1. କୃଷି ଖବର

ଚାଷୀ ଆତ୍ମହତ୍ୟା ତଥ୍ୟକୁ ନେଇ ତାତି; ବିଜେଡିକୁ ବିରୋଧୀଙ୍କ ଟାର୍ଗେଟ

ରାଜ୍ୟରେ କ୍ଷମତାରେ ଥିବା ଶାସକ ବିଜେଡି ଚାଷୀ ଆତ୍ମହତ୍ୟାକୁ ନେଇ ତଥ୍ୟ ଲୁଚାଇଥିବା ବିରୋଧୀ ସିଧାସଳଖ ଅଭିଯୋଗ କରିଛନ୍ତି । ରାଜ୍ୟରେ ଅନେକ ସମୟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ତାତି ଦେଖିବାକୁ ମିଳିଛି ।

Shuvanshu Kar
Shuvanshu Kar
Opposition targets at Odisha govt over farmer suicide data

Opposition targets at Odisha govt over farmer suicide data

ଚାଷୀ ଆତ୍ମହତ୍ୟାକୁ ନେଇ ନିକଟରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(NCRB Report) ଜାରି କରିଛି ତଥ୍ୟ । 2017ରୁ 2021 ମଧ୍ୟରେ ଓଡିଶାରେ ଜଣେ ବି ଚାଷୀ ଆତ୍ମହତ୍ୟା(farmer suicide) କରିନଥିବା ରିପୋର୍ଟରେ ପ୍ରକାଶ ପାଇଛି । ହେଲେ ଏହି ତଥ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ(Opposition) ।

ରାଜ୍ୟରେ କ୍ଷମତାରେ ଥିବା ଶାସକ ବିଜେଡି ଚାଷୀ ଆତ୍ମହତ୍ୟା(farmer suicide)କୁ ନେଇ ତଥ୍ୟ ଲୁଚାଇଥିବା ବିରୋଧୀ ସିଧାସଳଖ ଅଭିଯୋଗ କରିଛନ୍ତି । ରାଜ୍ୟରେ ଅନେକ ସମୟରେ ଚାଷୀ ଆତ୍ମହତ୍ୟା(farmer suicide) ପ୍ରସଙ୍ଗକୁ ନେଇ ତାତି ଦେଖିବାକୁ ମିଳିଛି । ହେଲେ ସେ ସମସ୍ତ ତଥ୍ୟ ଏନସିଆରବି ରିପୋର୍ଟରେ ନଥିବା ଅଭିଯୋଗ କରି ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏଭଳି ସ୍ଥିତିରେ ସତରେ କଣ ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟା ତଥ୍ୟ ଲୁଚାଇଛନ୍ତି କି ବୋଲି ଉଠିଛି ପ୍ରଶ୍ନ ।

ସଂସଦରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଉଠାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ 2017, 18, 19 ଏବଂ 2020 ମସିହାରେ ଓଡିଶାରୁ କୌଣସି ଚାଷୀଙ୍କ ଆତ୍ମହତ୍ୟା ଘଟଣା ଘଟି ନାହିଁ। ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ 2021ରେ NCRB ସହିତ ଚାଷୀ ଆତ୍ମହତ୍ୟା ଘଟଣାର ତଥ୍ୟ ରାଜ୍ୟ ସରକାର ସେୟାର କରିନଥିଲେ । ହେଲେ 2014, 2015 ଏବଂ 2016 ରେ ରାଜ୍ୟରେ ଯଥାକ୍ରମେ 5, 23 ଏବଂ 20 ଆତ୍ମହତ୍ୟା ମାମଲା ପଞ୍ଜିକୃତ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଦେଶରେ ଆତ୍ମହତ୍ୟା ସମ୍ପର୍କରେ ଏନସିଆରବି ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ 2021 ମସିହାରେ କୃଷି କ୍ଷେତ୍ରର 10,881 ଜଣ ଆତ୍ମହତ୍ୟା କରିଛନ୍ତି । ସେଥିମଧ୍ୟରୁ 5,318 ଜଣ କୃଷକ ଏବଂ 5,563 ଜଣ କୃଷି କ୍ଷେତ୍ର ସହ ଜଡିତ ଦିନମଜୁରିଆ ସାମିଲ ରହିଛନ୍ତି । 5,318 କୃଷକଙ୍କ ମଧ୍ୟରୁ 5107 ଜଣ ପୁରୁଷ ଏବଂ 211 ଜଣ ମହିଳା ଆତ୍ମହତ୍ୟା କରିଛନ୍ତି ।

NCRB Report 2022: ଚାଞ୍ଚଲ୍ୟକର ଖୁଲାସା, ଗତ ବର୍ଷ ପ୍ରତି ଦୁଇ ଘଣ୍ଟାରେ ଜଣେ କୃଷି ଶ୍ରମିକଙ୍କ ଆତ୍ମହତ୍ୟା

ଏହି ରାଜ୍ୟରେ ଭୟଙ୍କର ମରୁଡି ! 33%ରୁ କମ ଜମିରେ ହୋଇଛି ଚାଷ

Share your comments