1. କୃଷି ଖବର

ରାସନ କାର୍ଡକୁ ନେଇ ନୂଆ ନିୟମ ଲାଗୁ! ତାଲିକାରୁ ହଟିବ ଏସବୁ ଲୋକଙ୍କ ନାମ,ଜାଣନ୍ତୁ...

ରାସନ କାର୍ଡର ହିତାଧିକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ମାଗଣା ରାସନର ଅବଧି ସରକାର ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Food and Public Distribution Department) ରାସନ କାର୍ଡ (Ration Card) ର ନିୟମରେ ପରିବର୍ତ୍ତନ ଆଣୁଛି ।

Sudesna Nayak
Sudesna Nayak
rules are changing for taking ration from government shops know the new provisions

rules are changing for taking ration from government shops know the new provisions

ରାସନ କାର୍ଡର ହିତାଧିକାରୀ ( Ration Card Holders) ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ମାଗଣା ରାସନ (Free Ration) ର ଅବଧି ସରକାର ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Food and Public Distribution Department) ରାସନ କାର୍ଡ (Ration Card) ର ନିୟମରେ ପରିବର୍ତ୍ତନ ଆଣୁଛି ।

ସୂଚନା ଅନୁଯାୟୀ,ସରକାରୀ ରାସନ ଦୋକାନ (Government Ration Shops)ରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସ୍ଥିର କରାଯାଇଥିବା ମାନଦଣ୍ଡରେ ପରିବର୍ତ୍ତନ କରାଯାଉଛି । ନୂତନ ମାନଦଣ୍ଡ ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି । କେବଳ ଏତିକି ନୁହେଁ ରାଜ୍ୟ ସରକାର (State Government)ଙ୍କ ସହ ଅନେକ ପର୍ଯ୍ୟାୟର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୂଆ ବ୍ୟବସ୍ଥାରେ କଣ ଘଟିବ ଚାଲନ୍ତୁ ଜାଣିବା...

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ ହିଁ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ହିଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି । ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି । ବାସ୍ତବରେ, ବର୍ତ୍ତମାନ ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ ।

ଏହି ପରିପ୍ରେକ୍ଷୀରେ ହିଁ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ କହିଛି ଯେ, ମାନକରେ ପରିବର୍ତ୍ତନକୁ ନେଇ ରାଜ୍ୟମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟଗୁଡିକ ଦେଇଥିବା ପରାମର୍ଶକୁ ଅନ୍ତର୍ଭୁକ୍ତ କରି ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନୂତନ ମାନକ ପ୍ରସ୍ତୁତ ହେଉଛି । ଏହି ମାନକଗୁଡିକ ଶୀଘ୍ର ଚୂଡାନ୍ତ ହେବ । ନୂତନ ମାନକ କାର୍ଯ୍ୟକାରୀ ହେବା ପରେ କେବଳ ଯୋଗ୍ୟ ବ୍ୟକ୍ତି ଏହି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହି ସୁବିଧା ପାଇପାରିବେ ନାହିଁ । ଅସହାୟ ଲୋକଙ୍କୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଉଛି ।

ପ୍ରକାଶ ଥାଉ ଯେ, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ 'ୱନ୍ ନେସନ୍, ୱନ ରାସନ କାର୍ଡ' (ONORC) ଯୋଜନା କାର୍ଯ୍ୟକାରୀ ହୋଇସାରିଛି । କୋଟି କୋଟି ହିତାଧିକାରୀ ଅର୍ଥାତ୍ NFSA ଅନ୍ତର୍ଗତ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଯୋଜନାର ଲାଭ ଉଠାଉଛନ୍ତି । ପ୍ରତି ମାସରେ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଲାଭ ଉଠାଉଛନ୍ତି ।

ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର! ମୁଖ୍ୟମନ୍ତ୍ରୀ କଲେ ଏହି ବଡ଼ ଘୋଷଣା,ଜାଣନ୍ତୁ...

ବଢ଼ିବ ପେନସନ ରାଶି! ଜାଣନ୍ତୁ ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ