମବଙ୍ଗର ଗୋଟିଏ ଜିଲ୍ଲାରେ ଚାଷୀ ଏବଂ କୃଷି କାର୍ଯ୍ୟ ସହ ଜଡିତ ଦିନମଜୁରିଆଙ୍କ ମଧ୍ୟରେ 122 ଜଣଙ୍କର ମୃତ୍ୟୁ ଘଟିଛି।

12 September, 2022 5:24 PM IST By: Shuvanshu Kar

ଚାଷୀ ମୃତ୍ୟୁକୁ ନେଇ ବଡ ଖୁଲାସା । ସୂଚନା ଅଧିକାର(RTI) ବଳରେ ପ୍ରକାଶ ପାଇଛି ଯେ ପଶ୍ଚିମବଙ୍ଗର ଗୋଟିଏ ଜିଲ୍ଲାରେ ଚାଷୀ ଏବଂ କୃଷି କାର୍ଯ୍ୟ ସହ ଜଡିତ ଦିନମଜୁରିଆଙ୍କ ମଧ୍ୟରେ 122 ଜଣଙ୍କର ମୃତ୍ୟୁ(Farmers' Suicide) ଘଟିଛି। ଏହି ସଂଖ୍ୟା ରାଜ୍ୟ ସରକାରଙ୍କ ତଥ୍ୟ ଏବଂ ସଦ୍ୟତମ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ(NCRB Report)ର ବିପରୀତ ଅଟେ । ରାଜ୍ୟରେ କୌଣସି ଚାଷୀଙ୍କ ମୃତ୍ୟୁ ହୋଇନଥିବା ପଶ୍ଚିମବଙ୍ଗ ସରକାର(WB Govt) ଦାବି କରିଥିଲେ ।

The Hindu ରିପୋର୍ଟରେ ଦର୍ଶାଯାଇଛି ଯେ RTI କାର୍ଯ୍ୟକର୍ତ୍ତା ବିଶ୍ୱନାଥ ଗୋସ୍ୱାମୀଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲାର ରାଜ୍ୟ ସୂଚନା ଅଧିକାରୀ ତଥା ଡେପୁଟି ସୁପରିଟେଣ୍ଡେଣ୍ଟ (D&T) 23ଟି ପୋଲିସ ଷ୍ଟେସନରୁ ସଂଗୃହିତ କୃଷକ ତଥା ଚାଷ ସମ୍ବନ୍ଧୀୟ ଆତ୍ମହତ୍ୟାର ବିବରଣୀ ପ୍ରଦାନ କରିଛନ୍ତି।

2021ରେ ପଶ୍ଚିମ ମେଦିନୀପୁରରେ କୃଷକ ଏବଂ କୃଷି ଶ୍ରମିକଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲା 122 ରହିଛି । ପ୍ରଶ୍ନର ଉତ୍ତରରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, 2022ରେ ଜିଲ୍ଲାରେ 34 ଚାଷୀ ଓ କୃଷି ଶ୍ରମିକ ଆତ୍ମହତ୍ୟା କରିଛନ୍ତି ।

NCRB ରିପୋର୍ଟରେ ମଧ୍ୟ ଆକସ୍ମିକ ମୃତ୍ୟୁ ଏବଂ ଆତ୍ମହତ୍ୟା ନେଇ 2021 ତଥ୍ୟରେ ପଶ୍ଚିମବଙ୍ଗରେ କୌଣସି ଚାଷୀ ଆତ୍ମହତ୍ୟା କରିନଥିବା ରେକର୍ଡରେ ଦର୍ଶାଯାଇଛି ।

ଗତ ବର୍ଷ ପଶ୍ଚିମବଙ୍ଗରେ ତିନିଜଣ ଚାଷୀଙ୍କ ମୃତଦେହ ମିଳିଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମୃତ କୃଷକଙ୍କ ପରିବାର ଦାବି କରିଥିଲେ ଯେ ବାତ୍ୟା ଜଓ୍ବାଦ ହେତୁ ଆଳୁ ଏବଂ ଧାନ ଫସଲ ନଷ୍ଟ ହେବା ପରେ ସେମାନେ ଆତ୍ମହତ୍ୟା କରିଥିଲେ ।

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (NCRB)ର ସଦ୍ୟତମ ରିପୋର୍ଟ ଅନୁଯାୟୀ 2021 ମସିହାରେ ପ୍ରାୟ 5,563 କୃଷି ଶ୍ରମିକ ଆତ୍ମହତ୍ୟା କରିଛନ୍ତି । 2020 ଠାରୁ ଆତ୍ମହତ୍ୟା ସଂଖ୍ୟା 9 ପ୍ରତିଶତ ଏବଂ 2019 ଠାରୁ ପ୍ରାୟ 29 ପ୍ରତିଶତ ଅଧିକ ।

2021ରେ ଆତ୍ମହତ୍ୟା କରିଥିବା 5,563 କୃଷି ଶ୍ରମିକଙ୍କ ମଧ୍ୟରୁ 5,121 ପୁରୁଷ ଏବଂ 442 ଜଣ ମହିଳା ରହିଛନ୍ତି । ଭାରତରେ ଆତ୍ମହତ୍ୟା ରିପୋର୍ଟ ଅନୁଯାୟୀ ସର୍ବାଧିକ ମହାରାଷ୍ଟ୍ରରେ 1,424, ପରେ କର୍ଣ୍ଣାଟକ 999 ଏବଂ ଆନ୍ଧ୍ରପ୍ରଦେଶ 584 ଜଣ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଏପଟେ ଓଡିଶାରେ ମଧ୍ୟ ପଶ୍ଚିମବଙ୍ଗ ଭଳି ସମାନ ଘଟଣା । 2017ରୁ 2021 ମଧ୍ୟରେ ଓଡିଶାରେ ଜଣେ ବି ଚାଷୀ ଆତ୍ମହତ୍ୟା(farmer suicide) କରିନଥିବା ରିପୋର୍ଟରେ ପ୍ରକାଶ ପାଇଛି । ହେଲେ ଏହି ତଥ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ(Opposition) ।

ରାଜ୍ୟରେ କ୍ଷମତାରେ ଥିବା ଶାସକ ବିଜେଡି ଚାଷୀ ଆତ୍ମହତ୍ୟା(farmer suicide)କୁ ନେଇ ତଥ୍ୟ ଲୁଚାଇଥିବା ବିରୋଧୀ ସିଧାସଳଖ ଅଭିଯୋଗ କରିଛନ୍ତି । ରାଜ୍ୟରେ ଅନେକ ସମୟରେ ଚାଷୀ ଆତ୍ମହତ୍ୟା(farmer suicide) ପ୍ରସଙ୍ଗକୁ ନେଇ ତାତି ଦେଖିବାକୁ ମିଳିଛି । ହେଲେ ସେ ସମସ୍ତ ତଥ୍ୟ ଏନସିଆରବି ରିପୋର୍ଟରେ ନଥିବା ଅଭିଯୋଗ କରି ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏଭଳି ସ୍ଥିତିରେ ସତରେ କଣ ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟା ତଥ୍ୟ ଲୁଚାଇଛନ୍ତି କି ବୋଲି ଉଠିଛି ପ୍ରଶ୍ନ ।

ଚାଷୀ ଆତ୍ମହତ୍ୟା ତଥ୍ୟକୁ ନେଇ ତାତି; ବିଜେଡିକୁ ବିରୋଧୀଙ୍କ ଟାର୍ଗେଟ

NCRB Report 2022: ଚାଞ୍ଚଲ୍ୟକର ଖୁଲାସା, ଗତ ବର୍ଷ ପ୍ରତି ଦୁଇ ଘଣ୍ଟାରେ ଜଣେ କୃଷି ଶ୍ରମିକଙ୍କ ଆତ୍ମହତ୍ୟା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)