News

ଦୋହଲିଲା ଶେୟାର ବଜାର, 1000 ପଏଣ୍ଟ ଖସିଲା Sensex

12 ମେ (ଗୁରୁବାର) ସେନସେକ୍ସ 867 ପଏଣ୍ଟ ହ୍ରାସ ପାଇ 53,320.83ରେ ଟ୍ରେଡ କରୁଛି । ସେହିପରି ନିଫ୍ଟି ମଧ୍ୟ 876 ପଏଣ୍ଟ ହ୍ରାସ ପାଇଁ 15,956.45 ସ୍ତରରେ ଖୋଲିଛି ।

12 May, 2022 12:45 PM IST By: KJ Staff

ବିଶ୍ବ ବଜାରରେ କ୍ରମାଗତ ଖରାପ ସଙ୍କେତ ମିଳୁଥିବାବେଳେ ପୁଣି ଦୋହଲିଛି ଭାରତୀୟ ଶେୟାର ମାର୍କେଟ । 12 ମେ (ଗୁରୁବାର) ସେନସେକ୍ସ 867 ପଏଣ୍ଟ ହ୍ରାସ ପାଇ 53,320.83ରେ ଟ୍ରେଡ କରୁଛି । ସେହିପରି ନିଫ୍ଟି ମଧ୍ୟ 876 ପଏଣ୍ଟ ହ୍ରାସ ପାଇଁ 15,956.45 ସ୍ତରରେ ଖୋଲିଛି ।

ଗତ କିଛି ଦିନରୁ ଶେୟାର ବଜାରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି । ଗୁରୁବାର ମାର୍କେଟ ଖୋଲିବା କ୍ଷଣି ଲିଫ୍ଟି(NSE Nifty) 16 ହଜାର ପଏଣ୍ଟରୁ ମଧ୍ୟ ତଳକୁ ଖସିଆସିଛି । ସେହିପରି ସେନସେକ୍ସ 800 ପଏଣ୍ଟରୁ ଅଧିକ କ୍ଷତିକୁ ଚାଲିଯାଇଛି ।

ସେପଟେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଭଲ ଭଲ ରିଟର୍ଣ୍ଣ ଆସୁଛି । ଏଥିପାଇଁ ଏହା ଉପରେ ନିବେଶକମାନେ ନଜର ରଖିଛନ୍ତି । ସେପଟେ ଭାରତୀୟ ମୁଦ୍ରାରେ ମଧ୍ୟ ହ୍ରାସ ଘଟିଛି । ଭାରତୀୟ ମୁଦ୍ରା 23 ପଇସା ହ୍ରାସ ସହିତ 77.46ରେ ପହଞ୍ଚିଛି ।

ଏହା ପୂର୍ବରୁ ବୁଧବାର ଦିନ ତମାମ ଅସ୍ଥିରତା ପରେ ସେନସେକ୍ସ 276.46 ପଏଣ୍ଟ ଖସି 54088.39ରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି 72.95 ପଏଣ୍ଟ ହ୍ରାସ ପାଇ 16167.10ରେ ବନ୍ଦ ହୋଇଥିଲା । ଏହାରି ମଧ୍ୟରେ ବ୍ୟାଙ୍କିଙ୍ଗ କ୍ଷେତ୍ର କିନ୍ତୁ ଭଲ ସ୍ଥିତିରେ ଥିବା ଦେଖିବାକୁ ମିଳିଛି । ବୁଧବାର ଟ୍ରେଡିଂ ସେକ୍ସନରେ ନିଫ୍ଟି ପାଖାପାଖି 16,000 ପଏଣ୍ଟରୁ ତଳକୁ ଖସିବା ସ୍ଥିତିରେ ରହିଥିଲା । ହେଲେ ବ୍ୟାଙ୍କିଙ୍ଗ ସେକ୍ଟର କାରଣରୁ ଏହା ନିଜର ବେଞ୍ଚ ମାର୍କ ବଜାୟ ରଖିବାରେ ସଫଳ ହୋଇଥିଲା ।

ଶେୟାର ବଜାରରେ ଅସ୍ଥିରତା କାରଣରୁ ଗତ 4 ଦିନରେ ହିଁ ନିବେଶକଙ୍କର 13 ଲକ୍ଷ କୋଟି ଟଙ୍କା ବୁଡିଯାଇଛି । ବୁଧବାର ବିଏସଇ ଅଧିନରେ ଥିବା କମ୍ପାନୀଗୁଡିକର 5 ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା । କେବଳ ଏତିକି ନୁହେଁ, ମାତ୍ର 4 ଦିନରେ ହିଁ ଏହି କମ୍ପାନୀଗୁଡିକର ପୁଞ୍ଜି 13,32,898.99 କୋଟି ଟଙ୍କା କ୍ଷତି ହୋଇଛି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଖାଲି ପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, କେନ୍ଦ୍ର ସରକାରଙ୍କ ବଡ ଘୋଷଣା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)