1. କୃଷି ଖବର

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ନେଇ ଚାଲିଛି ପ୍ରୟାସ, ଦୁଇ ଦିନିଆ କୃଷକ ମେଳା-୨୦୨୩

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଦୁଇ ଦିନିଆ କୃଷକ ମେଳା(OUAT Farmer’s Fair-2023) ଉଦ୍ଘାଟିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ଖୁବ ସଫଳତା ଓ ପ୍ରଶଂସା ସାଉଣ୍ଟିଛି କୃଷକ ମେଳା- ୨୦୨୩ ।ଏହି ଅବସରରେ ଆୟୋଜିତ କୃଷି ପ୍ରଦର୍ଶନୀରେ ଓୟୁଏଟି ଅଧିନସ୍ଥ ଶିକ୍ଷା, ଗବେଷଣା ଓ ସଂପ୍ରସାରଣ ବିଭାଗ, ଓଡ଼ିଶା ସରକାରଙ୍କ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀପାଳକ ଓ ମତ୍ସ୍ୟ ନିର୍ଦ୍ଦେଶାଳୟ, କୃଷି ଅନୁସନ୍ଧାନ ଦ୍ୱାରା ପରିଚାଳିତ ସଂସ୍ଥା ଯଥା- CIFA, NRRI,CIWA, CHES,CTCRI ବିଭିନ୍ନ ମଞ୍ଜି ପ୍ରସ୍ତୁତିକାରୀ ସରକାରୀ ଓ ବେସରକାରୀ ସଂସ୍ଥା , କୃଷି ଯନ୍ତ୍ରପାତି ପ୍ରସ୍ତୁତିକାରୀ କମ୍ପାନୀମାନଙ୍କ ଦ୍ୱାରା ୪୭ଟି ଷ୍ଟଲ ଜରିଆରେ ଚଷା ଭାଇଙ୍କୁ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ କରାଯାଉଛି ।

Priyambada Rana
Priyambada Rana
Shri S.K. Vashishth, IAS, Principal Secretary, F & ARD Department, GOI and Prof. P.K. Roul, VC, OUAT Visit the Stalls

ଓୟୁଏଟିର କୂଳପତି ଡଃ. ପ୍ରଭାତ କୁମାର ରାଉଳ(Pravat Kumar Roul)ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳାରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କୃଷକ ଭାଇ-ଭଉଣୀମାନଙ୍କୁ କୃଷିର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସଂପ୍ରସାରଣରେ ଅଧ୍ୟକ୍ଷ ପ୍ରସନ୍ନଜିତ୍ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଟ ବର୍ତ୍ତମାନ ପରିସ୍ଥିତିରେ କୃଷକଙ୍କ ଆୟ ବହୁଗୁଣିତ କରିବା ପାଇଁ ମତ୍ସ୍ୟ ଓ ପଶୁପାଳନର ଗୁରୁତ୍ୱ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ । ଏଥି ସହ କୃଷି ବିଭାଗର ପ୍ରମୁଖ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ ସାମ୍ପ୍ରତିକ କୃଷି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଏହାର ମୁକାବିଲା କରି କିପରି ଚାଷୀ ତା ଆୟକୁ ଦ୍ୱିଗୁଣିତ କରିପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ଏହି ଉତ୍ସବରେ ସଭାପତିତ୍ୱ କରି ଓୟୁଏଟିର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓଡ଼ିଶାର କୃଷି କ୍ଷେତ୍ରର ଉନ୍ନତି ପାଇଁ ଓୟୁଏଟିର ଭୂମିକା ଯଥା କୃଷି ଯେତ୍ରରେ ବିଭିନ୍ନ ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ରରେ ହେଉଥିବା କାର୍ଯ୍ୟାବଳୀ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଓୟୁଏଟିର ପରିବର୍ତ୍ତିତ କାର୍ଯ୍ୟଶୈଳୀ କିପରି ଓଡ଼ିଶାର କୃଷିର ଉନ୍ନତିରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ, ସେ ବିଷୟରେ କୁଳପତି ନିଜର ମତାମତ ରଖିଥିଲେ ।ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଓୟୁଏଟି ତରଫରୁ ପ୍ରକାଶିତ ଚାଷୀର ସଂସାର ସହିତ ଅନ୍ୟାନ୍ୟ ସଂପ୍ରସାରଣ ପୁସ୍ତିକାର ଶୁଭ ଉନ୍ମୋଚନ କରାଯାଇଥିଲା । ଏଥି ସହ ଓଡ଼ିଶାର କୃଷି କ୍ଷେତ୍ରରେ ୪୦ ଜଣ ସଫଳ ଉଦ୍ୟୋଗୀଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏବଂ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ କୃଷି ଗବେଷଣା ଏବଂ ସଂପ୍ରସାରଣ ସଶକ୍ତିକରଣ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୬୦୦ ରୁ ଉର୍ଦ୍ଧ୍ୱ କୃଷକ ଓ କୃଷି ଉଦ୍ୟୋଗୀ ଯୋଗ ଦେଇଥିବା ବେଳେ ୨୦୦ ରୁ ଉର୍ଦ୍ଧ୍ୱ କୃଷି ବିଶେଷଜ୍ଞ ଏବଂ ବୁଦ୍ଧିଜୀବି ଏଥିରେ ଅଂଶ ଗ୍ରହଣ କରିଥିଲେ ।

ଏହି ମେଳାରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା ଯେଉଁଥିରେ ଉନ୍ନତ ଫସଲ ପାଇଁ ଭଲ ବିହନର ଆବଶ୍ୟକତା,ନୂଆ ନୂଆ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଫାଇଦା ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଓୟୁଏଟିର ପୂର୍ବତନ ଡିନ୍ ଡଃ. ଏସ. ସାହୁ, ଡଃ ବି.ଡି ପ୍ରଧାନ, ଶ୍ରୀଯୁକ୍ତ ରାଜ କିଶୋର ଦାସ, ଶ୍ରୀଯୁକ୍ତ ଏମ.କେ ରାଉତ, ଡଃ. ସିମନ୍ତ ମହାନ୍ତି ପ୍ରମୁଖ ବିଶିଷ୍ଟ ଅତିଥିମାନେ ଯୋଗ ଦେଇ କୃଷକଙ୍କ ସହ ଆଲୋଚନା କରିଥିଲେ ।

ଶସକ୍ତ ହେବେ ଓଡ଼ିଶାର କୃଷକ, ଆରମ୍ଭ ହେଲା କୃଷକ ମେଳା-୨୦୨୩

OUATର ନିଆରା ପ୍ରୟାସ, ସଫଳତାର ସହ ଚାଲିଛି କୃଷକ ମେଳା-୨୦୨୩

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments