
Satish Tiwari of Coromandel Company joined Krishi Jagran Chaupal
କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଥାଏ କୃଷି ଜାଗରଣ| କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ | ତେବେ, ଆଜି କୃଷି ଜାଗରଣରେ ଏହି ଆଲୋଚନାରେ ସାମିଲ ହୋଇଥିଲେ କରୋମାଣ୍ଡେଲ ବରିଷ୍ଠ ଜେନେରାଲ ମ୍ୟାନେଜର ସତୀଶ ତିୱାରୀ | ଶ୍ରୀଯୁକ୍ତ ତିୱାରୀ ତାଙ୍କର ମୂଲ୍ୟବାନ ସମୟ ଓ ଅଭିଜ୍ଞତା କୃଷି ଜାଗରଣ ସହ ବାଣ୍ଟି ଥିବାରୁ କୃଷି ଜାଗରଣ କୃତଜ୍ଞ |

Satish Tiwari of Coromandel Company joined Krishi Jagran Chaupal
କୃଷି ଜାଗରଣରେ କରୋମାଣ୍ଡେଲ ବରିଷ୍ଠ ଜେନେରାଲ ମ୍ୟାନେଜର ସତୀଶ ତିୱାରୀଙ୍କୁ ସ୍ୱାଗତ କରିଥିଲେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ସମ୍ପାଦକ ଏମ.ସି ଡୋମିନିକ୍ |ଶ୍ରୀଯୁକ୍ତ ଡୋମିନିକ୍ କରୋମାଣ୍ଡେଲ ବରିଷ୍ଠ ଜେନେରାଲ ମ୍ୟାନେଜର ସତୀଶ ତିୱାରୀଙ୍କୁ ସ୍ୱାଗତ କରିବା ସହ ପୁରା କୃଷି ଜାଗରଣ ପରିବାର ତରଫରୁ କୃତଜ୍ଞତା ଅର୍ପଣ କରିଥିଲେ | ଏହି ଅବସରରେ ଗତ କିଛି ଦଶନ୍ଧି ଧରି କୃଷି ଏବଂ କୃଷି ସମ୍ପ୍ରଦାୟର ଉନ୍ନତି ପାଇଁ କରୋମାଣ୍ଡେଲ କିପରି କାର୍ଯ୍ୟ କରୁଛି ସେହି ବିଷୟରେ ଆଲୋକପାତ କରିଥିଲେ କରୋମାଣ୍ଡେଲ ବରିଷ୍ଠ ଜେନେରାଲ ମ୍ୟାନେଜର ସତୀଶ ତିୱାରୀ |

Satish Tiwari of Coromandel Company joined Krishi Jagran Chaupal

Satish Tiwari of Coromandel Company joined Krishi Jagran Chaupal
ଶ୍ରୀ ତିୱାରୀ ସମଗ୍ର କୃଷି ଜାଗରଣ ପରିବାରକୁ ଧନ୍ୟବାଦ ଅର୍ପଣ କରି କୃଷି କ୍ଷେତ୍ରରେ ଥିବା ନିଜର ଅଭିଜ୍ଞତା ବ୍ୟକ୍ତ କରିଥିଲେ | ଅନନ୍ୟ କ୍ରପ୍ ସମାଧାନ ସୃଷ୍ଟି କରିବା ଏବଂ କୃଷି ସମୃଦ୍ଧତା ପାଇଁ କ୍ରମାଗତ ଭାବରେ ଉନ୍ନତ କୃଷି ପ୍ରଯୁକ୍ତିବିଦ୍ୟା କରୋମାଣ୍ଡେଲ କରୋମାଣ୍ଡେଲ କରୁଛି ବୋଲି ସେ କହିଥିଲେ | ସେ ଆହୁରି ମଧ୍ୟ କହିଥିଲେ କି, ସମସ୍ତ ଗ୍ରାହକଙ୍କ ମାତାମତ ସହ ଆମେ ଘନିଷ୍ଠତା ଭାବରେ ଯୋଡି ହାଇ ରହୁଛୁ, କ୍ରମାଗତ ଭାବରେ ଉଚ୍ଚମାନର ପୁଷ୍ଟିକର, ଫସଲ ଯତ୍ନ ସମାଧାନ ଏବଂ କୃଷି ସେବା ଯୋଗାଉଛି | କରୋମାଣ୍ଡେଲ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ସାର କମ୍ପାନୀ |

Satish Tiwari of Coromandel Company joined Krishi Jagran Chaupal
ନିକଟରେ କରୋମାଣ୍ଡେଲ 5 ଟି ନୂତନ ଉତ୍ପାଦ 3 କୀଟନାଶକ, 1 ହରବାଇସିଡ୍, 1 ଫଙ୍ଗିସାଇଡ୍ ମଧ୍ୟ ଲଞ୍ଚ କରିଛି,ଯାହା ଖରିଫ ଫସଲର ଉତ୍ତମ ଉତ୍ପାଦନରେ ଚାଷୀଙ୍କୁ ସାହାଯ୍ୟ କରିବ | ସେ ଆହୁରି ମଧ୍ୟ କହିଛନ୍ତି କି କୃଷି ସମ୍ପ୍ରଦାୟକୁ ଦୃଷ୍ଟିରେ ରଖି କୃଷକଙ୍କ ସହାୟ ନିମନ୍ତେ କରୋମାଣ୍ଡେଲ୍ ଆଗକୁ ଅନେକ କିଛି କରିବାକୁ ଯାଉଛି ଯାହାର ଅପଡେଟ ଆପଣ କୃଷିଜଗରଣର ଫେସବୁକ ପେଜରେ ପାଇପାରିବେ |

Satish Tiwari of Coromandel Company joined Krishi Jagran Chaupal
ଶ୍ରୀ ତିୱାରୀ କୃଷି ଜାଗରଣର କାର୍ଯ୍ୟକର୍ତ୍ତାଙ୍କ ସହ କୃଷି ସମ୍ବନ୍ଧୀୟ ବାର୍ତ୍ତା ଆଳାପ କରି କହିଥିଲେ , କରୋମାଣ୍ଡେଲରେ ହେଉଥିବା ଉତ୍ପାଦନ କୃଷିର ଉନ୍ନତି ଦିଗରେ ନିଶ୍ଚିତ ଭାବରେ ସାହାର୍ଯ୍ୟ କରିବ | ସେ କହିଛନ୍ତି ଯେ, ଆଜି ଆମ ଦେଶରେ ଅନେକ ରାଜ୍ୟ ଅଛି, ଯେଉଁମାନେ କୃଷି କ୍ଷେତ୍ରରେ ନାଇଟ୍ରୋଜେନକୁ ଅତ୍ୟଧିକ ବ୍ୟବହାର କରୁଛନ୍ତି | ଏହି ତଥ୍ୟକୁ ଦର୍ଶାଇ ସେ କହିଛନ୍ତି, ନାଇଟ୍ରୋଜେନ୍ 3 ଅନୁପାତରେ ବ୍ୟବହାର କରାଯିବା ଉଚିତ ଆମ ଦେଶର କିଛି ସ୍ଥାନରେ ଏହାକୁ 20 ଅନୁପାତରେ ବ୍ୟବହାର କରାଯାଉଛି ଯାହା କୃଷି କ୍ଷେତ୍ର ପାଇଁ ଚିନ୍ତାର ବିଷୟ |
Share your comments