1. କୃଷି ଖବର

ଭାରତୀୟ କୃଷକ ସଂଗଠନରୁ ରାକେଶ ଟିକାୟତ ବହିଷ୍କୃତ

ଚାଷୀ ଆନ୍ଦୋଳନରେ ମୁଖିଆ ସାଜିଥିବା ଚାଷୀ ନେତା ରାକେଶ ଟିକାୟତଙ୍କୁ ବଡ ଝଟକା । ଭାରତ କିଷାନ ୟୁନିଅନ (Bharatiya Kisan Union)ରୁ ତଡା ଖାଇଛନ୍ତି ରାକେଶ ଟିକାୟତ ।

Sudesna Nayak
Sudesna Nayak
Senior leaders of BKU hits out at Tikait brothers

Senior leaders of BKU hits out at Tikait brothers

ଚାଷୀ ଆନ୍ଦୋଳନରେ ମୁଖିଆ ସାଜିଥିବା ଚାଷୀ ନେତା ରାକେଶ ଟିକାୟତଙ୍କୁ ବଡ ଝଟକା । ଭାରତ କିଷାନ ୟୁନିଅନ(Bharatiya Kisan Union)ରୁ ତଡା ଖାଇଛନ୍ତି ରାକେଶ ଟିକାୟତ । କୃଷକ ଆନ୍ଦୋଳନର ମୁଖ୍ୟ ଚେହେରା ଥିବା ରାକେଶ ଟିକାୟତଙ୍କୁ ବି.କେ.ୟୁ ରୁ ବାହାର କରାଯାଇଛି ।

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଅନେକ ଦିନ ଧରି ନେତୃତ୍ବ ନେଉଥିଲେ ରାକେଶ ଟିକାୟତ । ରବିବାର ତାଙ୍କୁ ବିକେୟୁରୁ (Bharatiya Kisan Union) ବହିଷ୍କାର କରାଯାଇଛି । ଟିକାୟତ ଚାଷୀଙ୍କ ସମସ୍ୟା ନବୁଝି ଅଜଥା ରାଜନୀତି କରୁଥିବା ଅଭିଯ଼ୋଗ ଉଠିଛି । ଏନେଇ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିବା ଜଣାପଡିଛି । ରାକେଶଙ୍କ ସହ ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ରାଜେଶ ଚୌହାନଙ୍କୁ ଅଧ୍ୟକ୍ଷ କରାଯାଇଛି ।

କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ହିଂସାରେ ପରିବର୍ତ୍ତିତ ହୋଇଥିଲା । କୃଷି ଆଇନ ଯଦି ପ୍ରତ୍ୟାହାର ନ ହୁଏ ତାହେଲେ ଆତ୍ମହତ୍ୟା କରିଦେବି ବୋଲି କହିଥିଲେ ରାକେଶ ଟିକାୟତ । କାନ୍ଦି କାନ୍ଦି ଏହି ବୟାନ ଦେଇଥିଲେ ଟିକାୟତ ।

କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ନେଇ ବର୍ଷ ସାରା ଜୋର ଧରିଥିଲା ପ୍ରତିବାଦ ଓ ଆନ୍ଦୋଳନ । ପ୍ରତିବାଦ ସାଙ୍ଗକୁ ରାଜନୀତି ମଧ୍ୟ ଉଷ୍ମ ହୋଇଥିଲା । କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଏକାଧିକ କୃଷକ ସଂଗଠନ । ବିଶେଷ କରି ପ୍ରଥମେ ପଞ୍ଜାବ, ହରିୟାଣରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କ୍ରମଶଃ ଉତ୍ତର ଭାରତ ସମେତ ଏକାଧିକ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଥିଲା ।


ଏକାଧିକ ଦାବି ସହ ପ୍ରାୟ ୬୦ରୁ ଉର୍ଦ୍ଧ୍ବ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଲେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଆନ୍ଦୋଳନକୁ ପ୍ରଭାବଶାଳୀ କରିବା ସହ ଆଇନ ପ୍ରତ୍ୟାହାର କରିବା ଦିଗରେ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିଥିଲେ । ଶେଷରେ କେନ୍ଦ୍ର ସରକାରଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁପଡିଥିଲା ।

ହଟିଲା ଚାଷୀ ଆନ୍ଦୋଳନ, ୧୧ ରୁ ଘରକୁ ଫେରିବେ ଚାଷୀ

ଶେଷ ହୋଇପାରେ ଚାଷୀ ଆନ୍ଦୋଳନ !

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments