1. କୃଷି ଖବର

ରାଜ୍ୟ ମସଲାକୁ ଆହୁରି ମହକାଇବାକୁ ପ୍ରୟାସ

ବାହାର ରାଜ୍ୟକୁ ମଧ୍ୟ ରପ୍ତାନୀ କରାଯିବ ଓଡିଶାର ମସଲା । ଏହାକୁ ସଫଳ ରୂପାୟନ କରିବାକୁ ମସଲା ମିଶନ ଆରମ୍ଭ କରିବାକୁଯାଉଛନ୍ତି ସରକାର । ରାଜ୍ୟରେ ଗଠନ ହେବ ମସଲା ମିଶନ ।

Shuvanshu Kar
Shuvanshu Kar
spice mission will be set up in the state

spice mission will be set up in the state

ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ପାଦନ ହେଉଥିବା ମସଲାକୁ ମିଳିବ ଅଧିକ ପ୍ରୋତ୍ସାହନ । ବାହାର ରାଜ୍ୟକୁ ମଧ୍ୟ ରପ୍ତାନୀ କରାଯିବ ଓଡିଶାର ମସଲା । ଏହାକୁ ସଫଳ ରୂପାୟନ କରିବାକୁ ମସଲା ମିଶନ(spice mission) ଆରମ୍ଭ କରିବାକୁଯାଉଛନ୍ତି ସରକାର ।

ରାଜ୍ୟରେ ଗଠନ ହେବ ମସଲା ମିଶନ(spice mission ) । ରାଜ୍ୟର ଯେଉଁ ଯେଉଁ ସ୍ଥାନରେ ମସଲାର ଉତ୍ପାଦନ ଭଲ ହେଉଛି, ସେଠାରେ ଏହି ମିଶନ ମସଲା ଉତ୍ପାଦନକୁ ଆହୁରି ପ୍ରୋତ୍ସାହନ ଦେବ । ଏନେଇ ଗତ ମାସ 23ରେ ମୁଖ୍ୟ ଶାସନ ସଚିବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ । ଏଥିରେ ମସଲା ମିଶନକୁ ନେଇ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । ଏହାପରେ ଜୁନ 7ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇ ଏହାର ସମୀକ୍ଷା କରାଯାଇଛି ।

କେବଳ ମସଲା ନୁହେଁ, ରାଜ୍ୟରେ ଖୁବ ଶୀଘ୍ର କଫି ମିଶନ ମଧ୍ୟ ଆରମ୍ଭ ହେବ । କଫି ମିଶନକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟାନ କୃଷି ବିଭାଗ ନିଷ୍ପତି ନେଇଛି । ରାଜ୍ୟ ସରକାରଙ୍କ ପାଖରେ ଏହାକୁ ଉପସ୍ଥାପନ କରିବା ପରେ ମିଶନ ମୋଡରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି । କଫି ଚାଷ ପାଇଁ ଅଧିକ ଜମି ଯୋଗାଇ ଦେବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର ।

ମସଲା ନଷ୍ଟ ହେଇଯାଉଛି କି??

ଆମ ମସଲା, ଆମ ଚାଷ: ଏକ ବିହଙ୍ଗାବଲୋକନ

କୋରାପୁଟେ ବ୍ରାଣ୍ଡ କଫି ଉତ୍ପାଦନ ହେଉଛି । ଆଗାମ ଦିନରେ ଗଞ୍ଜାମ, କନ୍ଧମାଳ ଓ କେନ୍ଦୁଝରରେ ମଧ୍ୟ କଫିଚାଷ ହେବାର ଲକ୍ଷ ରଖାଯାଇଛି । କେବଳ ସେତିକି ନୁହେଁ, ଜଦି ଏହାର ସଠିକ କାର୍ଯ୍ୟକାରୀ ହେବ, ତାହେଲେ ପରବର୍ତ୍ତୀ ସମୟରେ କୋରାପୁଟ ପରେ କନ୍ଧମାଳ ମଧ୍ୟ କଫି ହବ ହୋଇପାରେ ।

କୋରାପୁଟରେ କଫିଚାଷ କାରଣରୁ ଆଦିବାସୀଙ୍କ ଆର୍ଥିକ ସ୍ଥିତି ସୁଧୁରିବା ସହିତ ଏଥିରେ ଅଧିକ ଲାଭ ହେଉଥିବାରୁ ଏହାକୁ ପ୍ରୋତ୍ସାହନ ଦେବାକୁ ଲକ୍ଷ ରଖିଛନ୍ତି ସରକାର । ସେପଟେ ମହୁ ଚାଷକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଏନେଇ ବଡ ବଡ ସହରରେ ସର୍ଭେ ମଧ୍ୟ କରାଯିବ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments