1. କୃଷି ଖବର

ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଋଣ ଆପ ‘ସଫଳ’

ସହଜ ରେ ମିଳିବ ଚାଷୀଙ୍କୁ 'ସଫଳ' ( SAFAL ) । ଋଣ ପାଇଁ ଆଉ ଧାଇଁବାକୁ ପଡ଼ିବନି ବ୍ୟାଙ୍କକୁ । ଆଙ୍ଗୁଠି ଟିପରେ ମିଳିବ ଋଣ ସୁବିଧା ।

KJ Staff
KJ Staff
Safal Aap For Farmers

Safal Aap For Farmers

ସହଜ ରେ ମିଳିବ ଚାଷୀଙ୍କୁ 'ସଫଳ' ( SAFAL ) । ଋଣ ପାଇଁ ଆଉ ଧାଇଁବାକୁ ପଡ଼ିବନି ବ୍ୟାଙ୍କକୁ । ଆଙ୍ଗୁଠି ଟିପରେ ମିଳିବ ଋଣ ସୁବିଧା । ଯେଉଁଥିରେ ସେମାନଙ୍କୁ ମିଳିଛି ଋଣ ଚିନ୍ତା ରୁ ଆସ୍ୱସ୍ଥି । ଦେଶ ତଥା ଭାରତର ସର୍ବପ୍ରଥମ ( India's first ) ସହଜ ଓ ସୁବିଧାଜନକ ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Cm of Odisha Naveen Patnaik) । WWW.safal.odisha.gov.in ରେ ଚାଷୀ ଋଣ ପାଇଁ ସହଜରେ ଆବେଦନ କରିପାରିବେ । ସହଜରେ ଋଣ ଆବେଦନ କରିବାକୁ ଚାଷୀଙ୍କ ପାଇଁ ଏହି ନୂଆ ପୋର୍ଟାଲ ‘ସଫଳ’ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ‘ସଫଳ’ ଆପ ସମସ୍ତ କୃଷି ସମସ୍ୟାର (Farmers Problem ) ଏକକ ସମାଧାନ ପାଲଟିବ । ଏହି ଆପ ଦ୍ବାରା ଚାଷୀ, କୃଷି ଉଦ୍ୟୋଗୀଙ୍କୁ ସହଜରେ ଘରୋଇ, ଆଞ୍ଚଳିକ, ସମବାୟ ସମିତି, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ । ଏହି ଆପ ତଥା ପୋର୍ଟାଲଟି କୁ କୃଷକ ଓଡ଼ିଶା ଡାଟାବେଶ ସହ ସଂଯୁକ୍ତ କରାଯାଇଛି । ଏଥିରେ ୪୦ରୁ ଅଧିକ ବ୍ୟାଙ୍କ( 40 above Bank ) ଯୋଡ଼ି ହେବ ସହିତ ପୋର୍ଟାଲରେ ୩ ଶହରୁ ଅଧିକ ରକମର କୃଷି ଋଣ ( Farmer's Loan ) ପାଇଁ ଆବେଦନ ସୁବିଧା ଉପଲବ୍ଧ । ଏହି ପୋର୍ଟାଲ ରେ ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା ଯାହାକି ମୋ ସେବା କେନ୍ଦ୍ର(Mo Seva Kendra ) ରୁ ଆବେଦନ କରିବା ପାଇଁ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ଅଛି ଯାହା ଚାଷୀଙ୍କୁ ନିଜ ଋଣ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରିବ ।

ଏବେ ଏହି ପୋର୍ଟାଲ ଦ୍ୱାରା ରାଜ୍ୟରେ ସହଜ ହେଲା କୃଷି ଏବଂ କୃଷି ଉଦ୍ୟୋଗ ଋଣ ବ୍ୟବସ୍ଥା । ଏହା କୃଷି ଉଦ୍ୟୋଗୀ ଓ କୃଷକ ମାନଙ୍କ ପାଇଁ ଋଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ବୋଲି ଆଶା ରହିଛି ସମସ୍ତଙ୍କର । ଏହା ରାଜ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ରଗୁଡିକୁ ପ୍ରୋତ୍ସାହିତ କରିବ ଏବଂ କମ୍ ସମୟ ମଧ୍ୟରେ କୃଷକ ତଥା ଚାଷୀଙ୍କ ଆର୍ଥିକଶକ୍ତି (Economic Status ) ବୃଦ୍ଧି ପାଇଁ ଏକ ସୁବିଧାକାରୀ ମାଧ୍ୟମ ପାଲଟିବ । ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲ ଶୁଭାରମ୍ଭ ସମୟରେ ଆହୁରି ମଧ୍ୟ କହିଛନ୍ତି ଚାଷୀ ତଥା କୃଷକ ମାନେ ଆମ ଅର୍ଥନୀତିର ମେରୁଦଣ୍ଡ ।

ଆମ ଦେଶର ବିକାଶ ଚାକିକାଠି ହେଉଛନ୍ତି କୃଷକ ଏଣୁ ସେମାନେ ଉନ୍ନତି କରିପାରିଲେ ଆମେ ଉନ୍ନତି ପଥରେ ଅଧିକ ଅଗ୍ରସର ହୋଇପାରିବା। ଆମ ସରକାର କୃଷି କ୍ଷେତ୍ର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛି । କୃଷକଙ୍କ ଆୟ ବୃଦ୍ଧିରେ ସରକାର ପଦକ୍ଷେପ ନେଇ ଏକ ବ୍ୟାପକ ତଥା ଅନ୍ତର୍ଭୂକ୍ତ ରାଜ୍ୟ କୃଷି ନୀତି ଦ୍ୱାରା ସମର୍ଥିତ ବିଭିନ୍ନ ହସ୍ତକ୍ଷେପ ମାଧ୍ୟମରେ କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ।

ଆଉ ୪ ମାସ ମାଗଣା ଚାଉଳ – ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments