News

୮ମ ପିଲାଙ୍କ ପାଇଁ ସରକାରୀ ଚାକିରି, ଶୀଘ୍ର ଆବେଦନ କରନ୍ତୁ

ସାଉଥ୍ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍ ଲିମିଟେଡ୍, SECL ବିଭିନ୍ନ ଅପରେଟର୍‌ ପୋଷ୍ଟ୍‌ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି । ପୋଷ୍ଟ୍‌ଗୁଡିକ ପାଇଁ ଆବେଦନର ଶେଷ ତାରିଖ ୨୩ ମେ ୨୦୨୨ ରହିଛି । ଏଥିପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ ପଞ୍ଜୀକୃତ କରିବା ପାଇଁ ଡାକ ମାଧ୍ୟମରେ ଆବେଦନ କରିବାକୁ ପଡିବ ।

16 May, 2022 3:40 PM IST By: Sudesna Nayak

ସାଉଥ୍ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍ ଲିମିଟେଡ୍, SECL ବିଭିନ୍ନ ଅପରେଟର୍‌ ପୋଷ୍ଟ୍‌ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି । ପୋଷ୍ଟ୍‌ଗୁଡିକ ପାଇଁ ଆବେଦନର ଶେଷ ତାରିଖ ୨୩ ମେ ୨୦୨୨ ରହିଛି । 

ସୂଚନା ଅନୁଯାୟୀ, ଏଥିପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ ପଞ୍ଜୀକୃତ କରିବା ପାଇଁ ଡାକ ମାଧ୍ୟମରେ ଆବେଦନ କରିବାକୁ ପଡିବ । ମେ ୨ ରେ ଏହି ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ମୋଟ ୪୪୦ଟି ପଦବୀରେ ନିଯୁକ୍ତି କରାଯିବ । ଏଥିରେ ଡମ୍ପର ଅପରେଟର ପାଇଁ ୩୫୫ଟି ପୋଷ୍ଟ୍‌ ରହିଥିବା ବେଳେ ଡୋଜର୍‌ ଅପରେଟର ପାଇଁ ୬୪ଟି ପୋଷ୍ଟ ଏବଂ ଲୋଡର ଅପରେଟର ପାଇଁ ୨୧ଟି ପୋଷ୍ଟ୍‌ ରହିଛି ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଅଷ୍ଟମ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ । ଏହା ସହିତ ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ବାଧ୍ୟତାମୂଳକ । ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ସମ୍ବନ୍ଧରେ ଅଧିକ ସୂଚନା ପାଇବା ପାଇଁ ନିଯୁକ୍ତି ବିଜ୍ଞପ୍ତି ଦେଖନ୍ତୁ । ଏହାର ଲିଙ୍କ୍ ନିମ୍ନରେ ଶେୟାର କରାଯାଇଛି ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ଟ୍ରେଡ୍ ଟେଷ୍ଟ୍ ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ । ଏହାର ତାରିଖ ପରେ ୱେବ୍‌ସାଇଟ୍‌ରେ ଶେୟାର କରାଯିବ।

 

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

-ଆବେଦନ କରିବାର ଆରମ୍ଭ ତାରିଖ - ୨ ମେ ୨୦୨୨
-ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ- ୨୩ ମେ ୨୦୨୨
-ମେଲ୍‌ ମାଧ୍ୟମରେ ଆବେଦନ ଫର୍ମ କପି ଦାଖଲ କରିବାର ଶେଷ ତାରିଖ – ୩୦ ମେ ୨୦୨୨

ଗ୍ରାମିଣ ଡାକ ବିଭାଗରେ ଚାକିରି; ଦରମା ୩୦ ହଜାର,ଶୀଘ୍ର କରନ୍ତୁ ଆବେଦନ

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଖାଲି ପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)