1. କୃଷି ଖବର

ଭାରତର ଚାଷୀଙ୍କ ଉପରେ ପଡ଼ିଲା ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ,ଚାଷୀଙ୍କ ଉପରେ ବଢ଼ିବ ଆର୍ଥିକ ବୋଝ

ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଏହାର ପ୍ରଭାବ ସମଗ୍ର ଦୁନିଆ ଉପରେ ପଡ଼ୁଛି । ଏହି ସମୟରେ ବୈଶ୍ୱିକ ବଜାରରେ ସାରର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି, ଯାହା ଭାରତୀୟ ଚାଷୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ।

Sudesna Nayak
Sudesna Nayak
russia ukraine war fertilizers dap urea central government indian farmers

russia ukraine war fertilizers dap urea central government indian farmers

ଋଷ ଓ ୟୁକ୍ରେନ (Russia Ukraine War)ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଏହାର ପ୍ରଭାବ ସମଗ୍ର ଦୁନିଆ ଉପରେ ପଡ଼ୁଛି । ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ଏହାର ସବୁଠାରୁ ଖରାପ ପ୍ରଭାବ ପଡ଼ିଛି । ଏହି କ୍ରମରେ ଭାରତ ସରକାର (Indian Government)ଙ୍କ ଆର୍ଥିକ ବୋଝ ବଢ଼ାଇ ଦେଇଛି । ଏହି ସମୟରେ ବୈଶ୍ୱିକ ବଜାରରେ ସାର (fertilizers)ର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି, ଯାହା ଭାରତୀୟ ଚାଷୀ (Indian Farmers) ଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ।

ଚାଷୀଙ୍କ ଉପରେ ବଢ଼ିବ ଆର୍ଥିକ ବୋଝ,ଜାଣନ୍ତୁ...

ଋଷ (Russia) ରୁ ସାର (fertilizers) ର ବୃଦ୍ଧି ଚାଷୀ (Farmers) ଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି କରିବ । ତେବେ ଚାଷୀଙ୍କୁ ଏହି ବର୍ଦ୍ଧିତ ମୂଲ୍ୟର ଭାରରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର (Central Government) ସାର (fertilizers)ଉପରେ ହିଁ ସବସିଡି ଦୁଇଗୁଣ କରିପାରେ । କୁହାଯାଉଛି ଯେ ଏଥର କେନ୍ଦ୍ର ସରକାର (Central Government) ଚାଷୀ (FARMERS)ଙ୍କୁ ୨ ଲକ୍ଷ କୋଟି ଟଙ୍କା ସାର ସବସିଡି ଦେବାକୁ ଚିନ୍ତା କରୁଛନ୍ତି । ଅର୍ଥାତ୍ ସରକାର ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ଅତିରିକ୍ତ ସବସିଡି ଖର୍ଚ୍ଚ କରିବେ ।

ବଜେଟ କରାଯାଇଥିଲା ପ୍ରାବଧାନ,ଜାଣନ୍ତୁ...

ଏହାପୂର୍ବରୁ ଫେବୃଆରୀ ୧ରେ ୨୦୨୨-୨୩ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଚଳିତ ଆର୍ଥିକ ବର୍ଷ ପାଇଁ ସାର ଉପରେ ୧ ଲକ୍ଷ କୋଟି ଟଙ୍କା ସବସିଡି ଘୋଷଣା କରିଛନ୍ତି । କିନ୍ତୁ, ଫେବୃଆରୀ ଶେଷ ସପ୍ତାହରୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ (Russia Ukraine War) ଆରମ୍ଭ ହେବା ପରେ ପରିସ୍ଥିତି ବଦଳି ଯାଇଛି । ବର୍ତ୍ତମାନ ବୈଶ୍ୱିକ ବଜାରରେ ଭାରତ ଆମଦାନୀ କରୁଥିବା ସାରର ମୂଲ୍ୟ ବହୁତ ଅଧିକ ବଢ଼ିଯାଇଛି । ଏଭଳି ପରିସ୍ଥିତିରେ ଚାଷୀ (FARMERS)ଙ୍କ ପାଇଁ ଏହି ମୂଲ୍ୟ ଦେବା ସହଜ ନୁହେଁ, ତେଣୁ ସରକାର ସାର ସବସିଡିକୁ ୧ ଲକ୍ଷ କୋଟି ଟଙ୍କା ବୃଦ୍ଧି କରିପାରନ୍ତି ।

ଏହା ପୂର୍ବରୁ ବଢ଼ା ଯାଇଥିଲା ୪୦ ହଜାର କୋଟି ଟଙ୍କା,ଜାଣନ୍ତୁ...

ଏହାପୂର୍ବରୁ ମାର୍ଚ୍ଚ ୩୧ରେ ସରକାର ସାର (fertilizers)ଉପରେ ସବସିଡି ଆକଳନକୁ ୧.୪୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ, କିନ୍ତୁ ଏହି ସବସିଡି ଚାଷୀ (FARMERS)ଙ୍କ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ । ଏଭଳି ପରିସ୍ଥିତିରେ ସରକାର ଏହାକୁ ୬୦ ହଜାର କୋଟି ବୃଦ୍ଧି କରିଛନ୍ତି ଓ ବର୍ତ୍ତମାନ ହିଁ ୨ ଲକ୍ଷ କୋଟିର ସବସିଡି ଉପରେ ଆଲୋଚନା ହେଉଛି ।

ଡିଏପି (DAP)ଓ ୟୁରିଆ (Urea)ରେ ହିଁ ଅଧିକାଂଶ ସଙ୍କଟ,ଜାଣନ୍ତୁ...

ଭାରତ ସରକାର ଡାଇ ଆମିନୋ ଫସଫେଟ୍ (DAP) ୟୁରିଆ (Urea) ପରି ସାର ପ୍ରସ୍ତୁତ କରାଯାଉଥିବା କଞ୍ଚାମାଲ ବହୁ ପରିମାଣରେ ଆମଦାନୀ କରନ୍ତି । ଏଥିରେ ଋଷ (Russia) ଓ ୟୁକ୍ରେନ (Ukraine) ର ମଧ୍ୟ ଏକ ବଡ଼ ଅଂଶ ରହିଛି । ବର୍ତ୍ତମାନ ପରିସ୍ଥିତିରେ ଉଭୟ ଦେଶରୁ ସାମଗ୍ରୀ ଯୋଗାଣରେ ବାଧା ଉପୁଜିଥିବାରୁ ବୈଶ୍ୱିକ ବଜାରରେ ସେଗୁଡ଼ିକର ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ୍ ଚାଷୀ (FARMERS)ଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇଛି ।

ଇନ୍ଧନ ମୂଲ୍ୟ ବୃଦ୍ଧି ମଧ୍ୟ ଏକ ବଡ଼ ପ୍ରତିବନ୍ଧକ,ଜାଣନ୍ତୁ...

ୟୁରିଆ ତିଆରିରେ ସର୍ବାଧିକ ଖର୍ଚ୍ଚ ଗ୍ୟାସରେ ଆସେ । ଆଉ ଏହି ସମୟରେ ବିଶ୍ୱରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଛି । ୟୁରିଆ (Urea)ଉତ୍ପାଦନରେ ଗ୍ୟାସ ମୂଲ୍ୟର ୭୦ ପ୍ରତିଶତ ରହିଥାଏ । ଅର୍ଥାତ ସାର ମୂଲ୍ୟରେ ବୃଦ୍ଧି ହେବାର ସବୁଠାରୁ ବଡ଼ କାରଣ ହେଉଛି ଗ୍ୟାସ ଦର ବୃଦ୍ଧି । ଆଗାମୀ ସମୟରେ ସରକାରଙ୍କୁ ସବସିଡି ଖର୍ଚ୍ଚ ବଢ଼ାଇବାକୁ ପଡିବ । ଯାହା ଦ୍ୱାରା ଏହା ଚାଷୀ (FARMERS)ଙ୍କ ଉପରେ ବୋଝ ପଡ଼ିବ ନାହିଁ ।

ସରକାରଙ୍କ ପ୍ରସ୍ତୁତ,ଜାଣନ୍ତୁ...

ଏହି କ୍ଷେତ୍ର ସହ ଜଡ଼ିତ ଜଣେ ଅଧିକାରୀଙ୍କ କହିବାନୁସାରେ, ଏହି ସମସ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ରବି ଓ ଖରିଫ ଫସଲ ପାଇଁ ସରକାର ପ୍ରଚୁର ସାର (fertilizers) ସଂଗ୍ରହ କରିଛନ୍ତି । ଏହା ଅନ୍ତର୍ଗତ ଏପର୍ଯ୍ୟନ୍ତ ୩୦ ଲକ୍ଷ ଟନ୍ DAP ଓ ୭୦ ଲକ୍ଷ ଟନ୍ ୟୁରିଆ କ୍ରୟ କରାଯାଇଛି । ଏହା ବ୍ୟତୀତ ସରକାର ମଧ୍ୟ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ଆଗାମୀ ସମୟରେ ଏହାର ଅନେକ ୟୁନିଟ୍ ଦେଶରେ ଆରମ୍ଭ ହେବ ଯାହା ଉତ୍ପାଦନ ଆରମ୍ଭ କରିବ । ଏହା ପରେ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ ।

ଋଷ-ୟୁକ୍ରେନ ଯୁଦ୍ଧରେ ଭାରତକୁ ଲାଗିଲା ବଡ଼ ଝଟକା! ସାର ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି

ବଡ଼ ଖୁସି ଖବର! ପୁଣି ବଢ଼ିଲା ସରକାରୀ ଚାକିରିଆଙ୍କ ଦରମା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ