1. କୃଷି ଖବର

SBI ଓ PNBର ଗ୍ରାହକଙ୍କ ପାଇଁ ବଡ଼ ଖବର, ବନ୍ଦ ହେବ ଆପଣଙ୍କର ବ୍ୟାଙ୍କିଙ୍ଗ ସେବା

ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(PNB)ନିଜର ଗ୍ରାହକମାନଙ୍କୁ ଆଲର୍ଟ କରାଇଛି । ଯଦି ଗ୍ରାହକମାନେ ଏହାକୁ ଅଣଦେଖା କରିବେ ତେବେ ସେମାନଙ୍କର ବ୍ୟାଙ୍କିଙ୍ଗ ସେବା ପୁରା ବନ୍ଦ ହୋଇପାରେ ।

Sudesna Nayak
Sudesna Nayak
SBI and pnb bank account holders alert linking of pan with aadhaar is mandatory

SBI and pnb bank account holders alert linking of pan with aadhaar is mandatory

ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(PNB)ନିଜର ଗ୍ରାହକମାନଙ୍କୁ ଆଲର୍ଟ କରାଇଛି । ଯଦି ଗ୍ରାହକମାନେ ଏହାକୁ ଅଣଦେଖା କରିବେ ତେବେ ସେମାନଙ୍କର ବ୍ୟାଙ୍କିଙ୍ଗ ସେବା ପୁରା ବନ୍ଦ ହୋଇପାରେ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ପାନ-ଆଧାର କାର୍ଡକୁ ଲିଙ୍କ୍ (PAN-Aadhaar Link) କରିବାକୁ ବ୍ୟାଙ୍କ (Bank)ନିଜର ଖାତାଧାରୀଙ୍କୁ ନୋଟିସ ଦେଇଛି । ବ୍ୟାଙ୍କ (Bank)କହିଛି ଯେ, ଯଦି ଗ୍ରାହକମାନେ ଏହା ନକରନ୍ତି ତେବେ ସେମାନଙ୍କ ବ୍ୟାଙ୍କିଙ୍ଗ ସେବା ବନ୍ଦ ହୋଇପାରେ । ଏନେଇ ଏସବିଆଇ (SBI)ଟ୍ୱିଟ୍ ମଧ୍ୟ କରିଛି ।

ଏହି ଟ୍ୱିଟରେ ଏସବିଆଇ SBI କହିଛି ଯେ, ଆମେ ନିଜ ଗ୍ରାହକମାନଙ୍କୁ କୌଣସି ଅସୁବିଧାରୁ ରକ୍ଷା କରିବା ପାଇଁ ଓ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବାକୁ ଉପଭୋଗ କରିବା ପାଇଁ ସେମାନଙ୍କର ପାନକୁ ଆଧାର ସହିତ ଲିଙ୍କ (PAN-Aadhaar Link)କରିବାକୁ ପରାମର୍ଶ ଦେଉଛୁ ।

ପ୍ରକାଶ ଥାଉ ଯେ, ମହାମାରୀକୁ ଦୃଷ୍ଟିରେ ରଖି ପାନକୁ ଆଧାର ସହିତ ଲିଙ୍କ୍ (PAN-Aadhaar Link)କରିବାର ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଓ ଆମର ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସେବାକୁ ଉପଭୋଗ କରିବା ପାଇଁ ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କର ପାନ୍କୁ ଆଧାର ସହିତ ଲିଙ୍କ (PAN-Aadhaar Link) କରିବାକୁ ପରାମର୍ଶ ଦେଇଛୁ । ଏହା ସହିତ ବ୍ୟାଙ୍କ କହିଛି ଯେ ପ୍ୟାନକୁ ଆଧାର ସହିତ ଲିଙ୍କ୍ (PAN-Aadhaar Link) କରିବା ବାଧ୍ୟତାମୂଳକ ଅଟେ ।

ପାନ୍-ଆଧାର କାର୍ଡକୁ କିପରି ଲିଙ୍କ କରିବେ, ଜାଣନ୍ତୁ...

୧- ପ୍ରଥମେ ଆପଣମାନେ ଇନକମ ଟ୍ୟାକ୍ସର ଅଫିସିଆଲ୍ ୱେବସାଇଟକୁ ହିଁ ଯାଆନ୍ତୁ https://www.incometaxindiaefiling.gov.in/home

୨. ଏଠାରେ ବାମ ପାର୍ଶ୍ୱରେ ଆପଣ ଲିଙ୍କ୍ ଆଧାରର ବିକଳ୍ପ ଦେଖିବେ, ଏଥିରେ ହିଁ କ୍ଲିକ୍ କରନ୍ତୁ ।

୩. ଏକ ନୂତନ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁ PAN,AADHAARରେ ଯେପରି ଆପଣଙ୍କ ନାମ ରହିଛି ସେହିପରି ହିଁ ଲେଖିବାକୁ ପଡ଼ିବ ।

୪. ଯଦି ଆପଣଙ୍କର ଆଧାର କାର୍ଡ (Aadhaar)ରେ କେବଳ ଜନ୍ମ ବର୍ଷ ଅଛି, ତେବେ 'I have only year of birth in aadhaar card' ବାକ୍ସକୁ ଟିକ୍ କରନ୍ତୁ ।

୫. କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ କିମ୍ବା ଓଟିପି (OTP) ପାଇଁ ଟିକ୍ କରନ୍ତୁ ।

୬. ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ, ବର୍ତ୍ତମାନ ପାନ୍ ଓ ଆଧାର ଲିଙ୍କ୍ (PAN-Aadhaar Link) ହୋଇଯାଇଛି ।

Bank Holidays:ଏହି ଦିନ ସବୁ ଛୁଟି ରହିବ ବ୍ୟାଙ୍କ ; ବନ୍ଦ ରହିବ କାମ,ଜାଣନ୍ତୁ...

ATM ରୁ ଟଙ୍କା ଉଠାଇବା ନିୟମରେ ଏକ ବଡ଼ ପରିବର୍ତ୍ତନ କଲା SBI,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments