1. କୃଷି ଖବର

ରିପୋର୍ଟ ଦେଲେ କୃଷିମନ୍ତ୍ରୀ, ସମ୍ବଲପୁର ଚାଷୀ ବ୍ୟବହାର କରିଛନ୍ତି ସର୍ବାଧିକ ସାର

କୃଷି ମନ୍ତ୍ରୀଙ୍କ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଚାଷୀଙ୍କୁ ସାର ଓ ବିହନ ଯୋଗାଣ ପରିମାଣ ବୃଦ୍ଧି ପାଉଛି | ଗତ ବର୍ଷ ସରକାରଙ୍କଠୁ ୧୦ ଲକ୍ଷ ୧୦ ହଜାର ଚାଷୀ ସାର ଏବଂ ୨ ଲକ୍ଷ ୪୩ ହଜାର ଚାଷୀ ବିହନ କ୍ରୟ କରିଛନ୍ତି |

Rajashree
Rajashree
Sambalpur farmer used much Presticide than other district

Sambalpur farmer used much Presticide than other district

ସମ୍ବଲପୁରରେ ସାରର ପ୍ରୟୋଗ ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ | କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ (Ranendra Pratap Swain)ବିଧାନସଭାରେ ଏହି ରିପୋର୍ଟ ରଖିଛନ୍ତି | କୃଷି ମନ୍ତ୍ରୀଙ୍କ (Agriculture minister)ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଚାଷୀଙ୍କୁ ସାର ଓ ବିହନ ଯୋଗାଣ ପରିମାଣ ବୃଦ୍ଧି ପାଉଛି | ଗତ ବର୍ଷ ସରକାରଙ୍କଠୁ ୧୦ ଲକ୍ଷ ୧୦ ହଜାର ଚାଷୀ ସାର ଏବଂ ୨ ଲକ୍ଷ ୪୩ ହଜାର ଚାଷୀ ବିହନ କ୍ରୟ କରିଛନ୍ତି |

ଗତବର୍ଷ ରାଜ୍ୟର ସୁବର୍ଣ୍ଣପୁର ଜିଲ୍ଲାର ୧୫ ହଜାର ୬୬୨ ଜଣ ଚାଷୀଙ୍କୁ ସର୍ବାଧିକ ୮୬ ହଜାର ୧୩୫ ମେଟ୍ରିକ ଟନ ସାର ଯୋଗାଣ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି |

ସାଧାରଣରେ କୁହାଯାଏ ଯେ, ଆମ ରାଜ୍ୟରେ ବରଗଡ଼ ଜିଲ୍ଲାର ଚାଷୀ ଅଧିକ ସାର ବ୍ୟବହାର(Pesticides using) କରନ୍ତି କାରଣ ଅନ୍ୟ ଜିଲ୍ଲା ମାନଙ୍କ ତୁଳନାରେ ବରଗଡ଼ରେ ଚାଷୀଙ୍କ ସଂଖ୍ୟା ଅଧିକ | ମାତ୍ର ସୁବର୍ଣ୍ଣପୁର ଜିଲ୍ଲାର ଏତେ କମ ସଂଖ୍ୟକ ଚାଷୀଙ୍କୁ ଏତେ ପରିମାଣର ସାର ବିକ୍ରି (Pesticides sell)ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ୨୦୧୯ ମସିହାରେ ୧୪ ହଜାର ୮୮ ଚାଷୀଙ୍କୁ ୮୪ ହଜାର ୮୧୦ ମେଟ୍ରିକ ଟନ, ୨୦୨୦ ମସିହାରେ ୧୬ ହଜାର ୧୭୬ ଚାଷୀଙ୍କୁ ୯୯ ହଜାର ୫୪ ମେଟ୍ରିକ ଟନ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ୪୮୮୭ ଚାଷୀଙ୍କୁ ୨୨ ହଜାର ୬୮୨ ମେଟ୍ରିକ ଟନ ସାର ବିକ୍ରି ହୋଇଛି | କୃଷି ବିଭାଗର ୪ ବର୍ଷର ସାର ରିପୋର୍ଟ ଅନୁଯାୟୀ | ୨୦୨୧ ମସିହାର ତଥ୍ୟକୁ ହିସାବ କରାଗଲେ, ରାଜ୍ୟରେ ବାଲେଶ୍ବର ଜିଲ୍ଲାର ୧ ଲକ୍ଷ ୨୮ ହଜାର ୬୮୫ ଚାଷୀଙ୍କୁ ୨୮୬୭

କୃଷି ବିଭାଗର ୪ ବର୍ଷର ସାର ରିପୋର୍ଟ ଅନୁଯାୟୀ | ୨୦୨୧ ମସିହାର ତଥ୍ୟକୁ ହିସାବ କରାଗଲେ, ରାଜ୍ୟରେ ବାଲେଶ୍ବର ଜିଲ୍ଲାର ୧ ଲକ୍ଷ ୨୮ ହଜାର ୬୮୫ ଚାଷୀଙ୍କୁ ୨୮୬୭ ମେଟ୍ରିକ ଟନ ସାର ବିକ୍ରି (Pesticides sell report)କରାଯାଉଥିବା ବେଳେ ଭଦ୍ରକର ୧ ଲକ୍ଷ ୯୦୩ ଚାଷୀଙ୍କୁ ୧୪ ହଜାର ୫୫୮ ମେଟ୍ରିକ ଟନ, ଗଞ୍ଜାମର ୭୧ ହଜାର ୩୬୦ ଚାଷୀଙ୍କୁ ୧୫୦୬୭ ମେଟ୍ରିକ ଟନ, ବରଗଡ଼ର ୫୩ ହଜାର ୭୬୫ ଚାଷୀଙ୍କୁ ୧୫ ହଜାର ୩୯୧ ମେଟ୍ରିକ ଟନ, କଟକର ୬୩ ହଜାର ୬୮୨ ଚାଷୀଙ୍କୁ ୪୨୪୫ ମେଟ୍ରିକ ଟନ, କଳାହାଣ୍ଡିର ୫୧ ହଜାର ୨୧୭ ଚାଷୀଙ୍କୁ ୧୦ ହଜାର ୩୯୭ ମେଟ୍ରିକ ଟନ ସାର ବିକ୍ରି କରାଯାଇଛି |

ଅନ୍ୟ ରାଜ୍ୟକୁ ଦେଖିବାକୁ ଗଲେ, ବଲାଙ୍ଗୀରର ୩୦ ହଜାର ୩୦୯ ଚାଷୀଙ୍କୁ ୮୫ ହଜାର ୬୭୮ ମେଟ୍ରିକ ଟନ, ବୌଦ୍ଧର ୧୮ ହଜାର ୮୭୧ ଚାଷୀଙ୍କୁ ୫୬୬୧ ମେଟ୍ରିକ ଟନ, ସୁନ୍ଦରଗଡ଼ ଜିଲ୍ଲାର ୬୨ ହଜାର ୯୫୬ ଚାଷୀଙ୍କୁ ୨୨୮୯ ମେଟ୍ରିକ ଟନ, ପୁରୀର ମୋଟ ୨୫୩୦ ଚାଷୀଙ୍କୁ ୫୭୧ ମେଟ୍ରିକ ଟନ, ଏବଂ ସମ୍ବଲପୁରର ୩୭ ହଜାର ୩୫୮ ଚାଷୀଙ୍କୁ ୧୬ ହଜାର ୫୭୪ ମେଟ୍ରିକ ଟନ, ନୂଆପଡ଼ାର ୪୧ ହଜାର ୭୦୦ ଚାଷୀଙ୍କୁ ୬୧୭୬ ମେଟ୍ରିକ ଟନ, ଦେବଗଡ଼ର ୧୮ ହଜାର ୪୩୬ ଚାଷୀଙ୍କୁ ୪୫୪୬ ମେଟ୍ରିକ ଟନ, ଢେଙ୍କାନାଳ ୧୬ ହଜାର ୫୦ ଚାଷୀଙ୍କୁ ୨୧୨୭ ମେଟ୍ରିକ ଟନ, ଗଜପତିର ୩୬୫ ଚାଷୀଙ୍କୁ ୧୬୧୮ ମେଟ୍ରିକ ଟନ ସାର ବିକ୍ରି କରାଯାଇଥିବା ରିପୋର୍ଟରେ (Pesticides sell report)ଉଲ୍ଲେଖ ରହିଛି |

ସେହିପରି, ଜଗତସିଂହପୁର ଜିଲ୍ଲାର ୧୧ ହଜାର ୭୮୯ ଚାଷୀଙ୍କୁ ୨୮୫୨ ମେଟ୍ରିକ ଟନ, ଯାଜପୁରର ୧୩ ହଜାର ୭୮୯ ଚାଷୀଙ୍କୁ ୧୬୭୯ ମେଟ୍ରିକ ଟନ, ଝାରସୁଗୁଡ଼ା ଜିଲ୍ଲାର ୧୭ ହଜାର ୫୫୩ ଚାଷୀଙ୍କୁ ୨୫୯୪୨ ମେଟ୍ରିକ ଟନ, କୋରାପୁଟର ୨୨ ହଜାର ୪୪୭ ଚାଷୀଙ୍କୁ ୬୬୫୧ ମେଟ୍ରିକ ଟନ, ମାଲକାନଗିରିର ୨୫ ହଜାର ୨୩୩ ଚାଷୀଙ୍କୁ ୮୫୩୨ ମେଟ୍ରିକ ଟନ ସାର ବିକ୍ରୟ(Pesticides sell)କରାଯାଇଛି | ୨୦୧୯ ମସିହାରେ ୮ ଲକ୍ଷ ୬୬ ହଜାର ୬୨୯ ଚାଷୀଙ୍କୁ ୩୨୯୭୦୭ ମେଟ୍ରିକ ଟନ, ୨୦୨୦ ମସିହାରେ ୯ ଲକ୍ଷ ୯୪ ହଜାର ଚାଷୀଙ୍କୁ ୩ ଲକ୍ଷ ୯୨ ହଜାର ୪୭୮ ମେଟ୍ରିକ ଟନ ଓ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୩୮ ହଜାର ୩୬୨ ଚାଷୀଙ୍କୁ ୮୧ ହଜାର ୫୧ ମେଟ୍ରିକ ଟନ ସାର ବିକ୍ରି ହୋଇଥିବା କୃଷି ବିଭାଗ ତରଫରୁ ରିପୋର୍ଟ(Pesticides sell report) ଦିଆଯାଇଛି |

ଅଗଷ୍ଟ ସୁଦ୍ଧା ଓଡ଼ିଶାରେ ଚାହିଦା ଠାରୁ କମ୍ ସାର ଯୋଗାଣ

ସାର ଯୋଗାଣରେ ଅନିୟମିତତା, ଚାଷୀଙ୍କ ସମସ୍ୟା ବଢୁଛି

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments