News

ସ୍ୱତନ୍ତ୍ର ଆଲୋଚନା ଚକ୍ର ମାଧ୍ୟମରେ କୃଷକଙ୍କ ସମସ୍ୟାର ସମାଧାନ

କୃଷି ଓ କୃଷକଙ୍କ ସାମଗ୍ରୀକ ବିକାଶ ପାଇଁ ଓଡ଼ିଶା କୃଷି ଓ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT) ଦ୍ୱାରା ଏକ ନିଆରା ପଦକ୍ଷେପ ନିଆଯାଇଛି । ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଏହି ମେଳାର ଆଜି ହେଉଛି ପ୍ରଥମ ଦିନ । ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଅନେକ ସଫଳତା ସାଉଣ୍ଟି ଅଗ୍ରସର ହୋଇଛି କୃଷକ ମେଳା-୨୦୨୩ । ଏହି ମେଳା କୃଷକଙ୍କ ଆୟ ବୃଦ୍ଧି ଓ ସମନ୍ୱିତ କୃଷିକୁ ଉତ୍ସାହିତ କରିବା, ନୂଆ ନୂଆ କୃଷି ଜ୍ଞାନ କୌଶଳ ମାଧ୍ୟମରେ କୃଷକଙ୍କୁ ଶସକ୍ତ କରିବା ନେଇ ମହତ୍ୱକାଂକ୍ଷା ରଖିଥିବା ପ୍ରକାଶ କରିଛନ୍ତି ବିଶ୍ୱ ବିଦ୍ୟାଳୟର କୂଳପତି ଡଃ. ପ୍ରଭାତ କୁମାର ରାଉଳ(Pravat Roul) ।

27 February, 2023 6:32 PM IST By: Priyambada Rana

କୃଷି ଓ କୃଷକଙ୍କ ସାମଗ୍ରୀକ ବିକାଶ ପାଇଁ ଓଡ଼ିଶା କୃଷି ଓ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT) ଦ୍ୱାରା ଏକ ନିଆରା ପଦକ୍ଷେପ ନିଆଯାଇଛି ।  ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଏହି ମେଳାର ଆଜି ହେଉଛି ପ୍ରଥମ ଦିନ । ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଅନେକ ସଫଳତା ସାଉଣ୍ଟି ଅଗ୍ରସର ହୋଇଛି କୃଷକ ମେଳା-୨୦୨୩ ।  ଏହି ମେଳା କୃଷକଙ୍କ ଆୟ ବୃଦ୍ଧି ଓ ସମନ୍ୱିତ କୃଷିକୁ ଉତ୍ସାହିତ କରିବା, ନୂଆ ନୂଆ କୃଷି ଜ୍ଞାନ କୌଶଳ ମାଧ୍ୟମରେ କୃଷକଙ୍କୁ ଶସକ୍ତ କରିବା ନେଇ ମହତ୍ୱକାଂକ୍ଷା ରଖିଥିବା ପ୍ରକାଶ କରିଛନ୍ତି ବିଶ୍ୱ ବିଦ୍ୟାଳୟର କୂଳପତି ଡଃ. ପ୍ରଭାତ କୁମାର ରାଉଳ(Pravat Roul)

ଏହି ଅବସରରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏବଂ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ କୃଷି ଗବେଷଣା ଏବଂ ସଂପ୍ରସାରଣ ସଶକ୍ତିକରଣ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୬୦୦ ରୁ ଉର୍ଦ୍ଧ୍ୱ କୃଷକ ଓ କୃଷି ଉଦ୍ୟୋଗୀ ଯୋଗ ଦେଇଥିବା ବେଳେ ୨୦୦ ରୁ ଉର୍ଦ୍ଧ୍ୱ କୃଷି ବିଶେଷଜ୍ଞ ଏବଂ ବୁଦ୍ଧିଜୀବି ଏଥିରେ ଅଂଶ ଗ୍ରହଣ କରିଥିଲେ ।

ଉଦ୍ଘାଟନୀ ଉତ୍ସବ ପରେ  କୃଷକ ଭାଇ-ଭଉଣୀମାନଙ୍କ ବିକାଶ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା ।ଓଡ଼ିଶାରେ ସ୍ଥାୟୀ ବିହନ ବ୍ୟବସ୍ଥା, କୃଷି ଯାନ୍ତ୍ରୀକରଣ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଉଦ୍ୟାନ କୃଷି ଉପରେ ଉପସ୍ଥିତ କୃଷକ ଭାଇ-ଭଉଣୀଙ୍କ ସହ ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ଚାଷୀ ଭାଇ-ଭଉଣୀମାନେ ନିଜର ବିଭିନ୍ନ ସମସ୍ୟା ଓ ଜିଜ୍ଞାସା ନେଇ ପ୍ରଶ୍ନ ପଚାରି ଥିଲେ । କୃଷକ ଭାଇ-ଭଉଣୀମାନେ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବୈଷୟିକ ସମସ୍ୟାଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରି ଉପସ୍ଥିତ ବିଶେଷଜ୍ଞମାନଙ୍କ ଠାରୁ ଏହାର ନିରାକରଣ ଉପାୟ ବିଷୟରେ ଜାଣିଥିଲେ ।

ଏଥିରେ ଉନ୍ନତ ଫସଲ ପାଇଁ ଭଲ ବିହନର ଆବଶ୍ୟକତା,ନୂଆ ନୂଆ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଫାଇଦା ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଓୟୁଏଟିର ପୂର୍ବତନ ଡିନ୍ ଡଃ. ଏସ. ସାହୁ, ଡଃ ବି.ଡି ପ୍ରଧାନ, ଶ୍ରୀଯୁକ୍ତ ରାଜ କିଶୋର ଦାସ, ଶ୍ରୀଯୁକ୍ତ ଏମ.କେ ରାଉତ, ଡଃ. ସିମନ୍ତ ମହାନ୍ତି ପ୍ରମୁଖ ବିଶିଷ୍ଟ ଅତିଥିମାନେ ଯୋଗ ଦେଇ କୃଷକଙ୍କ ସହ ଆଲୋଚନା କରିଥିଲେ ।

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ନେଇ ଚାଲିଛି ପ୍ରୟାସ, ଦୁଇ ଦିନିଆ କୃଷକ ମେଳା-୨୦୨୩

OUATର ନିଆରା ପ୍ରୟାସ, ସଫଳତାର ସହ ଚାଲିଛି କୃଷକ ମେଳା-୨୦୨୩

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)