1. କୃଷି ଖବର

PCCF ଭାବେ ପଦୋନ୍ନତି ପାଇଲେ ବରିଷ୍ଠ IFS ସୁଶାନ୍ତ ନନ୍ଦ

PCCF(Principal Chief Conservator of Forests) ପଦରେ ଦାୟିତ୍ବ ସମ୍ଭାଳିବେ ସୁଶାନ୍ତ ନନ୍ଦ ।

Shuvanshu Kar
Shuvanshu Kar
Senior IFS Officer Susant Nanda Promoted To The Rank Of  PCCF

Senior IFS Officer Susant Nanda Promoted To The Rank Of PCCF

ଭାରତୀୟ ଜଙ୍ଗଲ ସେବା ଅଧିକାରୀ ତଥା ବରିଷ୍ଠ ଆଇଏଫ୍ଏସ୍(IFS) ସୁଶାନ୍ତ ନନ୍ଦଙ୍କ ପଦୋନ୍ନତି । PCCF(Principal Chief Conservator of Forests) ପଦରେ ଦାୟିତ୍ବ ସମ୍ଭାଳିବେ ସୁଶାନ୍ତ ନନ୍ଦ । ପିସିସିଏଫ ପଦରେ ସୁଶାନ୍ତଙ୍କୁ ନିଯୁକ୍ତ କରିଛନ୍ତି ସରକାର ।

ସୁଶାନ୍ତ ନନ୍ଦ ବର୍ତ୍ତମାନ ପରିବେଶ ବିଭାଗର ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି । ଏହାସହିତ ଚିଲିକା ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ବ ତୁଲାଉଛନ୍ତି ସୁଶାନ୍ତ ।

ରାଜ୍ୟ ସରକାର ସୁଶାନ୍ତଙ୍କ ସମେତ 1989 ବ୍ୟାଚର ଓଡିଶା-କ୍ୟାଡର ଆଇଏଫଏସ ଅଧିକାରୀ ସଞ୍ଜୀବ କୁମାର ଏବଂ ଓମ ପ୍ରକାଶ ସିଂଙ୍କୁ PCCF ପଦବୀକୁ ପଦୋନ୍ନତି ଦେଇଥିବା GA ଏବଂ PG ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ସୁଶାନ୍ତ ନନ୍ଦ ସୋସିଆଲ ମିଡିଆରେ ବେଶ ସକ୍ରିୟ ନଜର ଆସିଥାନ୍ତି । ସମୟ ସମୟରେ ସେ ପରିବେଶ ଓ ଜୀବଜନ୍ତୁଙ୍କ ଭିଡିଓ ଏବଂ ଫଟୋ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିବାର ଦେଖିବାକୁ ମିଳେ । ସୁଶାନ୍ତ ନନ୍ଦଙ୍କ ଟ୍ୱିଟ୍‌ ଇଣ୍ଟରନେଟ୍‌ରେ ବେଶ ଭାଇରାଲ ହୁଏ ।

ବିଶ୍ବ ପରିବେଶ ଦିବସ: ମଣିଷ ପାଇଁ ଅଭିଷାପ ପାଲଟିଛି ପ୍ରକୃତି ଆଖିର ଲୁହ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments