1. କୃଷି ଖବର

MSME ପ୍ରୋତ୍ସାହନ ପାଇଁ ଆଠଟି ନୂତନ ପଦକ୍ଷେପ

ଏମଏସଏମଇ ଗୁଡିକର ଅଭିବୃଦ୍ଧି ଏବଂ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସାହାଯ୍ୟ କରିବା ପାଇଁ ଆର୍ଥିକ ସହାୟତା, ନିୟାମକ ପରିବର୍ତ୍ତନ ଏବଂ ଟେକ୍ନୋଲୋଜି ସହାୟତା ଅନ୍ତର୍ଭୁକ୍ତ।

Tanushree Mahapatra
Tanushree Mahapatra
SMT. SITHARAMAN PROPOSES CREDIT SUPPORT TO MSMEs

SMT. SITHARAMAN PROPOSES CREDIT SUPPORT TO MSMEs

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ର ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ଏହି ବଜେଟ୍ ରେ ଏମ୍ଏସ୍ଏମ୍ଇ ଏବଂ ଉତ୍ପାଦନ, ବିଶେଷକରି ଶ୍ରମ ଭିତ୍ତିକ ଉତ୍ପାଦନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଏକ ପ୍ୟାକେଜ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଏମଏସଏମଇ ଗୁଡିକର ଅଭିବୃଦ୍ଧି ଏବଂ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସାହାଯ୍ୟ କରିବା ପାଇଁ ଆର୍ଥିକ ସହାୟତା, ନିୟାମକ ପରିବର୍ତ୍ତନ ଏବଂ ଟେକ୍ନୋଲୋଜି ସହାୟତା ଅନ୍ତର୍ଭୁକ୍ତ। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବଜେଟରେ ଚାରୋଟି ପ୍ରମୁଖ ବିଷୟବସ୍ତୁର ଅଂଶ ବିଶେଷ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ଏମଏସଏମଇମାନଙ୍କ ସମର୍ଥନରେ ନିମ୍ନଲିଖିତ ନିର୍ଦ୍ଦିଷ୍ଟ ପଦକ୍ଷେପ ପ୍ରସ୍ତାବ ଦେଇଛନ୍ତି:

ଉତ୍ପାଦନ କ୍ଷେତ୍ରରେ ଏମଏସଏମଇ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା

କେନ୍ଦ୍ର ଅର୍ଥମନ୍ତ୍ରୀ ଏମଏସଏମଇଗୁଡ଼ିକୁ ବିନା ବନ୍ଧକ କିମ୍ବା ତୃତୀୟ ପକ୍ଷ ଗ୍ୟାରେଣ୍ଟିରେ ଯନ୍ତ୍ରପାତି ଏବଂ ଉପକରଣ କିଣିବା ପାଇଁ ମିଆଦୀ ଋଣ ପ୍ରଦାନ କରିବା ପାଇଁ ଏକ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ପ୍ରସ୍ତାବ ଦେଇଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହି ଯୋଜନା ଏଭଳି ଏମଏସଏମଇର ଋଣ ବିପଦକୁ ହ୍ରାସ କରିବା ଉପରେ କାର୍ଯ୍ୟ କରିବ । ଅଧିକ ବିବରଣୀ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ପୃଥକ ଭାବେ ଗଠିତ ସେଲ୍ଫ ଫାଇନାନ୍ସିଂ ଗ୍ୟାରେଣ୍ଟି ପାଣ୍ଠି ପ୍ରତ୍ୟେକ ଆବେଦନକାରୀଙ୍କୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି କଭର ପ୍ରଦାନ କରିବ ଏବଂ ଋଣ ପରିମାଣ ଅଧିକ ହୋଇପାରେ। ଋଣଧାରୀଙ୍କୁ ଋଣ ବାଲାନ୍ସ ହ୍ରାସ ଉପରେ ଏକ ଆଗୁଆ ଗ୍ୟାରେଣ୍ଟି ଶୁଳ୍କ ଏବଂ ବାର୍ଷିକ ଗ୍ୟାରେଣ୍ଟି ଶୁଳ୍କ ପ୍ରଦାନ କରିବାକୁ ପଡିବ ।

ଏମ୍ଏସ୍ଏମ୍ଇ ଋଣ ପାଇଁ ନୂଆ ମୂଲ୍ୟାୟନ ମଡେଲ୍ ବିକଶିତ କରିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ଏକ ନୂତନ, ସ୍ୱାଧୀନ ଏବଂ ଆଭ୍ୟନ୍ତରୀଣ ବ୍ୟବସ୍ଥା ମାଧ୍ୟମରେ ଏମଏସଏମଇଗୁଡିକ ପାଇଁ ଋଣକୁ ଅଧିକ ଉପଲବ୍ଧ କରାଇବା ପାଇଁ ଶ୍ରୀମତୀ ସୀତାରମଣ ପ୍ରସ୍ତାବ ଦେଇଥିଲେ ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ବାହ୍ୟ ମୂଲ୍ୟାଙ୍କନ ଉପରେ ନିର୍ଭର ନକରି ଋଣ ପାଇଁ ଏମଏସଏମଇଗୁଡିକର ମୂଲ୍ୟାଙ୍କନ କରିବା ପାଇଁ ସେମାନଙ୍କର ଆଭ୍ୟନ୍ତରୀଣ କ୍ଷମତା ନିର୍ମାଣ କରିବେ । ଅର୍ଥନୀତିରେ ଏମଏସଏମଇର ଡିଜିଟାଲ ପାଦଚିହ୍ନର ସ୍କୋରିଂ ଉପରେ ଆଧାର କରି ଏକ ନୂତନ କ୍ରେଡିଟ୍ ଆକଳନ ମଡେଲ ବିକଶିତ କରିବା କିମ୍ବା ବିକଶିତ କରିବାରେ ସେମାନେ ନେତୃତ୍ୱ ନେବେ । କେବଳ ସମ୍ପତ୍ତି କିମ୍ବା କାରବାର ମାନଦଣ୍ଡ ଆଧାରରେ ଋଣ ଯୋଗ୍ୟତାର ପାରମ୍ପରିକ ଆକଳନ ତୁଳନାରେ ଏହା ଏକ ଉଲ୍ଲେଖନୀୟ ଉନ୍ନତି ହେବ ବୋଲି ଆଶା କରାଯାଉଛି। ଏଥିରେ ବିନା ଆନୁଷ୍ଠାନିକ ହିସାବ ବ୍ୟବସ୍ଥାରେ ଏମଏସଏମଇ କୁ ମଧ୍ୟ ସାମିଲ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ।

ସରକାରୀ ପ୍ରୋତ୍ସାହିତ ପାଣ୍ଠିରୁ ଚାପ ସମୟରେ ଏମଏସଏମଇକୁ ଋଣ ସହାୟତା

କେନ୍ଦ୍ର ଅର୍ଥମନ୍ତ୍ରୀ ଏମଏସଏମଇଗୁଡ଼ିକୁ ସେମାନଙ୍କ ଚାପ ସମୟରେ ବ୍ୟାଙ୍କ ଋଣ ଜାରି ରଖିବା ପାଇଁ ଏକ ନୂତନ ବ୍ୟବସ୍ଥା ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ନିଜ ନିୟନ୍ତ୍ରଣ ବାହାରେ ଥିବା କାରଣ ପାଇଁ 'ସ୍ପେଶାଲ ମେନସନ୍ ଆକାଉଣ୍ଟ' (ଏସ୍ଏମ୍ଏ) ପର୍ଯ୍ୟାୟରେ ଥିବା ବେଳେ ଏମ୍ଏସ୍ଏମଇ ମାନେ ସେମାନଙ୍କ ବ୍ୟବସାୟ ଜାରି ରଖିବା ପାଇଁ ଏବଂ ନନ୍ ପରଫର୍ମିଂ ଆସେଟ୍ (ଏନପିଏ) ପର୍ଯ୍ୟାୟରେ ପ୍ରବେଶ ନ କରିବା ପାଇଁ ଋଣ ଆବଶ୍ୟକ କରନ୍ତି। ସରକାରୀ ପ୍ରୋତ୍ସାହିତ ପାଣ୍ଠିରୁ ଗ୍ୟାରେଣ୍ଟି ମାଧ୍ୟମରେ ଋଣ ଉପଲବ୍ଧତାକୁ ସମର୍ଥନ କରାଯିବ ବୋଲି ଶ୍ରୀମତୀ ସୀତାରମଣ ପ୍ରସ୍ତାବ ଦେଇଛନ୍ତି।

ଋଣ ଯୋଗ୍ୟ ଉଦ୍ୟୋଗୀଙ୍କ ପାଇଁ ମୁଦ୍ରା ଋଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

'ତରୁଣ' ବର୍ଗରେ ଯେଉଁ ଉଦ୍ୟୋଗୀମାନେ ପୂର୍ବ ଋଣ ନେଇଛନ୍ତି ଏବଂ ସଫଳତାର ସହ ପରିଶୋଧ କରିଛନ୍ତି ସେମାନଙ୍କ ପାଇଁ ମୁଦ୍ରା ଋଣର ସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଟିଆରଇଡିଏସରେ ବାଧ୍ୟତାମୂଳକ ଅନବୋର୍ଡିଂ ପାଇଁ କ୍ରେତାମାନଙ୍କ ପାଇଁ କାରବାର ସୀମା ଅଧା

ଏମ୍ଏସ୍ଏମ୍ଇଗୁଡ଼ିକୁ ସେମାନଙ୍କ ବାଣିଜ୍ୟିକ ପ୍ରାପ୍ୟକୁ ନଗଦରେ ପରିଣତ କରି ସେମାନଙ୍କ କାର୍ଯ୍ୟକାରୀ ପୁଞ୍ଜି ସୁବିଧା ପାଇଁ ଶ୍ରୀମତୀ ସୀତାରମଣ ଟିଆରଇଡିଏସ୍ ପ୍ଲାଟଫର୍ମରେ ବାଧ୍ୟତାମୂଳକ ଅନବୋର୍ଡିଂ ପାଇଁ କ୍ରେତାଙ୍କ କାରବାର ସୀମାକୁ ୫୦୦ କୋଟି ଟଙ୍କାରୁ ୨୫୦ କୋଟି ଟଙ୍କାକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ପଦକ୍ଷେପ ଦ୍ୱାରା ଆହୁରି ୨୨ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍ଇ) ଏବଂ ଆହୁରି ୭,୦୦୦ କମ୍ପାନି ଏହି ପ୍ଲାଟଫର୍ମକୁ ଆସିବେ। ମଧ୍ୟମ ଉଦ୍ୟୋଗଗୁଡ଼ିକୁ ମଧ୍ୟ ଯୋଗାଣକାରୀଙ୍କ ପରିସରରେ ଅନ୍ତର୍ଭୁକ୍ତ କରାଯିବ।

ସହଜ ଏବଂ ପ୍ରତ୍ୟକ୍ଷ ଋଣ ସୁବିଧା ପାଇଁ ଏମଏସଏମଇ କ୍ଲଷ୍ଟରରେ ନୂତନ ସିଡବି ଶାଖା

କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ ସିଡବି ୩ ବର୍ଷ ମଧ୍ୟରେ ସମସ୍ତ ପ୍ରମୁଖ ଏମଏସଏମଇ କ୍ଲଷ୍ଟରକୁ ସେବା ଯୋଗାଇବା ପାଇଁ ଏହାର ପହଂଚ କୁ ବିସ୍ତାର କରିବା ପାଇଁ ନୂତନ ଶାଖା ଖୋଲିବ ଏବଂ ସେମାନଙ୍କୁ ସିଧାସଳଖ ଋଣ ପ୍ରଦାନ କରିବ । ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଚଳିତ ବର୍ଷ ଏଭଳି ୨୪ଟି ଶାଖା ଖୋଲିବା ପରେ ୨୪୨ଟି ପ୍ରମୁଖ କ୍ଲଷ୍ଟର ମଧ୍ୟରୁ ୧୬୮ଟିକୁ ଏହି ସେବା ପ୍ରଦାନ କରାଯିବ।

ଖାଦ୍ୟର ଗୁଣବତ୍ତା ଏବଂ ନିରାପତ୍ତା ପରୀକ୍ଷା ପାଇଁ ନୂତନ ଏମଏସଏମଇ ୟୁନିଟ୍

ଏମ୍ଏସ୍ଏମ୍ଇ କ୍ଷେତ୍ରରେ ୫୦ଟି ମଲ୍ଟି ପ୍ରଡକ୍ଟ ଫୁଡ୍ ଇରେଡିଏସନ୍ ୟୁନିଟ୍ ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ ସୀତାରମଣ ପ୍ରସ୍ତାବ ଦେଇଥିଲେ। ଏନଏବିଏଲ୍ ମାନ୍ୟତା ସହ ୧୦୦ଟି ଖାଦ୍ୟ ଗୁଣବତ୍ତା ଏବଂ ନିରାପତ୍ତା ପରୀକ୍ଷା ଲ୍ୟାବ୍ ପ୍ରତିଷ୍ଠା ପାଇଁ ସୁବିଧା ଯୋଗାଇ ଦିଆଯିବ।

ଇ-କମର୍ସ ରପ୍ତାନି କେନ୍ଦ୍ର ଏମଏସଏମଇ ଏବଂ ପାରମ୍ପରିକ କାରିଗରମାନେ ଅନ୍ତର୍ଜାତୀୟ ବଜାରକୁ ପ୍ରବେଶ କରିପାରିବେ

ଏମ୍ଏସ୍ଏମ୍ଇ ଏବଂ ପାରମ୍ପରିକ କାରିଗରମାନେ ସେମାନଙ୍କ ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବାକୁ ସକ୍ଷମ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ ଇ-କମର୍ସ ରପ୍ତାନି ହବ୍ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମୋଡରେ ପ୍ରତିଷ୍ଠା କରାଯିବ। ଏକ ନିରବଚ୍ଛିନ୍ନ ନିୟାମକ ଏବଂ ଲଜିଷ୍ଟିକ୍ ଢାଞ୍ଚା ଅଧୀନରେ ଏହି ହବ୍  ଗୁଡ଼ିକ ଗୋଟିଏ ଛାତ ତଳେ ବାଣିଜ୍ୟ ଏବଂ ରପ୍ତାନି ସମ୍ବନ୍ଧୀୟ ସେବାକୁ ସୁଗମ କରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ

୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହିତ

Rastriya Swasthya Bima Yojana: ପ୍ରତିବର୍ଷ ମିଳିବ ମାଗଣା ଚିକିତ୍ସା !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ