1. କୃଷି ଖବର

Sonia Gandhi Meets President: ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ ଗାନ୍ଧୀ

ରାଷ୍ଟ୍ରପତିଭବନରେ ନବନିର୍ବାଚିତ ରାଷ୍ଟ୍ରପତି Droupadi Murmuଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

Sudesna Nayak
Sudesna Nayak
Sonia Gandhi Meets President Droupadi Murmu At Rashtrapati Bhavan

Sonia Gandhi Meets President Droupadi Murmu At Rashtrapati Bhavan

ରାଷ୍ଟ୍ରପତିଭବନ (Rashtrapati Bhavan)ରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu)ଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi)

ସୂଚନା ଅନୁଯାୟୀ, ଦେଶର 15ତମ ରାଷ୍ଟ୍ରପତି ଭାବରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ (Draupadi Murmu)ବିଜୟୀ ହୋଇଛନ୍ତି । ଏହାସହ ଦେଶର ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି (President)ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ତାଙ୍କ ନିକଟକୁ ଦେଶର ବିଭିନ୍ନ କୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । ଯାହାକୁ ନେଇ ଏବେ ରାଷ୍ଟ୍ରପତିଭବନରେ ନବନିର୍ବାଚିତ ରାଷ୍ଟ୍ରପତି Droupadi Murmuଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏନେଇ ରାଷ୍ଟ୍ରପତି (President)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଓଡ଼ିଆଙ୍କ ପାଇଁ ଐତହାସିକ ବିଜୟ । ବିପୁଳ ଭୋଟରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ଦ୍ରୌପଦୀ ମୁର୍ମୁ (Draupadi Murmu)। ଯଶୱନ୍ତ ସିହ୍ନାଙ୍କୁ ଏକତରଫା ଭାବେ ପରାସ୍ତ କରି ରାଷ୍ଟ୍ରପତି ମୁକୁଟ ହାତେଇଲେ ଦ୍ରୌପଦୀ ମୁର୍ମୁ (Draupadi Murmu)।

ପ୍ରକାଶ ଥାଉ ଯେ, ଦ୍ରୌପଦୀ ମୁର୍ମୁ (Draupadi Murmu) ଭାରତର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି (President) ଅଟନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Presidential election: ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments